ETV Bharat / bharat

ଲକଡାଉନରେ ସଠିକ ଖାଦ୍ୟ ଖାଆନ୍ତୁ, ସୁସ୍ଥ ରୁହନ୍ତୁ

author img

By

Published : Apr 1, 2020, 5:16 PM IST

ଲକଡାଉନରେ ବାହାରକୁ ଯିବାରେ ମଧ୍ୟ ସହଜ ନୁହେଁ । ତେଣୁ ଡାଏଟ କରୁଥିବା ଲୋକଙ୍କ ପାଇଁ ମଧ୍ୟ ଅସୁବିଧା ହୋଇପାରେ । ଅଧିକ ପଢନ୍ତୁ...

ଲକଡାଉନରେ ସଠିକ ଖାଦ୍ୟ ଖାଆନ୍ତୁ, ସୁସ୍ଥ ରହନ୍ତୁ

ହାଇଦ୍ରାବାଦ: କୋରୋନା ମୁକାବିଲା ପାଇଁ ମାର୍ଚ୍ଚ 24ରୁ ସାରା ଦେଶରେ 21 ଦିନିଆ ଲକଡାଉନ ପାଳନ ହେଉଛି । ଏହି ସମୟରେ ସମସ୍ତେ ଘରେ ଏକାଠି ହୋଇଛନ୍ତି । ସବୁ ଘରଲୋକ ଏକାଠି ଥିବାରୁ ନିଶ୍ଚିତ ଭାବେ କିଛି ପରିବାରରେ ପ୍ରତିଦିନ ସୁସ୍ବାଦୁ ଖାଦ୍ୟର ଆୟୋଜନ ଚାଲିଥିବ । କିନ୍ତୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି 21 ଦିନ ଆପଣ ବାହାରକୁ ବାହାରୁନାହାନ୍ତି କିମ୍ବା କୌଣସି ଶାରୀରିକ ଓ ମାନସିକ କାର୍ଯ୍ୟ କରୁନାହାନ୍ତି ।

ତେଣୁ ସବୁଠାରୁ ବଡ କଥା ହେଉଛି ଏହି ସମୟରେ ନିଜ ଶରୀର ଓ ଖାଦ୍ୟପେୟ ପ୍ରତି ଧ୍ୟାନ ରଖିବା । ତେଲ, ମସଲା ଯୁକ୍ତ ଖାଦ୍ୟ ସବୁବେଳେ ଖାଇବା ଆମ ପାଇଁ କ୍ଷତିକାରକ ହୋଇପାରେ । କୌଣସି ପ୍ରକାର ଶାରୀରିକ କାର୍ଯ୍ୟ କରୁନଥିବାରୁ ହଜମ ପ୍ରକ୍ରିୟାରେ ବିଳମ୍ବ ଘଟିପାରେ । ଫଳରେ କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ଏହି ସମୟରେ ନିଜକୁ ସୁସ୍ଥ ଓ ଦୃଢ ରଖନ୍ତୁ ।

ଲକଡାଉନରେ ବାହାରକୁ ଯିବାରେ ମଧ୍ୟ ସହଜ ନୁହେଁ । ତେଣୁ ଡାଏଟ କରୁଥିବା ଲୋକଙ୍କ ପାଇଁ ମଧ୍ୟ ଅସୁବିଧା ହୋଇପାରେ । ଏସବୁକୁ ଦୃଷ୍ଟିରେ ରଖି ଆମେ ଆପଣଙ୍କୁ କହିବୁ କିପରି ଏହି 21 ଦିନ ନିଜ ଡାଏଟ ପ୍ରସ୍ତୁତ କରିବେ । ଏକ ସଠିକ ଖାନାର ତାଲିକା ପ୍ରସ୍ତୁତ କରି ଏହାକୁ ଫଲୋ କରନ୍ତୁ । ଦେଖିବେ ଏହି ସମୟରେ ସୁସ୍ଥ ଓ ନିରୋଗ ରହିବେ ।

ଏହି ସମୟରେ ଆପଣ ଘରେ ଥିବା ସାମଗ୍ରୀରେ ସ୍ବାସ୍ଥ୍ୟକର ଡାଏଟ ପ୍ରସ୍ତୁତ କରିପାରିବେ । ନିଜ ବ୍ରେକଫାଷ୍ଟରେ ରାଗିର ବ୍ୟବହାର କରନ୍ତୁ । ଏହା ଏକ ଏପରି ଖାଦ୍ୟଶସ୍ୟ ଯେଉଁଥିରେ ଫାଇବର ଅଧିକ ପରିମାଣର ଥାଏ । ଏହା ଡାଏବେଟିସ ଓ ଓଜନ ହ୍ରାସରେ ସାହାଯ୍ୟ କରେ । ରାଗି ଦୋସା ବନାଇ ଖାଆନ୍ତୁ । ବ୍ରେକଫାଷ୍ଟ ପରେ କିଛି ଫଳ କିମ୍ବା ଧଣିଆ ଖାଆନ୍ତୁ । ଏହା ହଜମ କରିବାରେ ସାହାଯ୍ୟ କରିବ ।

ସେହିପରି ମଧ୍ୟାହ୍ନ ଭୋଜନରେ ରାଜମା ଚାୱଲ ଖାଇପାରିବେ । କାରଣ ରାଜମାରେ ପ୍ରୋଟିନ ଅଧିକ ଥାଏ । ଭାତ ସହ ଏହା ଖାଇବା ଦ୍ବାରା କ୍ୟାଲୋରୀ ଅଧିକ ମିଳିଥାଏ । ସାଧାରଣ ଡାଲି ଭାତ କିମ୍ବା ଖେଚେଡି ମଧ୍ୟ ଖାଇପାରିବେ । ବିଭିନ୍ନ ପ୍ରକାର ବ୍ୟଞ୍ଜନ ବଦଳରେ ଡାଲିକୁ ତଡକା କିମ୍ବା ମଖାନି ଭାବେ ବନାଇପାରିବେ । ଅପରାହ୍ନରେ ଭୋକ ଲାଗିଲେ ସାମାନ୍ୟ ଫଳ କିମ୍ବା ବିସ୍କୁଟ ଜାତୀୟ ଦ୍ରବ୍ୟ ଗ୍ରହଣ କରନ୍ତୁ ।

ଡିନର ଖାନା ଶିଘ୍ର ଖାଇବାକୁ ଚେଷ୍ଟା କରନ୍ତୁ । ଏବେ ଆପଣ ଘରେ ଅଛନ୍ତି । ତେଣୁ ରାତିରେ ଜଲଦି ଖାଆନ୍ତୁ । ଗୋଟିଏ ଦୁଇଟି ରୋଟି, ପରିବା ସନ୍ତୁଳା କିମ୍ବା ତଡକା ବନାଇ ଖାଆନ୍ତୁ । ଭାତ ଖାଉଥିବା ଲୋକ ରାତିରେ ଖେଚେଡି ବନାଇପାରିବେ । ସେହିପରି ଆମିଷରେ ଆପଣ ଅଣ୍ଡା ଓମଲେଟ ଖାଆନ୍ତୁ । ଧ୍ୟାନ ରଖନ୍ତୁ ଡିନର ଓ ଶୋଇବା ଭିତରେ ଯେପରି 2 ଘଣ୍ଟାର ସମୟ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.