ETV Bharat / bharat

ଗୋରଖପୁରରେ ବନ୍ୟା ତାଣ୍ଡବ, 24 ଗାଁ ଜଳବନ୍ଦୀ

author img

By

Published : Jul 22, 2020, 6:01 PM IST

ଗୋରଖପୁର ଅଞ୍ଚଳରେ ଲଗାତାର ତାଣ୍ଡବ କରୁଛି ବନ୍ୟା । ଜଳବନ୍ଦୀ ଅନେକ ଗାଁ । ବହୁ ଫସଲ ନଷ୍ଟ ହୋଇଛି । ପାଖାପାଖି 24ଟି ଗାଁ ଜଳବନ୍ଦୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଗୋରଖପୁରରେ ବନ୍ୟା ତାଣ୍ଡବ, 24 ଗାଁ ଜଳବନ୍ଦୀ
ଗୋରଖପୁରରେ ବନ୍ୟା ତାଣ୍ଡବ, 24 ଗାଁ ଜଳବନ୍ଦୀ

ଲକ୍ଷ୍ନୌ: ଗୋରଖପୁର ଅଞ୍ଚଳରେ ଲଗାତାର ତାଣ୍ଡବ କରୁଛି ବନ୍ୟା । ଜଳବନ୍ଦୀ ଅନେକ ଗାଁ । ବହୁ ଫସଲ ନଷ୍ଟ ହୋଇଛି । ଗୋଟେ ପଟେ ଚାଷୀଙ୍କ ଫସଲ ନଷ୍ଟ ହେବା ଦୁଃଖ ଏବଂ ଅନ୍ୟପଟେ ଗାଁରେ ପାଣି ଭରିଯିବା ଡର । ବନ୍ୟା ଜଳରେ ବୁଡିଯାଇଛି ଉତ୍ତର ପ୍ରଦେଶର ଗୋରଖପୁସ୍ଥିତ ପଲୀ ବ୍ଲକର ବହୁ ଗ୍ରାମ । ଏତେ ସମସ୍ୟା ଭିତରେ କୌଣସି ସରକାରୀ ପ୍ରଶାସନ ସାହାଯ୍ୟର ହାତ ବଢାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଗାଁକୁ ଯିବା ରାସ୍ତା ମଧ୍ୟ ବିଚ୍ଛିନ୍ନ ହୋଇଯାଇଛି । ସେପଟେ ଉତ୍ତରପ୍ରଦେଶରେ ଲଗାତାର ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି । ପାଖାପାଖି 24ଟି ଗାଁ ଜଳମଗ୍ନ ହୋଇଥିବାବେଳେ ସରକାରଙ୍କ ସହାୟତାକୁ ଅପେକ୍ଷା କରିଛନ୍ତି ପୀଡିତ ।

ସେପଟେ ଏନେଇ ଗୋରଖପୁରର ଅତିରିକ୍ତ ଜିଲ୍ଲାପାଳ ତଥା ବନ୍ୟା ନିୟନ୍ତ୍ରଣ ପ୍ରଭାରୀ ଅଧିକାରୀ ରାଜେଶ ସିଂହ କହିଛନ୍ତି, ଗୋରଖପୁର ଅଞ୍ଚଳଟି ତଳୁଆ ଭାଗରେ ଅବସ୍ଥିତ । ତେଣୁ ଏଠାରେ ବନ୍ୟାର ପ୍ରଭାବ ଅଧିକ ରହୁଛି । ପ୍ରତିବର୍ଷ ଏଠାରେ ପ୍ରାକୃତିକ ବିପର୍ଯ୍ୟୟ ଆସେ । ଚଳିତ ବର୍ଷ ବନ୍ୟା ଯୋଗୁଁ ଯେଉଁମାନଙ୍କର ଫସଲ ନଷ୍ଟ ହୋଇଛି, ସେମାନଙ୍କୁ କ୍ଷତିପୂରଣ ଦିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.