ETV Bharat / bharat

‘କୋଭିଡ-19 ଲଢେଇରେ ଗରିବଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଗୁରୁତ୍ବ ଦିଆଯାଉ’ - Focus on poor on corona

ଦାରିଦ୍ର୍ୟ ମଧ୍ୟରେ ଅଣ-ସଂକ୍ରାମକ ରୋଗ ଏକ ବଡ ବିପତ୍ତି । ସେଥିରେ ବୋଝ ଉପରେ ନଳିତା ବିଡା ସାଜୁଛି କୋରୋନା । କୋଭିଡ-19 ସ୍ଥିତି ସମୟରେ ଅଣ-ସଂକ୍ରାମକ ରୋଗରେ ପୀଡିତ ଥିବା ଲୋକଙ୍କ ପାଇଁ ଏହା ଏକ ବିପତ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ ।

Focus on poor
କୋଭିଡ-19 ଲଢେଇ
author img

By

Published : Jun 13, 2020, 5:07 PM IST

ଲଣ୍ଡନ: ଦାରିଦ୍ର୍ୟ ମଧ୍ୟରେ ଅଣ-ସଂକ୍ରାମକ ରୋଗ ଏକ ବଡ ବିପତ୍ତି । ସେଥିରେ ବୋଝ ଉପରେ ନଳିତା ବିଡା ସାଜୁଛି କୋରୋନା । କୋଭିଡ-19 ସ୍ଥିତି ସମୟରେ ଅଣ-ସଂକ୍ରାମକ ରୋଗରେ ପୀଡିତ ଥିବା ଲୋକଙ୍କ ପାଇଁ ଏହା ଏକ ବିପତ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । କୋଭିଡ-19କୁ ଏକ ‘ଭର୍ଟିକାଲ୍ ରୋଗ’ ଭାବରେ ବିଶ୍ବରେ ଆକଳନ କରାଯାଉଛି । ଏହାକୁ ବର୍ଣ୍ଣନା କରିଛନ୍ତି କଲୋମ୍ବିଆ ମେଲମାନ ସ୍କୁଲର ଲେଖକ ନିନା ସ୍କାୱାଲେ, ସ୍ପାର୍କ ଷ୍ଟ୍ରିଟ୍ ଆଡଭାଇଜର୍ ସୁସାନା ଲେହତିମାକି, ନ୍ୟାସନାଲ ଅଟୋନମସ୍ ୟୁନିଭର୍ସିଟିର ଜୁଆନା ପାବଲୋ ଗୁଟିରେଜ୍ ।

ଦାରିଦ୍ର୍ୟତା ପରେ ବର୍ତ୍ତମାନ କୋଭିଡ-19 ଏକ ନୂଆ ସମସ୍ୟା ବୋଲି ସେ କହିଛନ୍ତି । ଉପରୋକ୍ତ ଉକ୍ତିଟି ବିଶେଷକରି ଆମେରିକାର କ୍ଷେତ୍ରରେ ପ୍ରମାଣିତ ହୋଇଛି । ଏଠାରେ ସମୁଦାୟ ଜନସଂଖ୍ୟାରେ (18 ପ୍ରତିଶତ) ତୁଳନାରେ ଅଣ-ହିସପାନିକ କୃଷ୍ଣକାୟ ସମ୍ପ୍ରଦାୟର ଲୋକମାନଙ୍କର ଏକ ବୃହତ ପ୍ରତିଶତ (33 ପ୍ରତିଶତ) ମୃତ୍ୟୁବରଣ କରୁଛନ୍ତି ।

ଲେଖକମାନେ ଆହୁରି ମଧ୍ୟ ସୂଚାଇ ଦେଇଛନ୍ତି ଯେ କୋଭିଡ-19 ବିରୁଦ୍ଧରେ ନିଆଯାଇଥିବା ପଦକ୍ଷେପ ଯଥା- ଲକଡାଉନ୍, ସାମାଜିକ ଦୂରତା, ଦୁର୍ଭାଗ୍ୟବଶତଃ ଗରୀବ ଲୋକଙ୍କ ସ୍ବାସ୍ଥ୍ୟସେବା ଉପରେ ପ୍ରଭାବ ପକାଇଛି । ଫଳସ୍ବରୂପ, ଏହି ସମ୍ପ୍ରଦାୟଗୁଡିକ ପାଇଁ ସାମଗ୍ରିକ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଛି । ଏହାସହ ଯେତେବେଳେ ଖାଦ୍ୟ ନିରାପତ୍ତା ଓ ବେକାରୀ ମିଶିବ ସେବେ ମୃତ୍ୟୁହାର ଆହୁରୀ ଅଧିକ ହେବ।

କୋଭିଡ-19 ବିଶ୍ବ ସ୍ତରୀୟ ପ୍ରତିକ୍ରିୟା ସବୁଠାରୁ ଅସୁରକ୍ଷିତ ଲୋକଙ୍କୁ ସୁରକ୍ଷା କରିବା ପରିବର୍ତ୍ତେ ସମଗ୍ର ଜନସଂଖ୍ୟା ଉପରେ ଧ୍ୟାନ ଦେଇଛି ବୋଲି ଲେଖକମାନେ ଦର୍ଶାଇଛନ୍ତି । ଏହି ସମସ୍ୟାର ମୁକାବିଲା କରିବାକୁ, ଲେଖକ ଅଧିକ ଅସୁରକ୍ଷିତଙ୍କ ପାଇଁ ବିପଦକୁ ହ୍ରାସ କରିବାକୁ ଏକ ଉପାୟ ପରାମର୍ଶ ଦେଇଛନ୍ତି । ଗରିବଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.