ଚଣ୍ଡିଗଡ: ହରିୟାଣାର ଅମ୍ବାଲାରେ କାନ୍ଥ ଭୁଶୁଡି ପଡିବାରୁ 3 ଶିଶୁ ସମେତ 5 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଠାକାର କିଙ୍ଗ ପ୍ୟାଲେସ ନିକଟରେ ପାର୍କିଂ ପାଇଁ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ପାଖରେ ଥିବା ନାଳରେ ଲିକେଜ ହୋଇଥିଲା । ସେହି ସମୟରେ ନାଳରୁ ପାଣି ଆସି କିଙ୍ଗ ପ୍ୟାଲେସର କାନ୍ଥରେ ଲାଗିଯିବାରୁ ଏହା ଫମ୍ପା ହୋଇ ଯାଇଥିଲା ।
ଯାହାଫଳରେ ଶୁକ୍ରବାର ବିଳମ୍ବିତ ରାତ୍ରୀରେ କିଙ୍ଗ ପ୍ୟାଲେସ କାନ୍ଥ ଭୁଶୁଡି ପଡିଥିଲା । ଯେଉଁଥି ପାଇଁ 5 ଜଣଙ୍କ ଜୀବନ ଚାଲି ଯାଇଥିଲା । ମୃତକଙ୍କ ମଧ୍ୟରେ 3 ଜଣ ଶିଶୁ ଥିବା ଜଣାପଡିଛି ।