ETV Bharat / bharat

ଦିଲ୍ଲୀରେ CAA ତାତି: ଇଣ୍ଡିଗୋର 19 ବିମାନ ବାତିଲ - ଦିଲ୍ଲୀରେ ପ୍ରଦର୍ଶନ

CAAକୁ ନେଇ ଦିଲ୍ଲୀରେ ଚାଲିଥିବା ପ୍ରଦର୍ଶନ ଯୋଗୁଁ ଟ୍ରାଫିକ ଜାମ୍‌ । 19 ବିମାନ ବାତିଲ କଲା ଇଣ୍ଡିଗୋ ଏୟାର ଲାଇନ । ଅଧିକ ପଢନ୍ତୁ...

delhi
ଫାଇଲ ଫଟୋ
author img

By

Published : Dec 19, 2019, 4:57 PM IST

ନୂଆଦିଲ୍ଲୀ: CAAକୁ ନେଇ ଦିଲ୍ଲୀରେ ଚାଲିଥିବା ପ୍ରଦର୍ଶନର ପ୍ରଭାବ ବିମାନ ସେବା ଉପରେ ମଧ୍ୟ ପଡିଛି । ପ୍ରଦର୍ଶନ ଫଳରେ ଦିଲ୍ଲୀ ଓ ଗୁରୁଗ୍ରାମରେ ଟ୍ରାଫିକ ଜାମ୍‌ ଯୋଗୁଁ ଇଣ୍ଡିଗୋ 19ଟି ବିମାନକୁ ବାତିଲ କରିଦେଇଛି । ଏହା ବ୍ୟତିତ 16ଟି ବିମାନ ବିଳମ୍ବରେ ଉଡିବା ନେଇ ସୂଚନା ମିଳିଛି । ଅନ୍ୟପକ୍ଷେ ଏୟାର ଇଣ୍ଡିଆର ବିମାନ ମଧ୍ୟ ପ୍ରଭାବିତ ହୋଇଛି ।

ଜାମ ଯୋଗୁଁ କ୍ରୁ ମେମ୍ବର ଫସି ରହିଥିବାରୁ ବିମାନ ସେବା ବାତିଲ କରାଯାଇଥିବା ଇଣ୍ଡିଗୋ ପକ୍ଷରୁ ବୟାନ ଜାରି କରାଯାଇଛି । ଅନ୍ୟପକ୍ଷେ ଏୟାର ଇଣ୍ଡିଆ ମଧ୍ୟ ନିଜର ବୟାନ ଜାରି କରିଛି । ଗୁରୁଗ୍ରାମ-ଦିଲ୍ଲୀ ହାଇଓ୍ବେରେ ପ୍ରବଳ ଜାମକୁ ଦୃଷ୍ଟିରେ ରଖି ବିମାନ ସେବାକୁ ବାତିଲ କରାଯାଇଛି । ଏହାସହ ଟିକେଟର କ୍ୟାନ୍ସେଲେସନ ଓ ରିଫଣ୍ଡ ଟଙ୍କା ଫେରସ୍ତ କରି ଦିଆଯାଇଛି ବୋଲି ଏୟାର ଇଣ୍ଡିଆ ପକ୍ଷରୁ ଜାରି ବୟାନରେ ସୂଚନା ଦିଆଯାଇଛି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.