ସୀମଲା: ଭୁଷୁଡି ପଡିଲା 5 ମହଲା ବିଶିଷ୍ଟ କୋଠା। ଏଭଳି ଅଘଟଣ ଶନିବାର ହିମାଚଳ ପ୍ରଦେଶ ସୀମଲାରେ ଘଟିଛି। ଏନେଇ ସୀମଲାର ଡେପୁଟି କମିଶନର ଅମିତ କାଶ୍ୟପ ସୂଚନା ଦେଇଛନ୍ତି।
ଖବର ଥାଉକି, କୋଠାଟିକୁ ଅସମ୍ପୂର୍ଣ୍ଣ ରହିଥିବା ବେଳେ ଏହା ଖାଲିଥିଲା। ତେଣୁ କ୍ଷୟକ୍ଷତିର କୌଣସି ସୂଚନା ନାହିଁ। ତେବେ କୋଠାଟି କେଉଁ କାରଣରୁ ଭୁଷୁଡିଲା ଏନେଇ ତଦନ୍ତ ଚାଲିଛି।
''ଅନୁସନ୍ଧାନ ମାଧ୍ୟମରେ ଏହି ଭୁଶୁଡ଼ିବାର କାରଣ ଜଣାପଡିବ। କୋଠାଟି ଅଣସଂରକ୍ଷିତ ଥିଲା, ଏହା ସମ୍ପୂର୍ଣ୍ଣ ଖାଲି ଥିଲା। କୌଣସି ମୃତାହତ ଖବର ମିଳି ନାହିଁ। ବିଲ୍ଡିଂର ମୂଲ୍ୟାଙ୍କନ କରାଯିବ'' ବୋଲି କାଶ୍ୟପ କହିଛନ୍ତି।