ETV Bharat / bharat

ଘରୁ ଅଫିସ କାମ କରିବାବେଳେ ଆଖିକୁ ଦିଅନ୍ତୁ ସୁରକ୍ଷା

author img

By

Published : Apr 3, 2020, 8:09 PM IST

ଲଗାତାର କମ୍ପୁଟର କିମ୍ବା ଲାପଟପ ସ୍କ୍ରିନ ଦେଖିବାକୁ ପଡୁଥିଲେ ପ୍ରଥମେ ନିଜ ବସିବା ଶୈଳୀ ବଦଳାଇ ଦିଅନ୍ତୁ । ଅଧିକାଂଶ ଆଖି ବିଶେଷଜ୍ଞ କହିଛନ୍ତି ଭୁଲ ବସିବା ପୋଜିସନରୁ ଆଖି ଖୁବଶିଘ୍ର ଖରାପ ହୋଇଥାଏ । ଅଧିକ ପଢନ୍ତୁ...

ଘରୁ କାମ କରିବାବେଳେ ଆଖିକୁ ଦିଅନ୍ତୁ ସୁରକ୍ଷା
ଘରୁ କାମ କରିବାବେଳେ ଆଖିକୁ ଦିଅନ୍ତୁ ସୁରକ୍ଷା

ହାଇଦ୍ରାବାଦ: କୋରୋନା ମୁକାବିଲା ପାଇଁ ସାରା ଦେଶରେ ଘୋଷଣା ହୋଇଛି ଲକଡାଉନ । ଆଉ ଏହି ସମୟରେ ସମସ୍ତେ ୱାର୍କ ଫ୍ରମ ହୋମ କରୁଛନ୍ତି । ତେବେ ଘରୁ କାମ କରିବାବେଳେ ଅଧିକାଂଶ ସମୟ ଆପଣଙ୍କୁ କମ୍ପୁଟର କିମ୍ବା ଲାପଟପ ସାମନାରେ କାଟିବାକୁ ପଡୁଛି । ଫଳରେ ଆପଣଙ୍କ ଆଖି ଉପରେ ଅଧିକ ପ୍ରେସର ପଡିବାର ସମ୍ଭାବନା ରହିଛି । ବର୍ତ୍ତମାନ ଅଫିସ ଦ୍ବାରା ଦିଆଯାଉଥିବା ସୁରକ୍ଷିତ କମ୍ପୁଟରରେ ଆପଣ କାମ କରିପାରିବେ ନାହିଁ । ତେଣୁ ଆପଣଙ୍କୁ ନିଜ ଆଖିର ସୁରକ୍ଷା ନିଜକୁ ନେବାକୁ ପଡିବ ।

ଲଗାତାର କମ୍ପୁଟର କିମ୍ବା ଲାପଟପ ସ୍କ୍ରିନ ଦେଖିବାକୁ ପଡୁଥିଲେ ପ୍ରଥମେ ନିଜ ବସିବା ଶୈଳୀ ବଦଳାଇ ଦିଅନ୍ତୁ । ଅଧିକାଂଶ ଆଖି ବିଶେଷଜ୍ଞ କହିଛନ୍ତି ଭୁଲ ବସିବା ପୋଜିସନରୁ ଆଖି ଖୁବଶିଘ୍ର ଖରାପ ହୋଇଥାଏ । ସ୍କ୍ରିନ ଓ ଆଖିର ଲେଭଲ ସମାନ ରହିବା ଦରକାର । ଆଖି ବାରମ୍ବାର ଉପର ଓ ତଳକୁ କରିବା ଦ୍ବାରା ଏହା ଉପରେ ଅଧିକ ପ୍ରେସର ପଡିଥାଏ । ତେଣୁ ଲାପଟପକୁ କିଛି ବହି ଅବା ଷ୍ଟାଣ୍ଡ ଉପରେ ରଖନ୍ତୁ । ନଚେତ ନିଜ ଚେୟାରକୁ ଟିକେ ଉଚ୍ଚା କରି ବସନ୍ତୁ ।

ଟ୍ବେଣ୍ଟି ଟ୍ବେଣ୍ଟି ରୁଲ ଆପଣାନ୍ତୁ । ଅର୍ଥାତ ସ୍କ୍ରିନକୁ ଅନାଇବାର 20 ମିନିଟ ପରେ 20 ଫୁଟ ଦୂରରେ ଥିବା ଏକ ବସ୍ତୁକୁ 20 ସେକେଣ୍ଡ ଅନାଇ ରହନ୍ତୁ । ଏହା ଆଖି ଉପରେ ଚାପ କମାଇବାରେ ସାହାଯ୍ୟ କରିଥାଏ । ସେହିପରି ସ୍ମାର୍ଟଫୋନ, ଲାପଟପ ଆଦିର ସେଟିଙ୍ଗରେ ନାଇଟ ଲାଇଟ ଅପସନ ଅନ କରି କାମ କରନ୍ତୁ । କାରଣ ଏଥିରେ ବ୍ଲୁ ଲାଇଟ କମ ରହିଥାଏ । ବ୍ଲୁ ଲାଇଟ ଆଖିର ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପକାଇଥାଏ । ତେଣୁ କାମ କରିବାବେଳେ ଏହାଠୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ ।

ସେହିପରି ଆପଣ ଅନଲାଇନରେ ଅନେକ ଆପ୍‌ ଫଲୋ କରିପାରିବେ । ଯେଉଁଥିରେ ଏହିସବୁର ବ୍ୟବହାର ବିଷୟରେ ବିସ୍ତୃତ ବିବରଣୀ ଦିଆଯାଇଛି । ସ୍କ୍ରିନରେ ଆଣ୍ଟି ଗ୍ଲାସର ବ୍ୟବହାର କରନ୍ତୁ । ଏହା ଆଖି ଉପରେ ଉତ୍ତମ ପ୍ରଭାବ ପକାଇଥାଏ । ଫଳରେ ଲାପଟପର ଡିରେକ୍ଟ ରଶ୍ମି ଆପଣଙ୍କ ଆଖି ଉପରେ କମ ପ୍ରେସର ସହ ପଡିଥାଏ । କାମ କରିବା ମଝିରେ ଆଖିରେ ଗୋଲାପ ଜଳ ସ୍ପ୍ରେ କରନ୍ତୁ । ଆଖି ସତେଜ ରହିବା ସହ ଭଲ ଲାଗିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.