ETV Bharat / bharat

ଅଷ୍ଟ୍ରେଲିଆରୁ ଆସିଲା ପ୍ରଥମ ବିମାନ, ଫେରିଲେ 223 ଭାରତୀୟ

author img

By

Published : May 22, 2020, 12:59 AM IST

ଏୟାର ଇଣ୍ଡିଆ ବିମାନ 301ରେ ସିଡନୀରୁ 223 ଜଣ ଭାରତୀୟ ନୂଆଦିଲ୍ଲୀ ଫେରିଥିଲେ । କୋଭିଡ 19 ମହାମାରୀ ଯୋଗୁଁ ସେଠାରେ ଏମାନେ ଫସିରହିଥିଲେ । ଅଧିକ ପଢନ୍ତୁ...

ଅଷ୍ଟ୍ରେଲିଆରୁ ଆସିଲା ପ୍ରଥମ ବିମାନ, ଫେରିଲେ 223 ଭାରତୀୟ
ଅଷ୍ଟ୍ରେଲିଆରୁ ଆସିଲା ପ୍ରଥମ ବିମାନ, ଫେରିଲେ 223 ଭାରତୀୟ

ନୂଆଦିଲ୍ଲୀ: ବନ୍ଦେ ଭାରତ ମିଶନ ଅଧୀନରେ ଅଷ୍ଟ୍ରେଲିଆରୁ ଭାରତକୁ ଆସିଛି ପ୍ରଥମ ବିମାନ । ଏଥିରେ 223 ଭାରତୀୟ ସ୍ବଦେଶ ଫେରିଛନ୍ତି । ଗୁରୁବାର ଟ୍ବିଟରରେ ଏମାନଙ୍କୁ ସ୍ବାଗତ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।

ଏୟାର ଇଣ୍ଡିଆ ବିମାନ 301ରେ ସିଡନୀରୁ 223 ଜଣ ଭାରତୀୟ ନୂଆଦିଲ୍ଲୀ ଫେରିଥିଲେ । କୋଭିଡ-19 ମହାମାରୀ ଯୋଗୁଁ ସେଠାରେ ଏମାନେ ଫସିରହିଥିଲେ । ଅଷ୍ଟ୍ରେଲିଆରୁ ପ୍ରଥମ ବିମାନ ଭାବେ ଏହା ଫସିଥିବା ଭାରତୀୟଙ୍କୁ ନେଇ ଫେରିଛି । ଏଥିପାଇଁ ଜୟଶଙ୍କର ଅଷ୍ଟ୍ରେଲିଆ ସରକାରଙ୍କ ସହ ସେଠାରେ ଥିବା ଭାରତୀୟ ହାଇକମିଶନଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଏହାସହ ସେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଓ ଦିଲ୍ଲୀ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ଏବେ ଯାଏଁ ପ୍ରାୟ 20 ହଜାରରୁ ଅଧିକ ଭାରତୀୟଙ୍କୁ ବିଦେଶରୁ ଫେରାଇ ଅଣାଯାଇଛି ବୋଲି କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏବେ ଏହି ମିଶନର ଦ୍ବିତୀୟ ପର୍ଯ୍ୟାୟ ଜାରି ରହିଛି । ମେ 7ରୁ ପ୍ରଥମ ପର୍ଯ୍ୟାୟରେ ଅନେକ ଭାରତୀୟଙ୍କୁ ଫେରାଇ ଅଣାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.