ETV Bharat / bharat

ଫ୍ଲାସ ବ୍ୟାକ୍‌ 2010-19: ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସଂଘର୍ଷମୟ ତଥା ସଫଳତାର ଯାତ୍ରା - ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଖବର

କେବଳ ଭାରତ ନୁହେଁ ଗତ 10 ବର୍ଷ ମଧ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସାରା ବିଶ୍ବ ଦେଖିଛି ଅନେକ ସଫଳତା ଓ ବିଫଳତା । ତେବେ ବର୍ଷ ଶେଷରେ ଚାଲନ୍ତୁ ନଜର ପକାଇବା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଶ୍ବର ଏହି ଐତିହାସିକ ଯାତ୍ରାର ପୃଷ୍ଠଭୂମି ଉପରେ ...

science and technology over the decade, science and technology news, flash back 2010-19, ଫ୍ଲାସବ୍ୟାକ 2010-19, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଖବର, ଦଶନ୍ଧିର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
ଫ୍ଲାସ ବ୍ୟାକ୍‌ 2010-19: ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସଂଘର୍ଷମୟ ତଥା ସଫଳତାର ଯାତ୍ରା
author img

By

Published : Dec 29, 2019, 10:02 AM IST

ହାଇଦ୍ରାବାଦ: ଚାହୁଁ ଚାହୁଁ ଶେଷ ହେବାକୁ ବସିଛି ବର୍ଷ 2019 । ଏଥିସହ ଏକ ଦଶନ୍ଧିରେ ପଡିବାକୁ ଯାଉଛି ପୂର୍ଣ୍ଣଚ୍ଛେଦ । ଏହି 10 ବର୍ଷ ମଧ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅନେକ ସଫଳତା ହାସଲ ହୋଇଛି ତ କେତେବେଳେ ପୁଣି ସାମ୍ନାକୁ ଆସିଛି କିଛି ବିଫଳତା । ହେଲେ ହାର ନମାନି ପ୍ରତିଦିନ କିଛି ନା କିଛି ନୂଆ ଆବିଷ୍କାର ସହ ଦୁନିଆକୁ ବୈଜ୍ଞାନିକ ଉଦ୍ଭାବନରେ ବିଶ୍ବର 5ମ ସ୍ଥାନରେ ପହଞ୍ଚାଇବାରେ ସକ୍ଷମ ହୋଇପାରିଛନ୍ତି ଭାରତୀୟ ବୈଜ୍ଞାନିକ । ସେ ମଙ୍ଗଳ ମିଶନ ହେଉ କି ଚନ୍ଦ୍ରଯାନ ମିଶନ, ପ୍ରତିଟିରେ ଭାରତ ନିଜ ସଫଳତାର ଛାପ ଛାଡିବାରେ ସକ୍ଷମ ହୋଇଛି ।

ଏହି ନୂଆ ନୂଆ ଜ୍ଞାନ କୌଶଳର ବିକାଶ ଦେଶକୁ ନା ଯେ କେବଳ ନୂଆ ଶିଖରରେ ପହଞ୍ଚାଇପାରିଛି ବରଂ ଭାରତକୁ ଶତ୍ରୁ ଦେଶ ଆଗରେ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ମଧ୍ୟ ପ୍ରତିପାଦନ କରିପାରିଛି । ସେ ଆଣବିକ ବିଜ୍ଞାନ ହେଉ କି ମହାକାଶ ବିଜ୍ଞାନ, ଚିକିତ୍ସା ବିଜ୍ଞାନ ହେଉ କି ସାମାଜିକ ବିଜ୍ଞାନ, ପ୍ରତିଟି କ୍ଷେତ୍ରରେ ଗତ 10 ବର୍ଷରେ ଭାରତ ସୃଷ୍ଟି କରିପାରିଛି ନିଜର ଏକ ନୂତନ ପରିଚୟ ଓ ଅନ୍ୟଙ୍କ ପାଇଁ ପାଲଟିଛି ଏକ ଉଦାହରଣ । ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମଧ୍ୟ ଭାରତ ନିଜର ଶ୍ରେଷ୍ଠତ୍ବ ପ୍ରତିପାଦନ କରିଛି । ଫଳରେ 2018 ମସିହାରେ ଏହା 48ତମ ସ୍ଥାନରୁ 44ତମ ସ୍ଥାନରେ ପହଞ୍ଚି ନିଜ ସ୍ଥିତି ସୁଦୃଢ କରିପାରିଛି ।

କେବଳ ଭାରତ ନୁହେଁ ଗତ 10 ବର୍ଷ ମଧ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସାରା ବିଶ୍ବ ଦେଖିଛି ଅନେକ ସଫଳତା ଓ ବିଫଳତା । ତେବେ ବର୍ଷ ଶେଷରେ ଚାଲନ୍ତୁ ନଜର ପକାଇବା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଶ୍ବର ଏହି ଐତିହାସିକ ଯାତ୍ରାର ପୃଷ୍ଠଭୂମି ଉପରେ :

2010:

  • ଦଶନ୍ଧି ଆରମ୍ଭରେ ହିଁ ଇତିହାସ ସୃଷ୍ଟିର ନୂଆ ଖୋରାକ ପାଇଥିଲା ବିଶ୍ବ । ଏହି ବର୍ଷ ପ୍ରଥମ କ୍ବାଣ୍ଟମ ମେସିନର ଉଦ୍ଭାବନ ସହ ବିଶ୍ବରେ ସୃଷ୍ଟି ହୋଇଥିଲା କ୍ବାଣ୍ଟମ ବିଜ୍ଞାନର ନୂଆ ଓ ଐତିହାସିକ ଅଧ୍ୟାୟ । ୟୁନିଭର୍ସିଟି ଅଫ କାର୍ଲିଫର୍ଣ୍ଣିଆରୁ ପିଏଚଡି ଅଧ୍ୟାପନା ସମୟରେ ଏହି କ୍ବାଣ୍ଟମ ମେସିନକୁ ଆରୋନ ଡି. କନେଲ ଆବିଷ୍କାର କରିଥିଲେ । ଯାହାପରେ ସାରା ବିଶ୍ବକୁ କ୍ବାଣ୍ଟମ ବିଜ୍ଞାନ କ୍ଷେତ୍ରରେ ମିଳିପାରିଥିଲା ଐତିହାସିକ ଉପଲବ୍ଧି ।
  • କେବଳ ସେତିକି ନୁହେଁ ଏହି ବର୍ଷ ଏଚଆଇଭି ପ୍ରି-ଏକ୍ସପୋଜର ପ୍ରୋଫିଲାକ୍ସିସର 2ଟି ସଫଳ ପରୀକ୍ଷଣ ହୋଇପାରିଥିଲା । ଯାହା ସେ ସମୟର ଏକ ବଡ ଉପଲବ୍ଧି ଥିଲା କହିଲେ କିଛି ଭୁଲ ହେବ ନାହିଁ । ସେହିପରି ମୋଲିକ୍ୟୁଲାର ଡାଇନାମିକ୍ସ ଓ କ୍ବାଣ୍ଟମ ସିମୁଲେଟରର ବିକାଶ ସହ ଆରଏନଏ ବ୍ୟବହାରରେ ଜୀବକୋଷର ପୁନଃ ସୃଷ୍ଟି ଆଦିର ସଫଳ ପରୀକ୍ଷଣ ମଧ୍ୟ ଏହି ବର୍ଷ ସମ୍ଭବ ହୋଇପାରିଥିଲା ।

2011:

  • ଏହି ବର୍ଷ ଏଚଆଇଭି ଭଳି ମାରାତ୍ମକ ରୋଗର ପ୍ରତିକାର ପାଇଁ ‘ଏଚପିଟିଏନ 052’ ନାମକ ଏକ ସଫଳ ପରୀକ୍ଷଣ ହୋଇଥିଲା । ଏଥିସହ ମହାକାଶ ବିଜ୍ଞାନରେ ମଧ୍ୟ ଏହି ବର୍ଷ ‘ହାୟାବୁସା’ ସ୍ପେଶ ପ୍ରୋବ ସମ୍ପର୍କରେ ଏକ ବିବରଣୀ ପ୍ରକାଶ ପାଇଥିଲା । ସ୍ବଚ୍ଛ ଶକ୍ତି ପାଇଁ ଆବଶ୍ୟକ ଫୋଟୋସିଷ୍ଟମ 2 ସମ୍ପର୍କରେ ବୈଜ୍ଞାନିକମାନେ ଏହି ବର୍ଷ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଥିଲେ ।
  • ମ୍ୟାଲେରିଆ ପରି ଜ୍ବରର ବିକଶିତ ପ୍ରତିଷେଧକ ଟୀକା ମହାକାଶ ଜଗତର କେତେକ ଭାସମାନ ଗ୍ରହମାନଙ୍କ ବିଷୟରେ ମଧ୍ୟ ସନ୍ଧାନ ପାଇବାରେ ସକ୍ଷମ ହୋଇଥିଲା ବିଶ୍ବ ।

2012:
ଅଣୁ ଭୌତିକ ବିଜ୍ଞାନ କ୍ଷେତ୍ରରେ ଏହି ବର୍ଷ ‘ହିଗ୍ସ ବୋସନ’ ଆକାରରେ ଏକ ବଡ ଉପଲବ୍ଧି ମିଳିଥିଲା । ଏଥିସହ ମହାକାଶ ବିଜ୍ଞାନରେ ମଧ୍ୟ ହାତ ଲାଗିଥିଲା କିଛି ବଡ ସଫଳତା । ଯେଉଁଥିରେ ମଙ୍ଗଳ ଗ୍ରହରେ ଲ୍ୟାଣ୍ଡ କରିଥିଲା ‘କ୍ୟୁରିଓସିଟି ରୋଭର’ । ଅନ୍ୟପଟେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପ୍ରୋଟିନର ଷ୍ଟ୍ରକ୍‌ଚର ନିର୍ମାଣ ପାଇଁ ସଫଳତାର ସହ ବ୍ୟବହାର ହୋଇଥିଲା ଏକ୍ସ-ରେ ଲେଜର ।

2013:
ଏହି ବର୍ଷ କର୍କଟ ରୋଗର ଉପଶମ କ୍ଷେତ୍ରରେ ବିଶ୍ବକୁ ମିଳିଥିଲା ଏକ ମହୌଷଧି । କ୍ୟାନ୍ସର ଇମ୍ୟୁନୋଥେରାପି ଆବିଷ୍କାର ହେବା ସହ ଏହି ବର୍ଷ କର୍କଟ ଭଳି ରୋଗର ଉପଶମ ପାଇଁ ମିଳିଥିଲା ଏକ ବିରାଟ ଉପଲବ୍ଧି । ଏଥିସହ ଏହି ଥେରାପିରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ମଧ୍ୟ ସହାୟକ ହେବ ବୋଲି ଡାକ୍ତରମାନେ ସୂଚନା ଦେଇଥିଲେ ।

2014:
ମହାକାଶ ବିଜ୍ଞାନରେ ଏହି ବର୍ଷ କିଛି ବଡ ସଫଳତା ହାସଲ କରିଥିଲା । ଯେଉଁଥିରୁ ଗୋଟିଏ ହେଉଛି ରୋସେଟା କୋମେଟ ମିଶନ । 2004 ମସିହାରୁ ଆରମ୍ଭ ହୋଇଥିବା ଏହି ମିଶନ 2014ରେ ସଫଳତାର ରୂପ ନେଇଥିଲା । ଏକ ୟୁରୋପିଆନ ସ୍ପେଶ ଏଜେନ୍ସି ଦ୍ବାରା ଆରମ୍ଭ ହୋଇଥିବା ଏହି ମିଶନରେ ରୋସେଟ ନାମକ ସ୍ପେଶ ପ୍ରୋବକୁ ମହାକାଶକୁ ଛଡାଯାଇଥିଲା । ଯାହା 2014ରେ କୋମେଟ67ପିରେ ସଫଳତାର ସହ ଲ୍ୟାଣ୍ଡ କରିବା ସହ ମହାକାଶ ବିଜ୍ଞାନରେ ଅଧ୍ୟୟନ ପାଇଁ ଅନେକ ଖୋରାକ ଯୋଗାଇବାରେ ସାହାଯ୍ୟ କରିଥିଲା ।

2015:

  • କ୍ଲଷ୍ଟର୍ଡ ରେଗୁଲାରଲି ଇଣ୍ଟରସ୍ପେଶ୍‌ଡ ସର୍ଟ ପାଲିଣ୍ଡ୍ରୋମିକ ରିପିଟ୍ସ । ଚିକିତ୍ସା ବିଜ୍ଞାନରେ ଏକ ମାଇଲଖୁଣ୍ଟ କହିଲେ କିଛି ଭୁଲ ହେବ ନାହିଁ । ଏହି ପ୍ରକ୍ରିୟା ଦ୍ବାରା ଏକ ଡିଏନଏ ସିକ୍ବେନ୍ସ ପ୍ରସ୍ତୁତ କରାଯାଇପାରିବ, ଯାହା ଶରୀର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଇନଫେକ୍ସନ ବା ସଂକ୍ରମଣ ରୋଗ ଆଦିରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।
  • ଏଥିସହ ଭାରତୀୟ ମହାକାଶ ବିଜ୍ଞାନ କ୍ଷେତ୍ରରେ ସୃଷ୍ଟି ହୋଇଥିଲା ନୂଆ ରେକର୍ଡ । ଏହି ବର୍ଷ ସଫଳତାର ସହ ଲଞ୍ଚ ହୋଇଥିଲା ଭାରତର ଚତୁର୍ଥ ନାଭିଗେସନ ସାଟେଲାଇଟ ।

2016:
ଏହି ବର୍ଷ ଅନ୍ୟ ସମସ୍ତ ଉପଲବ୍ଧି ମଧ୍ୟରୁ ମହାକାଶ ବିଜ୍ଞାନ କ୍ଷେତ୍ରରେ ମିଳିଥିବା ଉପଲବ୍ଧି ସବୁଠାରୁ ବୃହତ ଓ ଐତିହାସିକ ରହିଥିଲା । 14 ସେପ୍ଟେମ୍ବର 2015 ମସିହାରେ ପ୍ରଥମ ଥର ପାଇଁ ଟ୍ରାକ ହୋଇପାରିଥିଲା ଗ୍ରାଭିଟେସନାଲ ୱେଭ ବା ଗୁରୁତ୍ବାକର୍ଷଣ ତରଙ୍ଗ । ହେଲେ ଏନେଇ 11 ଫେବୃଆରୀ 2016 ମସିହାରେ ଲୋଗୋ ଓ ଭିରଗୋ ଦ୍ବାରା ମିଳିତ ଭାବେ ସଫଳତା ଘୋଷଣା କରାଯାଇଥିଲା । ଏହା ନା ଯେ ମହାକାଶ ବିଜ୍ଞାନରେ ରେକର୍ଡ ସୃଷ୍ଟି କରିଥିଲା ବରଂ ଏହା ଆଇନଷ୍ଟାଇନଙ୍କ ଭବିଷ୍ୟବାଣୀକୁ ବି ସତ ସାବ୍ୟସ୍ତ କରିଥିଲା ।

2017:
ରେକର୍ଡ ସୃଷ୍ଟି କରି ଏହି ବର୍ଷ ଭାରତ ମହାକାଶକୁ ଏକକାଳୀନ 104ଟି ସାଟେଲାଇଟ ପଠାଇଥିଲା । ଏଥିସହ କସମିକ କନଭର୍ଜେନ୍ସରେ ଏହିବର୍ଷ ମିଳିଥିଲା ବିପୁଳ ସଫଳତା । ନ୍ୟୁଟ୍ରନ ଷ୍ଟାର ମର୍ଜରର ଆବିଷ୍କାର ଏହି ବର୍ଷ କରାଯାଇଥିଲା ।

2018:

  • ଏହି ବର୍ଷ ସିଙ୍ଗଲ ସେଲ ସିକ୍ବେନ୍ସିଂ କ୍ଷେତ୍ରରେ ହାସଲ ହୋଇଥିବା ବିପୁଳ ସଫଳତା। ନେକ୍ସଟ ଜେନେରେସନ ସିକ୍ବେନ୍ସିଂ ଟେକ୍ନୋଲୋଜି ସହାୟତାରେ ମାଇକ୍ରୋଏନଭାୟାରମେଣ୍ଟର ପ୍ରତିଟି କଣିକା ଉପରେ ମିଳିପାରିଥିଲା ଅନେକ ତଥ୍ୟ । ଯାହାକି ଅନେକ ମାରାତ୍ମକ ରୋଗର ପ୍ରତିକାର ଦିଗରେ ଅଧ୍ୟୟନ ପାଇଁ ସହାୟକ ହୋଇଥିଲା ।
  • ଭାରତୀୟ ମହାକାଶ ବିଜ୍ଞାନ କ୍ଷେତ୍ରରେ ଏହି ବର୍ଷ ଗୋଟିଏ ଫ୍ଲାଇଟରେ ଏକକାଳୀନ 31ଟି ସାଟେଲାଇଟ ଲଞ୍ଚ କରିବାର ଗୌରବ ହାସଲ ହୋଇଥିଲା ।

2019:

  • ଚନ୍ଦ୍ରର ଯେଉଁ ପାର୍ଶ୍ବରେ କୌଣସି ଦେଶ କେବେ ଅବତରଣ କରିନଥିଲା ସେଠାକୁ ଚନ୍ଦ୍ରଯାନ-2 ମିଶନର ପରିକଳ୍ପନା କରିଥିଲା ଭାରତ । ଯାନ୍ତ୍ରିକ ତୃଟି ଯୋଗୁଁ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ ଠିକଭାବେ କରିପାରିନଥିଲା ସତ ହେଲେ ଏହା ଚନ୍ଦ୍ରପୃଷ୍ଠର ଅନେକ ଫଟୋ ସହ ଯୋଗାଇ ପାରିଥିଲା ଅନେକ ତଥ୍ୟ । ଯାହା ମହାକାଶ ବିଜ୍ଞାନ କ୍ଷେତ୍ରରେ ସୃଷ୍ଟି କରିଥିଲା ଇତିହାସ ।
  • ଅନ୍ୟପଟେ ମଣିଷ ସୃଷ୍ଟିର ଅନେକ ଗୂଢ ରହସ୍ୟ ଉପରେ ଆଲୋକପାତ ପାଇଁ ଆବିଷ୍କାର ହୋଇଥିଲା ନୂଆ ପ୍ରୋଟିନ ମେଥଡ ।

ଫ୍ଲାସବ୍ୟାକରେ ମହାକାଶ ବିଜ୍ଞାନର କିଛି ସ୍ମରଣୀୟ ମୁହୂର୍ତ୍ତ:

ଏହି ଦଶନ୍ଧିରେ ସାରା ବିଶ୍ବ ମହାକାଶ ବିଜ୍ଞାନରେ ଅନେକ ଉଲ୍ଲେଖନୀୟ ଅଧ୍ୟାୟ ଦେଖିଛି । ମହାକାଶର କେତେକ ଗୂଢ ରହସ୍ୟ ଉନ୍ମୋଚନ ହେଉ ଅବା ଅସମ୍ଭବ ମନେ ହେଉଥିବା ଅନେକ ଯାତ୍ରାର ସଫଳ ରୂପାୟନ । ପ୍ରତିଟି କ୍ଷେତ୍ରରେ ବିଶ୍ବ ଅବଲୋକନ କରିଛି ବିଜ୍ଞାନରେ ବିକାଶର ପ୍ରକ୍ରିୟା ।

  • 2011ରେ ମଙ୍ଗଳ ଗ୍ରହରେ ଖରା ଦିନେ ଜଳର ଉପସ୍ଥିତି ନେଇ ନାସା ପ୍ରଥମେ ଏକ ଖୁଲାସା କରିଥିଲା । ଯାହାର ଫଟୋ ଜାରି କରିଥିଲା ମାର୍ସ ରିକୋନିସେନ୍ସ ଅର୍ବିଟର । ଏଥିସହ ଯୁକ୍ତରାଜ୍ୟ ଏହି ବର୍ଷ ସ୍ପେଶ ସଟଲ ଆଟଲାଣ୍ଟିସ ମିଶନରେ ପକାଇଥିଲା ପୂର୍ଣ୍ଣଛେଦ ।
  • 2012ରେ ମଙ୍ଗଳ ଗ୍ରହର ଗେଲ କ୍ରେଟରରେ ନାସା ନିଜର କ୍ୟୁରିଓସିଟି ରୋଭରକୁ ସଫଳତା ପୂର୍ବକ ଲ୍ୟାଣ୍ଡ କରାଇଥିଲା । ଅନ୍ୟପଟେ ସ୍ପେଶ ଏକ୍ସ ଡ୍ରାଗନ ବିଶ୍ବର ପ୍ରଥମ କମର୍ସିଆଲ ସ୍ପେଶକ୍ରାଫ୍ଟ ଭାବେ ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନ ସହ ଯୋଡି ହୋଇଥିଲା ।
  • 2013 ମସିହାରେ ଚୀନ ନିଜର ଶକ୍ତି ପ୍ରଦର୍ଶନ ପୂର୍ବକ ଚ୍ୟାଙ୍ଗ’ଇ 3କୁ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଲ୍ୟାଣ୍ଡ କରାଇଥିଲା । ସେହିପରି ଭାରତ ଇତିହାସ ସୃଷ୍ଟି ଦିଗରେ ପାଦ ବଢାଇଥିଲା । ଏହି ବର୍ଷ ମଙ୍ଗଳ ମିଶନ ଆରମ୍ଭ ହୋଇ ଲଞ୍ଚ ହୋଇଥିଲା ମଙ୍ଗଳଯାନ ।
  • 2014 ମସିହାରେ ରୋସେଟା ସ୍ପେଶକ୍ରାଫ୍ଟ ସଫଳତାର ସହ କୋମେଟ 67ପିରେ ଲ୍ୟାଣ୍ଡ କରି ସୃଷ୍ଟି କରିଥିଲା ମହାକାଶ ବିଜ୍ଞାନର ନୂଆ ଅଧ୍ୟାୟ । ସେହିପରି ଓରିଅନ ସ୍ପେଶକ୍ରାଫ୍ଟ ଏହାର ପ୍ରଥମ ସଫଳ ଉଡାଣ ଭରିବାରେ ସକ୍ଷମ ହୋଇଥିଲା । ଅନ୍ୟପଟେ ଭାରତର ମଙ୍ଗଳଯାନ ଏହି ବର୍ଷ ମଙ୍ଗଳ ଗ୍ରହର କକ୍ଷ ପଥରେ ପ୍ରବେଶ କରିଥିଲା ।
  • 2015ରେ ମଙ୍ଗଳ ଓ ବୃହସ୍ପତି ଗ୍ରହ ମଧ୍ୟରେ ଥିବା ବୃହତ୍ତମ ଏଷ୍ଟେରଏଡର ସିରେସ ପର୍ଯ୍ୟନ୍ତ ପହଞ୍ଚି ନାସାର ‘ଡନ’ ପ୍ରୋବ ସୃଷ୍ଟି କରିଥିଲା ବିରଳ ରେକର୍ଡ । ଯାହାକି ମହାକାଶୀୟ ବସ୍ତୁର ପରିକ୍ରମା କରିଥିବା ପ୍ରଥମ ସ୍ପେଶକ୍ରାଫ୍ଟ । ସେହିପରି ପ୍ଲୁଟୋ ପର୍ଯ୍ୟନ୍ତ ପହଞ୍ଚିବାରେ ପ୍ରଥମ ସ୍ପେଶକ୍ରାଫ୍ଟ ପାଲଟିଥିଲା ନାସାର ‘ନ୍ୟୁ ହୋରିଜୋନ’ ପ୍ରୋବ । ଅନ୍ୟପଟେ ପରୀକ୍ଷା ପାଇଁ ସ୍ପେଶଏକ୍ସରୁ ଲଞ୍ଚ କରାଯାଇଥିବା ‘ଫାଲକନ 9’ ସଫଳତାର ସହ ଫେରି ଭର୍ଟିକାଲ ଲ୍ୟାଣ୍ଡିଂ କରିଥିଲା । ମଙ୍ଗଳଯାନ ମଧ୍ୟ ଏହିବର୍ଷ ମହାକାଶରେ ପୂରଣ କରିଥିଲା ଯାତ୍ରାର 100 ଦିନ ।
  • 2016ରେ ୟୁରୋପିଆନ ସ୍ପେଶ ଏଜେନ୍ସି ଓ ରୋଜକସମୋସ ମିଳିତ ଭାବେ ମଙ୍ଗଳ ଗ୍ରହରେ ପରୀକ୍ଷା ନିରୀକ୍ଷା ପାଇଁ ‘ଏକ୍ସୋ ମାର୍ସ ଟ୍ରେସ ଗ୍ୟାସ ଅର୍ବିଟର’ ମିଶନକୁ ଲଞ୍ଚ କରିଥିଲେ । ନାସାର ‘ଜୁନୋ’ ସ୍ପେଶକ୍ରାଫ୍ଟ ଏହିବର୍ଷ ବୃହସ୍ପତି ଗ୍ରହର କକ୍ଷପଥରେ ପ୍ରବେଶ କରି 20 ମାସିକିଆ ମିଶନ ଆରମ୍ଭ କରିଥିଲା । ଅନ୍ୟପଟେ ଭାରତର ଲାଟେଷ୍ଟ ଯୋଗାଯୋଗ ଉପଗ୍ରହ ‘ଜିସ୍ୟାଟ-18’କୁ ଇନସ୍ୟାଟ/ଜିସ୍ୟାଟ ସିଷ୍ଟମରେ ସାମିଲ କରାଯାଇଥିଲା ।
  • 2017ରେ ଗୋଟିଏ ରକେଟ ସହାୟତାରେ ଏକକାଳୀନ 104ଟି ଉପଗ୍ରହକୁ ମହାକାଶ ପ୍ରେରଣ କରି ଏକ ବିରଳ ରେକର୍ଡର ଅଧିକାରୀ ହୋଇଥିଲା ଇଣ୍ଡିଆନ ସ୍ପେଶ ରିସର୍ଚ୍ଚ ଅର୍ଗାନାଇଜେସନ । ଗୋଟିଏ ପଟେ ଭାରତକୁ ଏହି ବର୍ଷ ସଫଳତା ମିଳିଥିଲା ସତ ହେଲେ ଅନ୍ୟପଟେ ନାଭିଗେସନ ଉପଗ୍ରହ ଲଞ୍ଚ କରିବାରେ ବିଫଳ ହୋଇଥିଲା ଇସ୍ରୋ ।
  • 2018ରେ ଭାରତର ସବୁଠାରୁ ଭାରୀ ଉପଗ୍ରହ ‘ଜିସ୍ୟାଟ-11’କୁ ସଫଳତା ପୂର୍ବକ ଲଞ୍ଚ କରାଯାଇଥିଲା । ତେଣେ ମହାକାଶରେ ସୂର୍ଯ୍ୟ ସଦୃଶ ତାରକାର ଚତୁଃପାର୍ଶ୍ବରେ ଶନି ଗ୍ରହ ପରି ଏକ ଉପଗ୍ରହର ସନ୍ଧାନ ପାଇବାରେ ସଫଳ ହୋଇଥିଲା ଇସ୍ରୋ । ସେହିପରି ନାସା ଦ୍ବାରା 2009 ମସିହାରେ ଆରମ୍ଭ ହୋଇଥିଲା ‘କେପଲର’ ଓ 2007 ମସିହାରେ ଆରମ୍ଭ ହୋଇଥିବା ‘ଡନ’ ମିଶନ ଏହି ବର୍ଷ ଶେଷ ହୋଇଥିଲା ।
  • ଦଶନ୍ଧିର ଶେଷ ବର୍ଷ ତଥା 2019 ସାରା ବିଶ୍ବ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବା ସଫଳ ବର୍ଷ ଥିଲା କହିଲେ କିଛି ଭୁଲ ହେବ ନାହିଁ । ଏହି ବର୍ଷ ଚୀନରେ ମଣିଷ ଦ୍ବାରା ପ୍ରସ୍ତୁତ ପ୍ରଥମ ବସ୍ତୁ ‘ଚ୍ୟାଙ୍ଗ’ଇ-4’କୁ ଚନ୍ଦ୍ରର ପୃଷ୍ଠକୁ ପଠାଯାଇଥିଲା । ସେହିପରି ନାସାର 15ବର୍ଷ ପୁରୁଣା ‘ରୋଭର’ ମିଶନ 2019ରେ ହାଇବରନେସନ ବା ଶୀତନିଦ୍ରାରୁ ଉଠିନପାରି ଯାତ୍ରା ଶେଷ କରିଥିଲା । ହୋରିଜୋନ ଟେଲିସ୍କୋପ ଦ୍ବାରା ଏହି ବର୍ଷ ସୁପରମ୍ୟାସିଭ ବ୍ଲାକ ହୋଲର ପ୍ରଥମ ଫଟୋଚିତ୍ର ଉତ୍ତୋଳନ କରାଯାଇଥିଲା ।
  • ବିଶ୍ବ ପାଇଁ ଏହି ବର୍ଷ ଯେତିକି ଗୁରୁତ୍ବପୂର୍ଣ୍ଣ ଭାରତ ପାଇଁ ମଧ୍ୟ ଏହା ସେତିକି ସ୍ମରଣୀୟ ରହିଥିଲା । ଏହି ବର୍ଷ ଚନ୍ଦ୍ରଯାନ-1ର ଫଲୋଅପ ମିଶନ ଭାବେ ଚନ୍ଦ୍ରପୃଷ୍ଠକୁ ପଠାଯାଇଥିଲା ଚନ୍ଦ୍ରଯାନ-2 । ଯାନ୍ତ୍ରିକ ତୃଟି ଯୋଗୁଁ ଏହା ଚନ୍ଦ୍ରପୃଷ୍ଠରୁ ମାତ୍ର 2.1 କିଲୋମିଟର ପୂର୍ବରୁ ବିକ୍ରମ ଲ୍ୟାଣ୍ଡର ସହ ଯୋଗାଯୋଗ ହରାଇବସିଥିଲା । ମିଶନଟି ସମ୍ପୂର୍ଣ୍ଣ ସଫଳ ନହେଲେ ବି ବିଫଳ ମଧ୍ୟ ନଥିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.