ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ନିବେଦନ କରିଛନ୍ତି ଯେ, କୋରୋନାରୁ ମୁକ୍ତି ପାଇଁ ଆକ୍ରାନ୍ତଙ୍କୁ ପ୍ଲାଜମା ଦାନ କରନ୍ତୁ। ଧର୍ମ ମଧ୍ୟରେ ଭିନ୍ନ ନୁହେଁ ରକ୍ତରେ ଥିବା ପ୍ଲାଜମା । ଜଣେ ହିନ୍ଦୁ ବ୍ୟକ୍ତିର ପ୍ଲାଜମା ଜଣେ ମୁସଲମାନ ରୋଗୀର ପ୍ରାଣ ରକ୍ଷା କରିପାରିବ ବୋଲି ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।
"ଆଗକୁ ଆସନ୍ତୁ ଏବଂ ପ୍ଲାଜମା ଦାନ କରନ୍ତୁ। ଆମେ ସମସ୍ତେ କୋରୋନା ସଙ୍କଟରୁ ମୁକ୍ତି ପାଇବାକୁ ଚାହୁଁଛୁ। ଆସନ୍ତାକାଲି ଯଦି ଜଣେ ହିନ୍ଦୁ ଆକ୍ରାନ୍ତ ହୁଅନ୍ତି, କିଏ ଜାଣେ ଜଣେ ମୁସଲମାନ ବ୍ୟକ୍ତିଙ୍କ ପ୍ଲାଜମା ତାଙ୍କୁ ବଞ୍ଚାଇ ପାରିବ । ସେହି ଭଳି ଯଦି ଜଣେ ମୁସଲମାନ ଆକ୍ରାନ୍ତଙ୍କୁ ଜଣେ ହିନ୍ଦୁ ବ୍ୟକ୍ତିର ପ୍ଲାଜମା ରକ୍ଷା କରି ପାରିବ ବୋଲି କେଜ୍ରିୱାଲ କହିଛନ୍ତି।
ରାଜଧାନୀ ଦିଲ୍ଲୀର କୋଭିଡ -19 ରୋଗୀଙ୍କ ଉପରେ ପ୍ଲାଜମା ଥେରାପିର ପ୍ରାରମ୍ଭିକ ଫଳାଫଳ ଭଲ ଥିଲା । "ଏଲଏନଜେପି ଡାକ୍ତରଖାନାରେ ଜଣେ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା କିନ୍ତୁ ପ୍ଲାଜମା ଥେରାପି ଦ୍ବାରା ବର୍ତ୍ତମାନ ସେ ଧିରେ ଧିରେ ସୁସ୍ଥ ହେଉଛନ୍ତି । ଏହି ଥେରାପି କାର୍ଯ୍ୟକାରୀ ହୋଇ ଆମକୁ ଏହି ଲଢେଇରେ ଆଗକୁ ବଢିବାକୁ ଉତ୍ସାହିତ କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।"