ଲକ୍ଷ୍ନୌ: ଫ୍ଲିପକାର୍ଟ ଗୋଦାମରୁ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟ୍ । ଉତ୍ତରପ୍ରଦେଶର ରାମପୁରର କୋଟୱାଲି ସିଭିଲ୍ ଲାଇନ୍ସ ଅଞ୍ଚଳରେ ଖୁଚୁରା ଇ-କମର୍ସ ଫ୍ଲିପକାର୍ଟର ଗୋଦାମ ଭିତରେ 5 ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସିସିଟିଭିରେ କଏଦ ହୋଇଛି ।
ଶନିବାର ରାତି ପ୍ରାୟ 10ଟା ସମୟରେ ଏହି ଘଟଣା ଘଟିଛି । କମ୍ପାନୀର କର୍ମଚାରୀମାନେ ବ୍ୟାଙ୍କରେ ଜମା କରିବା ପାଇଁ ନଗଦ ଟଙ୍କା ସଂଗ୍ରହ କରୁଥିଲେ । ଏହି ସମୟରେ 5 ଜଣ ଦୁର୍ବୃତ୍ତ ଗୋଦାମରେ ପଶି 18 ସେକେଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟ୍ କରି ନେଇଥଲେ ।
ଏନେଇ ସୂଚନା ଦେଇଛନ୍ତି ଗୋଦାମ ଦାୟିତ୍ବରେ ଥିବା ଅନମୋଲ କଶ୍ୟପ । ଏହାପରେ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ସେମାନଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ