ETV Bharat / bharat

5 ସାମ୍ବାଦିକ ଗିରଫ, ଲାଗିଲା ଗ୍ୟାଙ୍ଗଷ୍ଟାର ଆକ୍ଟ - Gangster Act

ଗ୍ୟାଙ୍ଗଷ୍ଟାର ଆକ୍ଟରେ ଉତ୍ତରପ୍ରଦେଶର ଗୌତମବୁଦ୍ଧ ନଗରରୁ ପୋଲିସ 5 ଜଣ ସାମ୍ବାଦିକଙ୍କୁ ଗିରଫ କରିଛି । ପୋଲିସକୁ ଧମକଚମକ ଦେବା ଓ ପୋଲିସ ନାମରେ ଫେକ୍‌ ନ୍ୟୁଜ ପବ୍ଲିସ କରୁଥିଲେ ଗିରଫ ସାମ୍ବାଦିକ ।

ପ୍ରତୀକାତ୍ମକ ଫଟୋ
author img

By

Published : Aug 25, 2019, 1:11 PM IST

ଲକ୍ଷ୍ନୌ: ନ୍ୟୁଜ୍‌ ପୋର୍ଟାଲରେ ପୋଲିସକୁ ହାନୀ ପହଞ୍ଚାଉଥିବା ଖବର ପବ୍ଲିସ୍‌ କରିବା ସହ ବିଭିନ୍ନ ପୋଲିସ ଅଧିକାରୀଙ୍କୁ ଧମକଚମକ ଦେଇ ଚାପ ପକାଉଥିଲେ ସାମ୍ବାଦିକ । ଶେଷରେ ଏହି 5 ସାମ୍ବାଦିକଙ୍କୁ ଗିରଫ କରିଛି ପୋଲିସ । ଗ୍ୟାଙ୍ଗଷ୍ଟାର ଆକ୍ଟରେ ଉତ୍ତରପ୍ରଦେଶର ଗୌତମବୁଦ୍ଧ ନଗରରୁ ପୋଲିସ ଏହି 5 ଜଣ ସାମ୍ବାଦିକଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ସୁଶିଲ ପଣ୍ଡିତ, ଚନ୍ଦନ ରାୟ, ନୀତୀଶ ପାଣ୍ଡେ, ଉଦିତ୍‌ ଗୋଏଲ ଓ ରମଣ ଠାକୁର । ଗିରଫ ରମଣ ଠାକୁରଙ୍କ ନାମରେ ପୂର୍ବରୁ ପୋଲିସ 25ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା । ଫେକ୍‌ ନ୍ୟୁଜ ଭାଇରାଲ କରିବା ଓ ପୋଲିସକୁ ଧମକଚମକ ଦେଉଥିବା ଏହି 5 ଜଣଙ୍କ ଉପରେ ଗ୍ୟାଙ୍ଗଷ୍ଟାର ଆକ୍ଟ ଲଗାଇଛି ପୋଲିସ ।

ଗିରଫ ସାମ୍ବାଦିକ ଏହି ମାମଲାରେ ନିଜ ନାମରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ଭିତ୍ତିହୀନ ଅଭିଯୋଗ ବୋଲି କହିଛନ୍ତି । ଯଦି ପ୍ରକାଶିତ କରାଯାଇଥିବା ଖବରରେ ପୋଲିସର କୌଣସି ପ୍ରକାର ଆପତ୍ତି ରହିଥିଲା ତେବେ ପୋଲିସ ନୋଟିସ ପଠାଇବା ଆବଶ୍ୟକ ଥିଲା । ମାତ୍ର ଗ୍ୟାଙ୍ଗଷ୍ଟାର ଆକ୍ଟରେ ଗିରଫ କରି ପୋଲିସ ନିଜ କ୍ଷମତାର ଅପବ୍ୟବହାର କରିଥିବା କହିଛନ୍ତି ଗିରଫ ସାମ୍ବାଦିକ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.