ଗୌହାଟୀ: ପୁଣି ଆସାମରେ ଜଳ ପ୍ରଳୟ । ପାଞ୍ଚ ଜିଲ୍ଲାର 1.79 ଲକ୍ଷ ଲୋକେ ପ୍ରଭାବିତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ। ଏହାସହ ବିଶ୍ୱନାଥ ଜିଲ୍ଲାର ଜିଆ ଭରଲି ନଦୀରେ ଜଣେ ବ୍ୟକ୍ତି ବନ୍ୟାପାଣିରେ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି। 155 ଟି ଗାଁର ପ୍ରାୟ 1.79 ଲକ୍ଷ ଲୋକ ପ୍ରଭାବିତ ହୋଇ ଥିୂବା ବେଳେ ନାଗାଓଁ ଜିଲ୍ଲାରେ ଜଣଙ୍କର ମୃତ୍ୟୁ ଘଟିଛି ।ଏହି ବ୍ୟକ୍ତି ଜଣକ ନାଗାଓଁ ଜିଲ୍ଲାର କାମ୍ପୁରରେ ବନ୍ୟା ପାଣିରେ ବୁଡ଼ି ଯାଇଥିଲେ । ଯେଉଁଠାରେ କୋପିଲି ନଦୀ ବିପଦ ସଙ୍କେତ ସ୍ତରରେ ପ୍ରବାହିତ ହେଉଥିଲା ।
26,000 ଗୃହ ପାଳିତ ପଶୁ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି । ଗତ କିଛି ଦିନ ଧରି ଲଗାଣ ବର୍ଷା ହେତୁ 6,437 ହେକ୍ଟର ଫସଲ ନଷ୍ଟ ହୋଇଯାଇଛି । ଏହାସହ ଅନେକ ରାସ୍ତାଘାଟ ମଧ୍ୟ ପାଣିରେ ବୁଡି ରହିଛି । ବ୍ରହ୍ମପୁତ୍ର ନଦୀ ଜୋରହାଟ ଜିଲ୍ଲାର ନେମାଟିଘାଟରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏହାର ଦୁଇଟି ଉପନଦୀ ଜିଆ ଭରଲୀ ଓ କୋପିଲି ଉତ୍ତର-ପୂର୍ବ ଆସାମର ସୋନିଟପୁର ଓ ନାଗାଓଁ ଜିଲ୍ଲାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଇଛି । ପୂର୍ବ ବର୍ଷ ପରି ଆସାମରେ ଅଗଷ୍ଟ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଭୟଙ୍କର ରୂପ ନେଇଥିଲା ବନ୍ୟା । ଯେଉଁଥିରେ 22 ଟି ଜିଲ୍ଲାରେ 118 ଜଣଙ୍କର ମୃତ୍ୟୁ ଘଟିଥିଲା । ଏବଂ ଭୂସ୍ଖଳନରେ 26 ଜଣଙ୍କ ଜୀବନ ଯାଇଥିଲା ।
@ IANS