ETV Bharat / bharat

ଭୟଙ୍କର ହେଉଛି କେରଳ ବନ୍ୟା, 9 ଜିଲ୍ଲାକୁ ରେଡ ଆଲର୍ଟ - ଅଗଷ୍ଟ 15 ରୁ ପୁଣି ପ୍ରବଳ ବର୍ଷା

କେରଳରେ ବନ୍ୟା ବିତ୍ପାତ । ଏବେ ସୁଦ୍ଧା 22 ଜୀବନ ନେଲାଣି ବନ୍ୟା  । ଏନଡିଆରଏଫ ଟିମ ମୁତୟନ କରାଯାଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।  ଅଗଷ୍ଟ 15 ରୁ ପୁଣି ପ୍ରବଳ ବର୍ଷା ହେବା ନେଇ ସୂଚନା ମିଳିଛି।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Aug 9, 2019, 4:45 PM IST

ଥିରୁଅନନ୍ତପୂରମ୍‌: କେରଳରେ ବନ୍ୟା ବିତ୍ପାତ । କେଉଁଠି ଘରେ ପାଣି ପସିଛି ତ କେଉଁଠି ରାସ୍ତାରେ ଲହଡି ଭାଙ୍ଗୁଛି ପାଣି । ଜନଜୀବନ ଅସ୍ତବ୍ୟସ୍ତ ହେବାସହ ଏବେ ସୁଦ୍ଧା 22 ଜୀବନ ନେଲାଣି ବନ୍ୟା । ସେପଟେ ୱାୟନାଡରେ ଭୂସ୍ଖଳନ ଯୋଗୁଁ ବର୍ତ୍ତମାନ ସୁଦ୍ଧା 6 ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏନଡିଆରଏଫ ଟିମ ମୁତୟନ କରାଯାଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଗଷ୍ଟ 15 ରୁ ପୁଣି ପ୍ରବଳ ବର୍ଷା ହେବା ନେଇ ସୂଚନା ମିଳିଛି। ଏହାସହ ଆଜି 9ଟି ଜିଲ୍ଲାକୁ ଭାରତୀୟ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି ।

kerala flood
ଫଟୋ ସୌଜନ୍ୟ: ଏଏନଆଇ

କେରଳ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମୁତାବକ ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡିକରୁ 22,165ଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି । ବନ୍ୟା ପ୍ରଭାବିତଙ୍କ ପାଇଁ ରାଜ୍ୟରେ ସମୁଦାୟ 315ଟି ବନ୍ୟା ଆଶ୍ରୟସ୍ଥଳୀ କରାଯାଇଛି । ଏହାସହ ବନ୍ୟା ପ୍ରପିଡୀତଙ୍କୁ ସମସ୍ତ ପ୍ରକାର ସହାୟତା ନିମନ୍ତେ ଉପଯୁକ୍ତ ପଦକ୍ଷେପ ନିଆ ଯାଉଥିବା ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି । ସରକାର ଲୋକଙ୍କୁ ଖାଦ୍ୟ ପଦାର୍ଥ ଯୋଗାଇ ଦେବାପାଇଁ ସମସ୍ତ ଚେଷ୍ଟା କରୁଛନ୍ତି । ଏପରି କେତେକ ସ୍ଥାନ ରହିଛି ଯେଉଁଠି ପାଣି ଘେରରେ ଥିବା ସତ୍ତ୍ବେ ଲୋକେ ନିଜ ଘର ଛାଡିବାକୁ ନାରାଜ । କିନ୍ତୁ ତାଙ୍କୁ ସ୍ଥାନାନ୍ତର କରାଯିବା ପାଇଁ ଚେଷ୍ଟା ଜାରି ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

kerala flood
ଫଟୋ ସୌଜନ୍ୟ: ଏଏନଆଇ
kerala flood
ଫଟୋ ସୌଜନ୍ୟ: ଏଏନଆଇ

ସେପଟେ ଲଗାଣ ବର୍ଷା ଯୋଗୁଁ ୱାୟନାଡରେ ଭୂସ୍ଖଳନ ହୋଇଛି । ପାଖାପାଖି 2 କିମି ପର୍ଯ୍ୟନ୍ତ ଭୂସ୍ଖଳନ ହୋଇଥିବା ବେଳେ ଏନଡିଆରଏଫ ଟିମ ଦ୍ବାରା ଏବେ ସୁଦ୍ଧା ପାଖାପାଖି 60 ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି । ଏନେଇ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସହାୟତା ପାଇଁ ଅପିଲ କରିଛନ୍ତି । ବନ୍ୟା ପ୍ରଭାବିତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ଅଗଷ୍ଟ 11 ଯାଏଁ ସମସ୍ତ ବିମାନ ବାତିଲ କରାଯାଇଛି । ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଗୋଟିଏ ଦିନ ପାଇଁ କେରଳର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ସରକାର ଘୋଷଣା କରିଛନ୍ତି । ଆଜି କେରଳର ଏର୍ନାକୁଲମ, ଇଦୁକ୍କୀ, ଥ୍ରୀସୁର, ପାଲ୍ଲାକ୍କଡ, ମାଲ୍ଲାପୁରମ୍‌, କୋଜହିକୋଡେ, ୱାୟନାଡ, କନ୍ନୁର, କସରଗୋଡର ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି ।

Intro:Body:

blank 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.