ETV Bharat / bharat

ବିବାହ କାର୍ଡରେ ମୋଦିଙ୍କୁ ଭୋଟ ଦେବାକୁ ଅପିଲ - couple

ବିବାହ କାର୍ଡରେ ମଧ୍ୟ ଭୋଟ ଅପିଲ। ହାଇଦ୍ରାବାଦର ଜଣେ ଇଞ୍ଜିନିୟର ତାଙ୍କ ବିବାହ କାର୍ଡକୁ ଏକ ଅଭିନବ ଉପାୟରେ ବନେଇଛନ୍ତି। ଆସନ୍ତା ଲୋକସଭା ନିର୍ବାଚନରେ ମୋଦିଙ୍କୁ ଭୋଟ ଦେବା ପାଇଁ ସେ ନିମନ୍ତ୍ରଣ ଦେଇଥିବା ଅତିଥିଙ୍କୁ ନିବେଦନ କରିଛନ୍ତି।

ବାହାଘର ପାଇଁ ଛପା ଯାଇଥିବା ନିମନ୍ତ୍ରଣ କାର୍ଡ
author img

By

Published : Feb 12, 2019, 11:45 AM IST

ହାଇଦ୍ରାବାଦ: ଆଗକୁ ଆସୁଛି ଲୋକସଭା ନିର୍ବାଚନ। ଭୋଟ ପାଇଁ ପ୍ରଚାର ପାଇଁ ଏବେ ରାଜନୈତିକ ଦଳକୁ ଛାଡି ବିବାହ କାର୍ଡରେ ମଧ୍ୟ ଭୋଟ ପାଇଁ ନିବେଦନ କରାଗଲାଣି । ହାଇଦ୍ରାବାଦର ଜଣେ ଇଞ୍ଜିନିୟର ତାଙ୍କ ବିବାହ କାର୍ଡକୁ ଏକ ଅଭିନବ ଉପାୟରେ ବନେଇଛନ୍ତି। ଯାହା ମାଧ୍ୟମରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୋଟ ଦେବା ପାଇଁ ବିବାହରେ ସାମିଲ ହେବାକୁ ନିମନ୍ତ୍ରଣ ଦେଇଥିବା ଅତିଥିଙ୍କୁ ନିବେଦନ କରିଛନ୍ତି।

ହାଇଦ୍ରାବାଦର ମୁକେଶ ରାଓ ୟାଣ୍ଡେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଜଣେ ବଡ ସମର୍ଥକ। ତେଣୁ ତାଙ୍କ ବିବାହ ଉତ୍ସବରେ କିଛି ଦାମି ଉପହାର ନ ଚାହିଁ ମୋଦିଙ୍କ ପାଇଁ ଭୋଟ ମାଗିଛନ୍ତି। ଫେବୃୟାରୀ 21 ତାରିଖରେ ରହିଛି ମୁକେଶଙ୍କ ବିବାହ। ଏଥିପାଇଁ ଛପା ସରିଛି ପ୍ରାୟ 600 ନିମନ୍ତ୍ରଣ କାର୍ଡ। କାର୍ଡର ପ୍ରଥମ ପୃଷ୍ଠାଟି ସାଧାରଣ ବିବାହ କାର୍ଡ ଭଳି ରହିଥିବା ବେଳେ ଭିତରେ ରହିଛି ବିଜେପିର ଦଳୀୟ ଚିହ୍ନ ପଦ୍ମ ରହିଛି।

ଯଦିଓ ପରିବାର ଲୋକ ଏପରି କାର୍ଡ ନକରିବା ପାଇଁ କହୁଥିଲେ। ହେଲେ ପରବର୍ତ୍ତୀ ମୂହୁର୍ତ୍ତରେ ମୁଁ ସେମାନଙ୍କୁ ରାଜି କରାଇଥିବା ମୁକେଶ କହିଛନ୍ତି। ଗତମାସରେ ଗୁଜୁରାଟର ଏକ ଦମ୍ପତି ରାଫେଲ ମାମଲାକୁ ନେଇ ନିଜ ବିବାହ କାର୍ଡ ବନାଇ ଚର୍ଚ୍ଚାରେ ଆସିଥିଲେ। ଏହି କାର୍ଡ ମଧ୍ୟ ନରେନ୍ଦ୍ର ମୋଦିଙ୍କ ନିକଟରେ ପହଞ୍ଚିଥିଲା। ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆର୍ଶୀବାଦ ଦେଇଥିଲେ।

ଜୋର ଧରିଲା ପଦ୍ମପୁର ସବ ଡ଼ିଭିଜନକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବି । ଏନେଇ ସ୍ଥାନୀୟ ବିଧାୟକ ପ୍ରଦୀପ ପୁରୋହିତ ସମେତ ସବୁ ଦଳର ସ୍ତାନୀୟ ନେତା ମିଶି  ଏକ ଦାବି ପତ୍ରମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଏହି ଦାବି ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ ପଦ୍ମପୁର ର ବିକାଶ ପାଇଁ ଏହାକୁ ଜିଲ୍ଲାର ମାନ୍ୟତା ଦିଆଯାଉ ।ଏହାକୁ ମୁଖ୍ୟମନ୍ତ୍ରୀ ସକରାତ୍ମକ ଭାବେ ଗ୍ରହଣ କରିଛନ୍ତି  । ଯଦିଓ ଏହି ଦାବି ଆଜିର ନୁହେଁ ସ୍ୱଗତ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସମୟରୁ ଏହି ଦାବି ହୋଇ ଆସୁଛି । ଯାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ । ଏନେଇ ଆଜି ପଦ୍ମପୁର ସବଡିଭିଜନ କୁ ନେଇ ଆଜି କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ବିଜେଡି ର ବିଜୟ ରଞ୍ଜନ ସିଂ ବରିହା ଓ କଂଗ୍ରେସ ର ସତ୍ୟଭୁଷଣ ସାହୁ ଭେଟିଛନ୍ଖ୍ୟତି ,ମୁଖ୍ୟମନ୍ତ୍ରୀ ଏନେଇ ସମୀକ୍ଷା କରିବେ ଏବଂ ନିଷ୍ପତ୍ତି ନେବେ ବୋଲି ପ୍ରଦିପ ପୁରୋହିତ କହିଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.