ETV Bharat / bharat

ପ୍ରଥମ ଥର କୋରୋନା ସଂକ୍ରମିତଙ୍କ ଠାରେ ପରୀକ୍ଷଣ ହେଲା ଆଣ୍ଟିବଡି - First patient dosed in FDA-Approved

ଯୁକ୍ତରାଷ୍ଟ୍ରର ଆମେରିକାର କାଲିଫର୍ଣ୍ଣିଆରେ ଅବସ୍ଥିତ ହ୍ୟୁମାନଜେନ ନାମକ ଏକ କ୍ଲିନିକାଲ-ଷ୍ଟେଜ ବାୟୋଫାର୍ମାସ୍ୟୁଟିକାଲ କମ୍ପାନୀ ଘୋଷଣା କରିଛି ଯେ ପ୍ରଥମ ଥର ଜଣେ COVID-19 ସଂକ୍ରମିତଙ୍କ ଠାରେ ଆଣ୍ଟିବଡି ପରୀକ୍ଷଣ କରାଯାଇଛି । ଅଧିକ ପଢନ୍ତୁ...

ପ୍ରଥମ ଥର କୋରୋନା ରୋଗୀ ଠାରେ ପରୀକ୍ଷଣ ହେଲା ଆଣ୍ଟିବଡି
ପ୍ରଥମ ଥର କୋରୋନା ସଂକ୍ରମିତଙ୍କ ଠାରେ ପରୀକ୍ଷଣ ହେଲା ଆଣ୍ଟିବଡି
author img

By

Published : May 8, 2020, 9:12 PM IST

ହାଇଦ୍ରାବାଦ: ହାରି ମାନିବ କୋରୋନା । ଆମେରିକାରେ ପ୍ରଥମ ଥର ଜଣେ କୋରୋନା ସଂକ୍ରମିତଙ୍କ ଠାରେ ପରୀକ୍ଷଣ ହେଲା ଆଣ୍ଟିବଡି । ଯାହାକୁ ପ୍ରସ୍ତୁତ କରିଛି କାଲିଫର୍ଣ୍ଣିଆର ଏକ ମେଡିକାଲ କମ୍ପାନୀ ହ୍ୟୁମାନଜେନ । ଯାହାକୁ ନେଇ ସେ ପୂର୍ବରୁ ଘୋଷଣା ମଧ୍ୟ କରିଥିଲେ ।

ଲେନଜିଲୁମାବର ଫେଜ-3 ଅଧ୍ୟୟନକୁ ଏଫଡିଏ(ଫୁଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ) ଦ୍ବାରା ଅନୁମୋଦନ ମିଳିବା ପରେ ଏହି ପରୀକ୍ଷଣ କରାଯାଇଛି । ଆମେରିକାର କେତେକ ଟପ ସେଣ୍ଟର, କ୍ଲିନିକାଲ ବିଶେଷଜ୍ଞ ଓ ରିସର୍ଚ୍ଚ କମ୍ପାନୀ ସିଟିଆଇ ସହ ଏହି କମ୍ପାନୀ କାର୍ଯ୍ୟ କରୁଛି । ଯେଉଁମାନେ କି ଲେନଜିଲୁମାବର ଫେଜ -3ର ଏହି ଅଧ୍ୟୟନ ଅନୁଯାୟୀ ଏହି ଆଣ୍ଟିବଡି ପ୍ରସ୍ତୁତି ଦିଗରେ ଅଧିକ ରିସର୍ଚ୍ଚ କରୁଛନ୍ତି । ଯଦି ଏହା ସଫଳ ହୁଏ ତେବେ କୋରୋନା ଭୂତାଣୁରୁ ମୁକ୍ତି ପାଇପାରିବା ବୋଲି ଆଶା କରାଯାଉଛି । ଏନେଇ କହିଛନ୍ତି ହ୍ୟୁମାନିଜେନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. କ୍ୟାମେରନ୍ ଡୁରାଣ୍ଟ ।

ସିଟିଆଇର ପ୍ରତିଷ୍ଠାତା ତଥା ସିଇଓ ଟିମ୍ ସ୍କ୍ରୋଡର୍ କହିଛନ୍ତି ଯେ “ଏହି ପ୍ରୋଗ୍ରାମ ଏଫଡିଏ ଅନୁମୋଦନ ଏବଂ ସାଇଟ୍ ଆକ୍ଟିଭେସନ୍ ମାଧ୍ୟମରେ ଆଗେଇ ଚାଲିଛି ।

ଡ. କ୍ୟାମେରନ୍ ଡୁରାଣ୍ଟଙ୍କ ଅନୁସାରେ, ସାଇଟୋକାଇନ୍ ଷ୍ଟ୍ରୋମରେ IL-6, IL-1 and TNF-α ଭଳି ଏକାଧିକ ସାଇଟୋକାଇନ ଭଳି କ୍ୟାସକେଡ କିମ୍ବା ଅପଷ୍ଟ୍ରିମରେ GM-CSF ପୂର୍ବରୁ ଦେଖାଯାଇଛି । ଅତ୍ୟଧିକ GM-CSF ଉତ୍ପାଦନ କେତେକ ରୋଗର ମୁଖ୍ୟ ପ୍ରାରମ୍ଭିକ ଟ୍ରିଗର ବୋଲି ବିବେଚନା କରାଯାଏ । ସାଇଟୋକାଇନ୍ ବୃଦ୍ଧି ହେତୁ ଗୁରୁତ୍ୱପୂର୍ଣ୍ଣ ‘ଡାଉନଷ୍ଟ୍ରିମ‘ ର କାରଣ ହୋଇପାରେ । ତେଣୁ, GM-CSFକୁ ନ୍ୟୁଟ୍ରାଲାଇଜ କରି ସାଇଟୋକାଇନ୍ ଷ୍ଟ୍ରୋମକୁ ରୋକାଯାଇପାରେ କିମ୍ବା କମ୍ କରାଯାଇପାରେ ବୋଲି ସମ୍ଭାବନା ରହିଛି ।

ଏହା ଏକମାତ୍ର କମ୍ପାନୀ ଯିଏ କି ଗତ 3 ବର୍ଷ ଧରି GM-CSFକୁ ନ୍ୟୁଟ୍ରାଲାଇଜ କରି ସାଇଟୋକାଇନ୍ ଷ୍ଟ୍ରୋମକୁ ରୋକିବାକୁ ପ୍ରୟାସ ଜାରି ରଖିଛି । ଏହି କ୍ଷେତ୍ରରେ ଆମର ଏକାଧିକ ଗ୍ରହଣୀୟ ପ୍ରକାଶନ, ଗୁରୁତର ଶ୍ବାସକ୍ରିୟା ରୋଗୀଙ୍କ ସମେତ ବହୁ ନିରାପତ୍ତା ତଥ୍ୟ ରହିଛି ଏବଂ ବ୍ୟାପକ ଆଇପି ଦାଖଲ କରିଛୁ । ଏହି ଅଧ୍ୟୟନରେ ରୋଗୀଙ୍କୁ ଯଥାଶୀଘ୍ର ସକ୍ଷମ କରିବାକୁ FDA, CTI, ଅନ୍ୟ ଅଂଶୀଦାର ଓ ବ୍ୟାପକ ନେଟୱାର୍କ ନିଯୁକ୍ତି କେନ୍ଦ୍ରର ସହଯୋଗ ବଳରେ ଏହା ସଫଳ ହୋଇଛି ବୋଲି ଡ କ୍ୟାମେରନ୍ ଡୁରାଣ୍ଟ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.