କୋଲକାତା: ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ବାତ୍ୟା 'ବୁଲବୁଲ'। ଲ୍ୟାଣ୍ଡଫଲକୁ ଆଖି ଆଗରେ ରଖି କୋଲକାତାରୁ ସମସ୍ତ ବିମାନ ସେବା ବନ୍ଦ କରାଯାଇଛି। ଏନେଇ ଆଜି ସଂଧ୍ୟା 6ଟାରୁ ଆସନ୍ତାକାଲି ସକାଳ 6ଟା ପର୍ଯ୍ୟନ୍ତ କୌଣସି ବିମାନ ନଚାଲିବା ପାଇଁ ନିଷ୍ପତ୍ତି କରାଯାଇଛି । ପ୍ରତିକୂଳ ପାଗ ଯୋଗୁଁ କୋଲକାତା ଦମଦମରୁ ଇଣ୍ଡିଗୋର 23ଟି ବିମାନ ସେବାକୁ ବାତିଲ କରାଯାଇଛି ।
ଏହାର ପ୍ରଭାବରେ ଓଡିଶାରେ ଶୁକ୍ରବାରଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । କିଛି ଜିଲ୍ଲା ଏଥିରେ ଅଧିକ ପ୍ରଭାବିତ ହୋଇଛି । ଏହି ଭୟଙ୍କରୀ ବାତ୍ୟାର ପ୍ରଭାବ ମୁମ୍ବାଇ ଏବଂ ଆଖପାଖ ଅଞ୍ଚଳରେ ମଧ୍ୟ ପଡିବା ଜଣାପଡିଛି । ବର୍ତ୍ତମାନ ଦୀଘା ଠାରୁ 90 କିଲୋମିଟର ଦୂରରେ ବୁଲବୁଲ ରହିଥିବା ସୂଚନା ମିଳିଛି।