ETV Bharat / bharat

ହରିୟାଣାରେ ମେ 1ରୁ ଜନଗଣନାର ପ୍ରଥମ ପର୍ଯ୍ୟାୟ - census 2021

ହରିୟାଣାରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ମେ 1ରୁ ଜୁନ 15 ମଧ୍ୟରେ ଅନୁଷ୍ଠିତ ହେବ । ଏଥିପାଇଁ 58,000 ଅଧିକାରୀଙ୍କୁ ନିୟୋଜିତ କରାଯିବ । ଅଧିକ ପଢନ୍ତୁ...

census-2021
ଜନଗଣନା
author img

By

Published : Feb 15, 2020, 12:22 PM IST

ନୂଆଦିଲ୍ଲୀ: ଆସନ୍ତା 2021 ମସିହାରେ ହେବାକୁ ଯାଉଛି ଭାରତର 16ତମ ଜନଗଣନା । ହରିୟାଣାରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ମେ 1ରୁ ଜୁନ 15 ମଧ୍ୟରେ ଅନୁଷ୍ଠିତ ହେବ । ଏଥିପାଇଁ 58,000 ଅଧିକାରୀଙ୍କୁ ନିୟୋଜିତ କରାଯିବ ।

2021 ଜନଗଣନା ଏବଂ ଜାତୀୟ ଜନସଂଖ୍ୟା ପଞ୍ଜୀକରଣର ପୂର୍ବ ପ୍ରସ୍ତୁତିର ସମୀକ୍ଷା ପାଇଁ ଶୁକ୍ରବାର ବରିଷ୍ଠ ଅଧିକାରୀଙ୍କର ଏକ ରାଜ୍ୟସ୍ତରୀୟ ବୈଠକ ବସିଥିଲା । ମୁଖ୍ୟ ସଚିବ କେଶନୀ ଆନନ୍ଦ ଏହି ବୈଠକର ଅଧ୍ୟକ୍ଷତା କରିଥିଲେ । ବୈଠକରେ ରେଜିଷ୍ଟର ଏବଂ ଜନଗଣନା ଆୟୁକ୍ତ ବିବେକ ଜୋଶୀ ମଧ୍ୟ ଯୋଗ ଦେଇଥିଲେ । ତେବେ ଜନଗଣନା ସମୟରେ ନାଗରିକଙ୍କଠାରୁ କୌଣସି ପ୍ରକାର ଦସ୍ତାବିଜ ମଗାଯିବ ନାହିଁ । ସେମାନଙ୍କୁ କେବଳ ପ୍ରଶ୍ନ ପଚାରାଯିବ ବୋଲି ଜୋଶୀ କହିଛନ୍ତି । ଜନଗଣନା ପାଇଁ ପୂର୍ବରୁ ନିର୍ଦ୍ଧାରିତ ପ୍ରଶ୍ନାବଳୀରୁ ହିଁ ସେମାନଙ୍କୁ ପ୍ରଶ୍ନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.