ମୁମ୍ବାଇ: ଦେହରେ ଆଧୁନିକ ବେଶଭୁଷା ଏବଂ ହାତରେ ଅଳିଆ ବ୍ୟାଗ। ମହାରାଷ୍ଟ୍ର ମୁମ୍ବାଇର ରତ୍ନଗିରି ସମୁଦ୍ର ବେଳାଭୂମିରେ ବୁଲି ବୁଲି ଏମିତି ଅଳିଆ ଉଠାଉଛନ୍ତି 2 ବିଦେଶୀ ପର୍ଯ୍ୟଟକ। ଛୁଟି କାଟିବାକୁ ଜର୍ମାନୀରୁ ଏଠାକୁ ଆସିଛନ୍ତି ସତ ହେଲେ ସଫାସୁତୁରାକୁ ନେଇ ସେମାନେ କେତେ ସାବଧାନ ତାହା ସେମାନଙ୍କ କାର୍ଯ୍ୟକୁ ଦେଖିବା ମାତ୍ରେ ପରିଲକ୍ଷିତ ହେଉଛି । ଏଭଳି କରି ସ୍ବଚ୍ଛତାର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଉଭୟ ପର୍ଯ୍ୟଟକ । ସେମାନଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।
ଫେଲିକ୍ସ ବର୍ଗ ଏବଂ ଜେନି କ୍ରିଟ୍ସ ଭାରତ ଯାତ୍ରାରେ ଆସିଛନ୍ତି । ଉଭୟ ରତ୍ନଗିରି ସମୁଦ୍ର ନିକଟରେ ଏକ ହୋଟେଲରେ ରହୁଛନ୍ତି । ତେବେ ହୋଟେଲରୁ ସମୁଦ୍ର ବେଳାଭୂମିକୁ ଦେଖିଲେ ସୌନ୍ଦର୍ଯ୍ୟ ବଦଳରେ ପରିଲକ୍ଷିତ ହେଉଥିଲା କେବଳ ଅଳିଆ । ଯାହା ସେମାନଙ୍କୁ ବହୁତ ଖରାପ ଲାଗିଥିଲା । ଏହାପରେ ବ୍ୟାଗ ଧରି ବାହାରିପଡିଥିଲେ ବେଳାଭୂମି ସଫା ଅଭିଯାନରେ । ଏହା ଦେଖି ଆଖପାଖ ଲୋକ ମଧ୍ୟ ସେମାନଙ୍କ ଏହି ସଫା ଅଭିଯାନରେ ସାମିଲ ହୋଇଥିଲେ ।