ନୂଆଦିଲ୍ଲୀ: ପ୍ରଚଣ୍ଡ ଶୀତରେ ଥରୁଛି ଉତ୍ତର-ଭାରତ । ହାଡଭଙ୍ଗା ଶୀତରେ କଲବଲ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ । ଗତକାଲି 100 ବର୍ଷର ରେକର୍ଡ ଭାଙ୍ଗି ପାରଦ 4.2 ଖସିଥିବାବେଳେ ଆଜି ସ୍ଥିତି ଆହୁରି ସଂଗୀନ ରୂପ ନେଇଛି । ତାପମାତ୍ରା 2.4ରେ ପହଞ୍ଚିଥିବାବେଳେ କୋହଲା ପାଗକୁ ଘନ କୁହୁଡି ସମଗ୍ର ଅଞ୍ଚଳକୁ ଢାଙ୍କି ପକାଇଛି । ଫଳରେ ଶନିବାର ଦିଲ୍ଲୀରୁ ଆସିବାକୁ ଥିବା 24ଟି ଟ୍ରେନ ବିଳମ୍ବରେ ଗତି କରୁଛି ।
ଉତ୍ତର ରେଲୱେର ମୁଖ୍ୟ ଜନ ସମ୍ପର୍କ ଅଧିକାରୀ ଦୀପକ କୁମାରଙ୍କ ଦ୍ବାରା ଜାରି ହୋଇଥିବା ସୂଚନା ଅନୁସାରେ, ଦିଲ୍ଲୀରେ ପହଞ୍ଚିବାକୁ ଥିବା ପାଖାପାଖି 24ଟି ଟ୍ରେନ, ବର୍ତ୍ତମାନ 2 ଘଣ୍ଟା ବିଳମ୍ବରେ ଚାଲୁଛି । ଏଥିମଧ୍ୟରେ ଅନେକ ଗାଡି 4ରୁ 5 ଘଣ୍ଟା ମଧ୍ୟ ବିଳମ୍ବରେ ଚାଲିଥିବା ଜଣାପଡିଛି । ଦିଲ୍ଲୀରୁ ବାହାରିବାକୁ ଥିବା କେତେକ ଟ୍ରେନ 4 ଘଣ୍ଟା ବିଳମ୍ବରେ ଚାଲୁଥିବାବେଳେ ପ୍ୟାସେଞ୍ଜର ଗୁଡିକ ମଧ୍ୟ ବାଧାପ୍ରାପ୍ତ ହୋଇଛି ।
ତେବେ କେଉଁ କେଉଁ ଟ୍ରେନ କେତେ ସମୟ ବିଳମ୍ବରେ ଚାଲୁଛି ନଜର ପକାନ୍ତୁ:
- କଟିହାର-ଅମୃତସର ଏକ୍ସପ୍ରେସ (15707) - 4 ଘଣ୍ଟା
- ମାଲଦା-ନୂଆଦିଲ୍ଲୀ ଫରକ୍କା ଏକ୍ସପ୍ରେସ (13413) - 3 ଘଣ୍ଟା 30 ମିନିଟ
- ପୁରୁଷୋତ୍ତମ ଏକ୍ସପ୍ରେସ (12801) -4 ଘଣ୍ଟା 15 ମିନିଟ
- ଗୟା-ନୂଆଦିଲ୍ଲୀ ଏକ୍ସପ୍ରେସ (12397) -4 ଘଣ୍ଟା
- ସମ୍ପର୍କ କ୍ରାନ୍ତି (12565) -2 ଘଣ୍ଟା
- ବୈଶାଳୀ ଏକ୍ସପ୍ରେସ (12553)- 2ଘଣ୍ଟା 30 ମିନିଟ
- ରିବା-ଆନନ୍ଦ ଏକ୍ସପ୍ରେସ (12427)- 4 ଘଣ୍ଟା
- ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ (22823) -4 ଘଣ୍ଟା.45ମିନିଟ
- ଜବଲପୁର-ନିଜମୁଦ୍ଦିନ ଏକ୍ସପ୍ରେସ (12192)- 4ଘଣ୍ଟା
- ଆନନ୍ଦ ବିହାର ସଦ୍ଧଭାବନା ଏକ୍ସପ୍ରେସ (14017)- 5 ଘଣ୍ଟା