ETV Bharat / bharat

ନନ୍ଦାଦେବୀ ପର୍ବତରୁ 7 ବିଦେଶୀ ପର୍ବତାରୋହୀ ନିଖୋଜ - ନନ୍ଦା ଦେବୀ

ନନ୍ଦାଦେବୀ ପର୍ବତର ପୂର୍ବ ଶୃଙ୍ଗକୁ ଆରୋହଣ କରିବାକୁ ଯାଇଥିବା 7 ଜଣ ବିଦେଶୀ ଓ ଜଣେ ଭାରତୀୟ ପର୍ବତାରୋହ ନିଖୋଜ ହୋଇ ଯାଇଛନ୍ତି। ପ୍ରଶାସନ ନିଖୋଜ ପର୍ବତାରୋହୀଙ୍କୁ ଖୋଜିବା ଆରମ୍ଭ କରି ଦେଇଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 1, 2019, 6:21 PM IST

ଡେରାଡୁନ: ଉତ୍ତରାଖଣ୍ଡ ସ୍ଥିତ ନନ୍ଦାଦେବୀ ପର୍ବତର ପୂର୍ବ ଶୃଙ୍ଗକୁ ଆରୋହଣ କରିବାକୁ ଯାଇଥିବା ବିଦେଶୀ ପର୍ବତାରୋହୀଙ୍କ ଏକ ଦଳ ନିଖୋଜ ହୋଇଯାଇଛି। ଏହି ଦଳରେ 7 ଜଣ ବିଦେଶୀ ଓ ଜଣେ ଭାରତୀୟ ସାମିଲ ରହିଛନ୍ତି।

7 ଜଣ ବିଦେଶୀ ପର୍ବତାରୋହୀ ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆର ନାଗରିକ ହୋଇଥିବା ବେଳେ ଅଷ୍ଟମ ଜଣକ ଭାରତର ପର୍ବତାରୋହଣ ସଂସ୍ଥାନର ଅଧିକାରୀ ଅଟନ୍ତି। ଜିଲ୍ଲା ପ୍ରଶାସନ ସମସ୍ତ ପର୍ବତାରୋହୀଙ୍କୁ ଖୋଜିବା ଆରମ୍ଭ କରି ଦେଇଛି ।

ନନ୍ଦାଦେବୀ ଦେଶର ଦ୍ବିତୀୟ ସର୍ବୋଚ୍ଚ ଶୃଙ୍ଗ । ପର୍ବତାରୋହୀ ଦଳକୁ ଶୁକ୍ରବାର 7434 ମିଟର ଉଚ୍ଚତା ବିଶିଷ୍ଟ ଏହି ଶୃଙ୍ଗ ଆରୋହଣ କରି ଫେରିବାର ଥିଲା । ନିଖୋଜ ପର୍ବତାରୋହୀଙ୍କୁ ଖୋଜିବା ପାଇଁ ଏକ ଟିମ୍ ଗଠନ କରାଯାଇଛି। ଏଥିରେ ପୁଲିସଙ୍କ ସମେତ ଚିକତ୍ସା କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି । ପର୍ବତାରୋହୀଙ୍କ ଏହି ଦଳ ମେ 13ରେ ନିଜ ମିଶନରେ ବାହାରିଥିଲା।

କୌଣସି ପଦ ପଦବି ପାଇଁ ମୋର ଲୋଭ ନାହିଁ,: ଅପରାଜିତା ଷଢଙ୍ଗୀ 
ଆଜି ଦୀଲ୍ଲୀ ରୁ ଭୁବନେଶ୍ୱର ରେ ପହଞ୍ଚିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ ।ତାଙ୍କୁ ଦଳୀୟ କର୍ମୀ ମାନଙ୍କ ପକ୍ଷରୁ ବ୍ୟାପକ ସମ୍ବୋର୍ଧନା କରାଯାଇଥିଲା ।ଦଳୀୟ କର୍ମୀ ,ଶୁଭେଚ୍ଛୁ ମାନେ ଫୁଲତୋଡା ଦେଇ ଭୁବନେଶ୍ୱର ବିଜୁପଟନାୟକ  ବିମାନ ବନ୍ଦର ଠାରେ ସ୍ଵାଗତ କରିତିଲେ ।ଏହି ଅବସରରେ ଅପରାଜିତା ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଯେ ,ମୁଁ ରାଜନୀତି ରେ କୈଣସି ପଦ ପଦବୀ ପାଇଁ ମୋର ଲୋଭ ନାହିଁ ,ଲୋକଙ୍କ ସେବା କରିବା ପାଇଁ ଆସିଛି ।ଆଗାମୀ ଦିନରେ ଭୁବନେଶ୍ୱର ର ବିଭିନ୍ନ ନିର୍ବାଚନ ମଣ୍ଡଳୀ ରେ କୃତଜ୍ଞତା ସଭାର ଆୟୋଜନ କରାଯିବ ।ଯେଉଁମାନେ ଭୋଟ ଦେଇଛନ୍ତି ,ଯେଉଁ ମାନେ ଭୋଟ ଦେଇନାହାନ୍ତି ,ସମସ୍ତ ଙ୍କୁ ଧନ୍ୟବାଦ ଦେବାକୁ ଛାହୁଛି ,ବୋଲି ସେ କହିଛନ୍ତି ।ଯେଉଁ ମାନଙ୍କ ଆସ୍ଥା ଜିତିପାରିନାହିଁ ସେମାନଙ୍କ ଆସ୍ତା ଜିତିବା କୁ ଚେଷ୍ଟା କରିବି ।ଏହା ସହ ଜିଲ୍ଲାପାଳ ଙ୍କ ସହ ଏମପି ଲାଡ୍ ସ୍କିମ ଅଛି ତାର ଗାଇଡ୍ ଲାଇନ୍ ବାବଦରେ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରିବି ।ଏହା ସହ ଗୋଟିଏ ପିପୁଲ୍ସ ଓ୍ଵେଲପେୟାର ଫଣ୍ଡ ଆରମ୍ଭ କରିବାକୁ ଛାହୁଛି ।ନିର୍ବାଚନ ସମୟରେ ଯେମିତି ଲୋକଙ୍କ ପାଖକୁ ଯାଉଥିଲି ନିର୍ବାଚନ ପରେ ବି ସେମିତି ଲୋକଙ୍କ ପାଖକୁ ଯିବି ।କୈଣସି ପଦ ପଦବୀ ପାଇଁ ଆଶା ନାହିଁ ଅଗ୍ରଣୀ ନେତା ମାନଙ୍କ ର ଯାହା ଆଦେଶ ରହିବ ପାଳନ କରିବି ।ଲୋକଙ୍କ ପାଇଁ ୧୪ ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ କାମ କରିବି ବୋଲି କହିଛନ୍ତି ଅପରାଜିତା ଷଢଙ୍ଗୀ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.