ମୁମ୍ବାଇ: ପୋଲିସକୁ ଅପମାନିତ କରିବା ଭଳି ଟିଟକଟ ଭିଡିଓ ପ୍ରସ୍ତୁତ କରୁଥିବା 5 ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ । ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡିଛି ।
ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ପୋଲିସ ଷ୍ଟେସନ ଅଧିକାରୀ କହିଛନ୍ତି, ସେମାନେ ଲକଡାଉନ୍ ନିୟମକୁ ଅବମାନନା କରି ପୋଲିସକୁ ଅପମାନିତ କରୁଥିବା ଏକ ଭିଡିଓ ପ୍ରସ୍ତୁତ କରିଥିଲେ । ଆମେ ସେମାନଙ୍କୁ ଟିକଟକ୍ ଆଇଡିରୁ ଚିହ୍ନଟ କରି ଆଇପିସି, ଏପିଡେମିକ୍ ଆଇନ ଏବଂ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ଗିରଫ କରିଛୁ ।
କୋରୋନା ସଂକ୍ରମିତଙ୍କ ସଂଖ୍ୟା ମୁମ୍ବାଇରେ ସବୁଠାରୁ ଅଧିକ ରହିଛି । ସେପଟେ ବାରମ୍ବାର ଲୋକମାନେ ନିୟମ ଉଲ୍ଲଙ୍ଘନ କରୁଥିବା ଖବର ସାମନାକୁ ଆସୁଛି । ସେପଟେ ମହାରାଷ୍ଟ୍ରରେ 5218 ଜଣ ଆକ୍ରାନ୍ତ ହୋଇଥିବାବେଳେ 251 ଜଣଙ୍କ ମୃତ୍ୟୁ ହୋଇସାରିଲାଣି ।