ଚଣ୍ଡୀଗଡ: ହରିୟାଣାରେ ଗରିବ ଶ୍ରେଣୀର ଲୋକମାନଙ୍କ ମଧ୍ୟରେ 5 ହଜାର ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଇଛି । ପଞ୍ଚକୁଲାର ମାତା ମନସା ଦେବୀ ମନ୍ଦିରରେ ଏହି ଖାଦ୍ୟ ପ୍ୟାକେଟ ପ୍ରସ୍ତୁତ କରାଯାଉଛି । ଯାହାର ପ୍ୟାକିଙ୍ଗ ସମୟରେ ବେଶ ସତର୍କତା ଓ ସ୍ବଚ୍ଛତା ଉପରେ ଧ୍ୟାନ ଦିଆଯାଉଥିବା ଦେଖିବାକୁ ମିଳିଛି ।
ଏହାର ତଦାରଖ କରୁଥିବା ସଞ୍ଜୟ କହିଛନ୍ତି ଯେ, ଆମେ ବସ୍ତି, ଆଶ୍ରୟ ଗୃହ ଏବଂ ଅନ୍ୟାନ୍ୟ ସ୍ଥାନରେ 5 ହଜାର ପ୍ୟାକେଟ୍ ମଧ୍ୟରେ ବଣ୍ଟନ କରିଛୁ । ଆଉ ଆଗକୁ ମଧ୍ୟ ଏହି କାର୍ଯ୍ୟ ଚାଲୁରହିବ । ତେବେ ଲକଡାଉନ କୁ ନେଇ ରାଜ୍ୟରେ ଖାଦ୍ୟ ଅଭାବ ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଥି ପାଇଁ ପ୍ରବାସୀ ଶ୍ରମିକ ଓ ଗରିବ ଶ୍ରେଣୀର ଲୋକ ମାନଙ୍କୁ ଏହା ବଣ୍ଟନ କରାଯାଉଛି ।