ETV Bharat / bharat

ସଙ୍କଟ ବେଳେ ସରକାରଙ୍କ ଦ୍ବାରା ଖାଦ୍ୟ ଯୋଗାଣ !

ବିପର୍ଯ୍ୟସ୍ତ ଅର୍ଥନୀତି, ସଂକଟଗ୍ରସ୍ତ ବିଭିନ୍ନ କ୍ଷେତ୍ର, ଜୀବନ ହାନୀ, ଦୟନୀୟ ଦୈନନ୍ଦିନ ଜୀବନ ଜୀବିକା । ବିଶ୍ବବ୍ୟାପୀ ସବୁଠି ଦେଖାଦେଇଛି ଏପରି କିଛି ସମସ୍ୟା, ଯାହାକି କୋଭିଡ ସଂକଟର ଭୟଙ୍କର ପରିଣାମ। ଏପ୍ରିଲ ମାସରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପୂର୍ବାନୁମାନ କରିଥିଲା ଯେ, ଏହି ବିପର୍ଯ୍ୟୟ 1930ରେ ହୋଇଥିବା ଗ୍ରେଟ୍ ଡିପ୍ରେସନ ବା ସବୁଠାରୁ ବଡ଼ ଆର୍ଥିକ ମାନ୍ଦାବସ୍ଥା ସହିତ ସମାନ।

ସଂକଟ ବେଳେ ସରକାରଙ୍କ ଦ୍ବାରା ଖାଦ୍ୟ ଯୋଗାଣ!
ସଂକଟ ବେଳେ ସରକାରଙ୍କ ଦ୍ବାରା ଖାଦ୍ୟ ଯୋଗାଣ!
author img

By

Published : Oct 12, 2020, 5:12 PM IST

ବିପର୍ଯ୍ୟସ୍ତ ଅର୍ଥନୀତି, ସଂକଟଗ୍ରସ୍ତ ବିଭିନ୍ନ କ୍ଷେତ୍ର, ଜୀବନ ହାନି, ଦୟନୀୟ ଦୈନନ୍ଦିନ ଜୀବନ ଜୀବିକା....ଆଜି ବିଶ୍ବବ୍ୟାପୀ ସବୁଠି ଦେଖାଦେଇଛି ଏପରି କିଛି ସମସ୍ୟା, ଯାହାକି କୋଭିଡ ସଂକଟର ଭୟଙ୍କର ପରିଣାମ। ଏପ୍ରିଲ ମାସରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପୂର୍ବାନୁମାନ କରିଥିଲା ଯେ, ଏହି ବିପର୍ଯ୍ୟୟ 1930ରେ ହୋଇଥିବା ଗ୍ରେଟ୍ ଡିପ୍ରେସନ ବା ସବୁଠାରୁ ବଡ଼ ଆର୍ଥିକ ମାନ୍ଦାବସ୍ଥା ସହିତ ସମାନ। ଯାହାକି ଏବେ ଅନେକ ରାଷ୍ଟ୍ରରେ ଦେଖାଦେଇଥିବା ସମସ୍ୟାରୁ ସ୍ପଷ୍ଟ ପ୍ରମାଣିତ । ସେହିପରି ବିଶ୍ବ ବ୍ୟାଙ୍କ ଚାରି ମାସ ତଳେ ଭବିଷ୍ୟବାଣୀ କରିଥିଲା ଯେ, କୋରୋନା ସଂକଟରୁ ଲୋକଙ୍କର ମୁଣ୍ଡ ପିଛା ଆୟ କମିଯିବ ଏବଂ ଲକ୍ଷ ଲକ୍ଷ ଲୋକ ଅତ୍ୟନ୍ତ ଦାରିଦ୍ର୍ୟ ସ୍ତରକୁ ଖସିଆସିବେ। ଏହି ଦୁଃଖ 2021 ଶେଷ ଯାଏଁ ଲାଗି ରହିବ ବୋଲି ବିଶ୍ବ ବ୍ୟାଙ୍କ ଆକଳନ କରିଛି। ଦାରିଦ୍ର୍ୟ ସୀମା ରେଖା ତଳେ ବସବାସ କରୁଥିବା 15 କୋଟି ଲୋକ ବିଶେଷ କରି ଉପ-ସାହାରା ଆଫ୍ରିକା ଏବଂ ଦକ୍ଷିଣ ଏସିଆ ପାଇଁ ରଣନୀତିରେ ପରିବର୍ତ୍ତନ ଏବଂ ବିକାଶମୂଳକ ଯୋଜନା କାର୍ଯ୍ୟକାରୀ କରିବାପାଇଁ ବିଶ୍ବ ବ୍ୟାଙ୍କ ଆହ୍ବାନ ଦେଇଛି।

ବାସ୍ତବିକ ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ) ଭାରତ ପାଇଁ ସ୍ଥିତି ଅଧିକ ସଂଗୀନ ହୋଇପାରେ ବୋଲି ପୂର୍ବାନୁମାନ କରିଛି। କୋଭିଡ ସଂକଟ ଯୋଗୁଁ କର୍ମନିଯୁକ୍ତି ହରାଇ 40 କୋଟି ଶ୍ରମିକ ଭାରତରେ ବାଧ୍ୟ ହୋଇ ଅତ୍ୟନ୍ତ ଗରିବ ଶ୍ରେଣୀକୁ ଚାଲି ଆସିବେ ବୋଲି ଆଇଏଲଓ କହିଛି। ଘରୋଇ ଆର୍ଥିକ ଉଦ୍ୟୋଗର ଅଭିବୃଦ୍ଧି 9ରୁ 9.6 ପ୍ରତିଶତ ହ୍ରାସ ପାଇବ ବୋଲି ପୂର୍ବାନୁମାନ ପ୍ରକାଶ ପାଇଛି। ଏଡିବି ଏବଂ ଫିଚ୍ ପରି ରେଟିଂ ଏଜେନ୍ସୀ ଏବଂ ବିଶ୍ବ ବ୍ୟାଙ୍କ ଭଳି ସଂସ୍ଥା ଏପରି ମତ ରଖିଛନ୍ତି। କୋରୋନା ମହାମାରୀ କାରଣରୁ ଅର୍ଥନୀତି ଏପରି ଭାବେ କ୍ଷତିଗ୍ରସ୍ତ ହୋଇଛି ଯାହାକି ଭରଣା କରିବା ଅତ୍ୟନ୍ତ କଷ୍ଟଦାୟକ। ଏହାର ପ୍ରଭାବ ଅର୍ଥନୈତିକ କ୍ଷେତ୍ରରେ ଦେଖିବା ଆରମ୍ଭ ହୋଇଗଲାଣି। ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରମିକ ଏବଂ ସେମାନଙ୍କ ପରିବାର ଏବେ ନିଶ୍ଚିତ ଆୟରୁ ବଞ୍ଚିତ ହେବା ସହ ଜୀବନ ଜୀବିକା ନେଇ ସେମାନଙ୍କର ଭବିଷ୍ୟତ ଅନିଶ୍ଚିତ ହୋଇପଡ଼ିଛି। ଏମାନଙ୍କ ପାଇଁ ସ୍ବତନ୍ତ୍ର ଯୋଜନା ଓ କାର୍ଯ୍ୟକ୍ରମ ଆରମ୍ଭ ନହେବା ଏବଂ କୋଭିଡ ପରବର୍ତ୍ତୀ ସ୍ଥିତି ସ୍ବାଭାବିକ ନହେବା ଯାଏଁ ବର୍ତ୍ତମାନ ସଂକଟ କାଳରେ ଲକ୍ଷ ଲକ୍ଷ ଭୋକିଲାଙ୍କ କ୍ଷୁଧା କିପରି ମେଣ୍ଟାଯିବ ତାହା ବର୍ତ୍ତମାନ ସମୟର ମୁଖ୍ୟ ପ୍ରଶ୍ନ?

କୋଭିଡ ସଂକଟ ସମୟରେ ପ୍ରାୟ ପ୍ରତ୍ୟେକ କ୍ଷେତ୍ର କ୍ଷତି ସହିଛନ୍ତି। ହେଲେ ବର୍ଷ ସାରା ପାଞ୍ଚ ଲକ୍ଷ ରେସନ୍ ଦୋକାନ ଜରିଆରେ ଲୋକଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇ ଦେବା ପାଇଁ ପଣ୍ୟାଗାରଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣ ଖାଦ୍ୟଶସ୍ୟ ମହଜୁଦ ଥିବା ଏ ସମୟରେ ଦେଶ ପାଇଁ ବଡ଼ ଆଶ୍ବସ୍ତି ଥିଲା। ରବି ଫସଲ ପର୍ଯ୍ୟାପ୍ତ ପରିମାଣ ଥିବାରୁ ସରକାର ଏପରି ଏକ ଅଭୂତପୂର୍ବ ସଂକଟକୁ ଏଡାଇଦେବାରେ ସକ୍ଷମ ହୋଇଥିଲେ। ଦେଶରେ ପ୍ରଚୁର ପରିମାଣରେ ଖାଦ୍ୟଶସ୍ୟ ମହଜୁଦ ଥିବା ପ୍ରତିଶ୍ରୁତି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ମାସ ଶେଷ ସୁଦ୍ଧା ଦେଶର 80 କୋଟି ଗରିବ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଏବଂ ଡାଲିଜାତୀୟ ଖାଦ୍ୟ ଯୋଗାଇ ଦିଆଯିବବୋଲି ଘୋଷଣା କରିଥିଲେ। କୋରୋନା ମହାମାରୀ ଯୋଗୁଁ ଚାକିରୀ ଏବଂ ରୋଜଗାର ହରାଇଥିବା ଲୋକ ଏବଂ ସେମାନଙ୍କ ପରିବାରବର୍ଗ ସ୍ବାଭାବିକ ଅବସ୍ଥାକୁ ଫେରିବା ଏବଂ ସେମାନେ ପୁନଃ ରୋଜଗାରକ୍ଷମ ହେବା ଯାଏଁ ସେମାନଙ୍କୁ ମାଗଣା ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ସରକାର ମାନବିକତା ଦୃଷ୍ଟିରୁ ଦାୟିତ୍ବ ନେବା ଉଚିତ୍ ।

କେତେ ଲୋକ ସେମାନଙ୍କର ଜୀବିକା ହରାଇଛନ୍ତି ଏବଂ ଦାରିଦ୍ବ୍ୟରେ ଜୀବନ ବିତାଉଛନ୍ତି ତାହା ଜାଣିବା ସକାଶେ ଯୁଦ୍ଧକାଳୀନ ଭିତ୍ତିରେ ଏକ ବ୍ୟାପକ ସର୍ଭେ ଉଭୟ ପ୍ରାଦେଶିକ ଏବଂ ଜିଲ୍ଲା ସ୍ତରରେ ହେବା ଉଚିତ୍। ଯେଉଁମାନେ ପ୍ରକୃତ ହିତାଧିକାରୀ ସେମାନଙ୍କ ନିକଟରେ ଖାଇବା ସାମଗ୍ରୀ କିପରି ପହଞ୍ଚି ପାରିବ ସେଥିପାଇଁ ଏକ ସ୍ବଚ୍ଛ ଏବଂ ସୁଷମ ଆବଣ୍ଟନ ବ୍ୟବସ୍ଥା ଗ୍ରହଣ କରାଯିବା ଅତି ଜରୁରୀ। ଖାଦ୍ୟଶସ୍ୟ ବାବଦ ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବା ଉଚିତ୍। ରାଜ୍ୟ ସରକାରମାନେ ଖାଦ୍ୟଶସ୍ୟ କିପରି ସୁଷମ ବଣ୍ଟନ କରାଯିବ ତାହାର ତଦାରଖ କରିବା ଉଚିତ୍, ଯେପରି କି ଏଥିରେ କୌଣସି ମଧ୍ୟସ୍ଥଙ୍କ ହସ୍ତକ୍ଷେପ ରହିବ ନାହିଁ। ଦ୍ବିତୀୟ ବିଶ୍ବ ଯୁଦ୍ଧ ସମୟରେ ବଙ୍ଗଳାରେ ସାଂଘାତିକ ଦୁର୍ଭିକ୍ଷ ଦେଖା ଦେଇଥିଲା। ସେ ସମୟରେ ଗୋଦାମଘର ଗୁଡ଼ିକ ଖାଦ୍ୟଶସ୍ୟରେ ଭରପୁର ହୋଇ ରହିଥିଲେ ସୁଦ୍ଧା ବ୍ରିଟିଶ ସରକାରଙ୍କ ବିଫଳ ନୀତି କାରଣରୁ 30 ଲକ୍ଷ ଲୋକଙ୍କର ପ୍ରାଣହାନୀ ଘଟିଥିଲା। କେବଳ ସରଳ ଏବଂ ଦୃଢ଼ନିଶ୍ଚିତ ଯୋଜନା ଦ୍ବାରା ଏଭଳି ଦୁଃଖଦ ଘଟଣାରୁ ପୁନରାବୃତ୍ତି ହେବନାହିଁ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଯାଇପାରିବ!

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.