ETV Bharat / bharat

ଓଖା ବନ୍ଦରରୁ 20 ମତ୍ସ୍ୟଜୀବୀଙ୍କୁ ଉଠାଇ ନେଲା ପାକିସ୍ତାନ ସୁରକ୍ଷାବଳ ! - ଓଖା ବନ୍ଦରରୁ ମତ୍ସ୍ୟଜୀବି ଅପହରଣ

20 ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ପାକିସ୍ତାନ ସୁରକ୍ଷାବଳ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ଗୁଜୁରାଟର ଓଖା ବନ୍ଦରରୁ ଦୁଇଟି ମାଛ ଧରା ଡଙ୍ଗା ସହ ଏହି 20 ଜଣ ମତ୍ସ୍ୟଜୀବୀଙ୍କୁ ଅପହରଣ କରାଯାଇଛି। ଅଧିକ ପଢ଼ନ୍ତୁ...

fishermen were abducted by Pakistani security forces in gujarat okha port
ଓଖା ବନ୍ଦରରୁ 20 ମତ୍ସ୍ୟଜୀବିଙ୍କୁ ଉଠାଇ ନେଲା ପାକିସ୍ତାନ ସୁରକ୍ଷା ସଂସ୍ଥା!
author img

By

Published : Dec 8, 2020, 10:49 PM IST

ଗାନ୍ଧିନଗର: 20 ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ପାକିସ୍ତାନ ସୁରକ୍ଷାବଳ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ଗୁଜୁରାଟର ଓଖା ବନ୍ଦରରୁ ଦୁଇଟି ମାଛ ଧରା ଡଙ୍ଗା ସହ ଏହି 20 ଜଣ ମତ୍ସ୍ୟଜୀବୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରିଛନ୍ତି ମତ୍ସ୍ଯଜୀବୀଙ୍କ ପରିବାର ଲୋକେ । ଓଖା ନିକଟସ୍ଥ ମତ୍ସ୍ୟଜୀବୀମାନେ ମାଛ ଧରିବାକୁ ଯାଇଥିବା ବେଳେ ବେଆଇନ ଭାବରେ ପାକିସ୍ତାନ ସୁରକ୍ଷାକର୍ମୀ ତାଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି।

ଓଖା ବନ୍ଦରରୁ 20 ମତ୍ସ୍ୟଜୀବିଙ୍କୁ ଉଠାଇ ନେଲା ପାକିସ୍ତାନ ସୁରକ୍ଷା ସଂସ୍ଥା!

ଏହି ଘଟଣାକୁ 2 ଦିନ ବିତି ଯାଇଥିଲେ ସୁଦ୍ଧା ଗାନ୍ଧୀନଗରର ମତ୍ସ୍ୟ ବିଭାଗ ପାଖରେ ଏନେଇ କୌଣସି ସୂଚନା ନାହିଁ। ଏହାକୁ ନେଇ ଓଖା ବନ୍ଦର କର୍ତ୍ତୃପକ୍ଷ ମଧ୍ୟ କୌଣସି ସୂଚନା ଦେଉନାହାନ୍ତି। ଗତ ଡିସେମ୍ବର 6 ତାରିଖରେ ଓଖା ବନ୍ଦର ହାଜି ଲତିଫ ଭୋଇଙ୍କ ପୁଅ ହୁସେନ୍ ଲତିଫଙ୍କ ସମେତ 19 ଜଣ ମତ୍ସ୍ୟଜୀବି ମାଛ ଧରିବାକୁ ଯାଇଥିଲେ। ତେବେ ମାଛ ଧରିବା ସମୟରେ ତାଙ୍କୁ ପାକିସ୍ତାନୀ ସୁରକ୍ଷାବଳ ଉଠାଇ ନେଇଥିବା ଖବର ପାଇଥିଲେ। ବର୍ତ୍ତମାନ ଏହି ମତ୍ସ୍ୟଜୀବୀମାନେ ପାକିସ୍ତାନ ଜେଲରେ ଥିବା ନେଇ ଅଭିଯୋଗ କରିଛନ୍ତି ହାଜି ଲତିଫ।

ହାଜି ଲତିଫ ଓ ତାଙ୍କ ପରିବାର ବର୍ଷ ବର୍ଷ ଧରି ଏଠାରେ ମାଛ ଧରି ପରିବାର ଭରଣପୋଷଣ କରି ଆସୁଛନ୍ତି। ଭାରତ ପାକିସ୍ତାନ ମଧ୍ୟରେ ବିବାଦ ଯୋଗୁଁ ଏଠାକାର ମତ୍ସ୍ୟଜୀବୀଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ସେ କହିଛନ୍ତି। ସେପଟେ ଯେତେବେଳେ ଭାରତୀୟ ମତ୍ସ୍ୟଜୀବୀମାନଙ୍କୁ ପାକିସ୍ତାନ ସୁରକ୍ଷା ଏଜେନ୍ସି ଉଠାଇନେଇଥାନ୍ତି, ପାକିସ୍ତାନ ସରକାର ଭାରତ ସରକାରଙ୍କୁ ଏନେଇ ଅବଗତ କରାଇ ଥାଏ। କିନ୍ତୁ ହୁସେନ୍ ଲତିଫଙ୍କ ସମେତ 19 ଜଣ ମତ୍ସ୍ୟଜୀବିଙ୍କ ଅପହରଣ ହେବା ନେଇ କୌଣସି ସୂଚନା ମିଳିପାରିନାହିଁ। ଏନେଇ ଗାନ୍ଧୀନଗର ମତ୍ସ୍ୟଜୀବୀ ସୂଚନା ଦେଇଛି। ସେପଟେ ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ପୂରା ପରିବାର।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.