ETV Bharat / bharat

ବନ କର୍ମଚାରୀଙ୍କୁ ଅପହରଣ ପରେ ଅଶ୍ଳୀଳ ଭିଡିଓ ଭାଇରାଲ

ରାଜସ୍ଥାନର ଭରତପୁରରେ ଜଣେ ବନ କର୍ମଚାରୀଙ୍କୁ ଅପହରଣ କରି ଭିଡିଓ ଭାଇରାଲ କଲେ ଦୁର୍ବୃତ୍ତ ।

author img

By

Published : Jul 21, 2019, 11:09 PM IST

ପ୍ରତିକାତ୍ମକ ଫଟୋ

ଜୟପୁର: ରାଜସ୍ଥାନରେ ଭରତପୁରରେ ଜଣେ ବନ ବିଭାଗ କର୍ମଚାରୀଙ୍କୁ ଅପହରଣ କରି ଧୁମ ପିଟିଥିବାର ଘଟଣା ସାମ୍ନାକୁ ଆସିଛି । ଖାଲି ସେତିକି ନୁହେଁ ଦୁର୍ବୃତ୍ତ ମାନେ କର୍ମଚାରୀଙ୍କ ଅଶ୍ଳିଳ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ମଧ୍ୟ ଅପଲୋଡ କରିଛନ୍ତି । ତେବେ ପୀଡିତ ବ୍ୟକ୍ତି ଜଣଙ୍କ ହେଲେ ସୌକିନ ଖାନ ।

ସୂଚନାମୁତାବକ, ଏହି ଘଟଣାଟି ଖୋହ ଥାନା ଅନ୍ତର୍ଗତ ଅଡାବଲୀ ଗାଁର । ଯେଉଁଠି ପାହାଡରେ ବେଆଇନ ଭାବେ କିଛି ଲୋକ ଖନନ କରୁଥିଲେ । ଏହାକୁ ରୋକିବା ପାଇଁ ସୌକିନ ସେମାନଙ୍କୁ ବାରଣ କରିଥିଲେ । ହେଲେ ଉକ୍ତ ଲୋକମାନେ ଅଧିକାରୀଙ୍କର କୌଣସି କଥାକୁ ଖାତିର କରିନଥିଲେ । ପରେ ବନକର୍ମଚାରୀ ସୌକିନଙ୍କୁ ଏକୁଟିଆ ଯାଉଥିବାର ସୁଯୋଗ ପାଇ ଅପହରଣ କରିନେଇ ନିର୍ଦ୍ଧୁମ ଛେଚି ଥିଲେ । ପରେ ଜବରଦସ୍ତ ମଦ ପିଆଇବା ସହ ତାଙ୍କୁ ନିର୍ବସ୍ତ୍ର କରିଦେଇ ସେମାନଙ୍କ ସହିତ ଥିବା ଜଣେ ମହିଳାଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ଉଭୟଙ୍କୁ ଶୁଆଇ ଅଶ୍ଳୀଳ ଭିଡିଓ ତିଆରି କରିଥିଲେ ।

ଏହାପରେ ସୌକିନଙ୍କର ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରି ବଦନାମ କରିବାକୁ ଚେଷ୍ଟା କରିଥିଲେ । ଏନେଇ ସୌକିନ ଥାନାରେ ଏତଲା ଦେବାପରେ ପୋଲିସ ସମସ୍ତ ଘଟଣାର ଛାନଭିନ କରିବା ସହ ଭାଇରାଲ ଭିଡିଓ ଉପରେ ମଧ୍ୟ ଯାଞ୍ଚ କରିବା ଆରମ୍ଭ କରିଦେଇଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.