ETV Bharat / bharat

ପାଣିରେ ଫସି ରହିଥିଲା ମାଙ୍କଡ, ଏମିତି ବଞ୍ଚାଇଲେ ଲୋକେ

author img

By

Published : Jul 13, 2019, 9:46 PM IST

Updated : Jul 13, 2019, 11:28 PM IST

ପାଣି ଫସିରହିଥିବା ମାଙ୍କଡକୁ ବଞ୍ଚାଇଛନ୍ତି ଲୋକେ । ଜୀବନକୁ ବାଜି ଲଗାଇ ଲୋକେ ମାଙ୍କଡ ଜୀବନକୁ ବଞ୍ଚାଇଥିଲେ । ଗୁଜୁରାଟର ଏହି ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଗାନ୍ଧୀନଗର: ଆଜି ବି ବଞ୍ଚି ରହିଛି ମାନବିକତା । ମଣିଷର ପଶୁ ପକ୍ଷୀଙ୍କ ପ୍ରତି ଥିବା ଭଲ ପାଇବା ଯେ ନିସ୍ବାର୍ଥପର, ତାହା ପ୍ରମାଣିତ କରି ଦେଖାଇଛନ୍ତି ଗୁଜୁରାଟର କିଛି ଲୋକେ । ପାଣି ମଝିରେ ଥିବା ବରଗଛରେ ଫସି ରହିଥିବା ଏକ ମାଙ୍କଡକୁ ବଞ୍ଚାଇଛନ୍ତି ଲୋକେ । ସେ ପୁଣି ଜୀବନକୁ ବାଜି ଲଗାଇ । ସିନୋର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ହୃଦୟସ୍ପର୍ଶୀ ଦୃଶ୍ୟ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଘଟଣାଟି ଥିଲା ଏମିତି, ସିନୋର ଜିଲ୍ଲାରେ ଗତ କିଛି ଦିନ ଲଗାଣ ବର୍ଷା ଜାରି ରହିଛି । ବର୍ଷା ଯୋଗୁଁ ନଦୀ ନାଳରେ ପାଣିର ସୁଅ ମଧ୍ୟ ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ପାଣିରୁ ବଞ୍ଚିବା ପାଇଁ ଭନିୟାଦ ଗାଁରେ ଥିବା ଏକ ବରଗଛରେ ଚଢି ଯାଇଥିଲା ମାଙ୍କଡ । କିନ୍ତୁ ଧିରେ ଧିରେ ଜଳସ୍ତର ବୃଦ୍ଧି ପାଉଥିବାରୁ ମାଙ୍କଡଟି ଗଛରୁ ଓହ୍ଲାଇ ପାରି ନଥିଲା । ଦୀର୍ଘ 4 ଦିନ ଗଛରେ ଫସି ରହିବା ପରେ ଶେଷର ଗାଁ ଲୋକ ବନ ବିଭାଗକୁ ଖବର ଦେଇଥିଲେ ।

ମାଙ୍କଡକୁ ବଞ୍ଚାଇବା ପାଇଁ ବନ ବିଭାଗ ସେହି ଗଛରୁ ଏକ ଦଉଡି ନଦୀକୂଳକୁ ବାନ୍ଧି ଦେଇଥିଲେ । ଶେଷରେ ବନ ବିଭାଗର ଚେଷ୍ଟା ପରେ ଦଉଡିକୁ ଧରି ଧରି ବାହାରକୁ ଆସିଥିଲା ମାଙ୍କଡ । ଏହି ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ଭିଡିଓଟି ସୋସିଆଲ ମିଡିଆରେ ଘୂରି ବୁଲୁଛି ।

Intro:Body:

BLANK FOR LINK STORY  

Conclusion:
Last Updated : Jul 13, 2019, 11:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.