ମୁମ୍ୱାଇ: ଭୁଷୁଡି ପଡିଲା ଫୁଟ ଓଭରବ୍ରିଜ । ମୁମ୍ୱାଇ ସିଏସଟି ରେଳ ଷ୍ଟେସନ ନିକଟ ଫୁଟ ଓଭରବ୍ରିଜ ଭୁଷୁଡି ପଡି ପ୍ରାଣ ହରାଇଲେ 4ଜଣ । ଏହି ଅଘଟଣରେ 32ଜଣ ଆହତ ହୋଇଥିବା ଜଣା ପଡିଛି । ସେହିପରି ବ୍ରିଜ ତଳେ ଅନେକ ଫସି ରହିଥିବା ଅନୁମାନ କରାଯାଉଛି । ତେବେ ଭଗ୍ନାବଶେଷ ତଳୁ 7ରୁ 8 ଜଣଙ୍କୁ ଉଦ୍ଧାର କରାଯାଇଛି ।
ତେବେ ସନ୍ଧ୍ୟା ସମୟ ହୋଇଥିବାରୁ ସିଏସଟି ରେଳ ଷ୍ଟେସନ ଗହଳିପୂର୍ଣ୍ଣ ଥିଲା । ଏହି ବ୍ରିଜ ଆଜାଦ ମଇଦାନ ସହ ଛତ୍ରପତି ଶିବାଜୀ ଟର୍ମିନାଲ ଷ୍ଟେସନକୁ ଯୋଡୁଛି ।