ETV Bharat / bharat

ଆଜିଠୁ କୋଚିରୁ ଉଡିବ ଫ୍ଲାଇଟ - କୋଚି ଆନ୍ତର୍ଜାତୀୟ ବିମାନ ବନ୍ଦର

ରବିବାର ମଧ୍ୟାହ୍ନ 12ଟାରୁ କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିମାନ ଉଡାଣ ଆରମ୍ଭ ହେବ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Aug 11, 2019, 5:06 AM IST

କୋଚି: ଯାତ୍ରୀଙ୍କ ପାଇଁ ଖୁସି ଖବର । ରବିବାର ମଧ୍ୟାହ୍ନ 12ଟାରୁ କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିମାନ ଉଡାଣ ଆରମ୍ଭ ହେବ । କେରଳର କରାଳ ବନ୍ୟା ପରିସ୍ଥିତି ପାଇଁ ଗତ ଶୁକ୍ରବାରଠାରୁ କୋଚି ବିମାନ ବନ୍ଦରରୁ ସମସ୍ତ ବିମାନ ଉଡାଣକୁ ବାତିଲ କରାଯାଇଥିଲା । ଏନେଇ 220ରୁ 250 କୋଟି କ୍ଷତି ହୋଇଥିବା ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛି ।

ତେବେ ଏୟାରପୋର୍ଟ କର୍ତ୍ତୃପକ୍ଷ ଶନିବାର ସୂଚନା ଦେଇ କହିଛି, " ବିମାନ ବନ୍ଦର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ରବିବାର ମଧ୍ୟାହ୍ନ 12ଟାରୁ ବିମାନ ଉଡାଣ ସ୍ବଭାବିକ ହୋଇଯିବ । ସମସ୍ତ ଏୟାରଲାଇନ୍ସମାନଙ୍କୁ ନିଜ ନିଜର ସେବା ଆରମ୍ଭ କରିବା ନେଇ ନିର୍ଦ୍ଦେଶ ଦିଆ ସରିଛି ।"

ଉଲ୍ଲେଖଥାଉ କି, କେରଳରେ ଲାଗି ରହିଥିବା ଲଗାଣ ବର୍ଷା ଫଳରେ ଏୟାରପୋର୍ଟର ରନୱେରେ ପାଣି ଭର୍ତ୍ତି ହୋଇଯାଇଥିଲା । ଫଳରେ ଗତ ଶୁକ୍ରବାରଠାରୁ ବିମାନ ଉଡାଣକୁ ବାତିଲ କରି ଦିଆଯାଇଥିଲା ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.