ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଦ୍ବାରା ପ୍ରେରଣ କରାଯାଇଥିବା ‘ଚନ୍ଦ୍ରାୟନ-2’ ଚନ୍ଦ୍ରର ପ୍ରଥମ ଫଟୋ ଉତ୍ତୋଳନ କରିଛି । ଚନ୍ଦ୍ରାୟନ-2ର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର 2650 କିଲୋମିଟର ଉଚ୍ଚତାରୁ ଏହି ଫଟୋ ଉତ୍ତୋଳନ କରିଛି ।
ଚନ୍ଦ୍ରାୟନ-2 ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ସହ ସେଠାକାର ପରିବେଶ, ଭୂପୃଷ୍ଠ ଓ ବିଭିନ୍ନ ଉପାଦାନ ବିଷୟରେ ତଥ୍ୟ ସଂଗ୍ରହ କରି ଇସ୍ରୋକୁ ପ୍ରେରଣ କରିବ ।