ETV Bharat / bharat

12ରେ ହେବ ମନ୍ତ୍ରୀ ପରିଷଦର ପ୍ରଥମ ବୈଠକ - new-council-of-ministers

ନୂଆ ସରକାର ଗଠନ ହେବା ପରେ ମନ୍ତ୍ରୀ ପରିଷଦର ପ୍ରଥମ ବୈଠକ ଜୁନ 12ରେ ଅନୁଷ୍ଠିତ ହେବ । ବୈଠକରେ ଆଗାମୀ 5 ବର୍ଷରେ ସରକାରଙ୍କ କାର୍ଯ୍ୟ ଏବଂ ଯୋଜନା ଉପରେ ବିଚାରବିମର୍ଶ କରାଯିବ ।

ଫାଇଲ ଫଟୋ
author img

By

Published : Jun 8, 2019, 10:18 AM IST

ନୂଆଦିଲ୍ଲୀ: ନୂଆ ସରକାର ଗଠନ ହେବା ପରେ ମନ୍ତ୍ରୀ ପରିଷଦର ପ୍ରଥମ ବୈଠକ ଜୁନ 12ରେ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ସମସ୍ତ 57 କେନ୍ଦ୍ରମନ୍ତ୍ରୀଙ୍କୁ ଆମନ୍ତ୍ରିତ କରାଯାଇଛି ।

ତେବେ ଏହି ବୈଠକରେ ଆଗାମୀ 5 ବର୍ଷରେ ସରକାରଙ୍କ କାର୍ଯ୍ୟ ଏବଂ ଯୋଜନା ଉପରେ ବିଚାରବିମର୍ଶ କରାଯିବ । ମୋଦି ନିଜର ସମସ୍ତ ଯୋଜନା ସମ୍ପର୍କରେ ମନ୍ତ୍ରୀଙ୍କୁ ସୂଚନା ଦେବେ ବୋଲି ଜଣାପଡିଛି । ତେବେ ସେହିଦିନ ହିଁ କେନ୍ଦ୍ର କ୍ୟାବିନେଟ୍‌ର ବୈଠକ ମଧ୍ୟ ହୋଇପାରେ ବୋଲି ଜାଣିବାକୁ ମିଳୁଛି ।

ସୂଚନା ଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦି ନିଜର ପ୍ରଥମ କାର୍ଯ୍ୟକାଳରେ ମଧ୍ୟ ନିୟମିତ ରୂପରେ ମନ୍ତ୍ରୀପରିଷଦର ବୈଠକ କରୁଥିଲେ । ସେ ମନ୍ତ୍ରୀଙ୍କୁ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଉଥିଲେ ।

04.06.2019
Radhakanta Mohanty, Kendrapada (SPL)
Slug-od_kpr_kidney failure_script_7204459
Anchor-ଯୁବାବସ୍ଥାରେ ଦୁଇଟି କିଡନୀ ହରାଇ ପଡିଛନ୍ତି ।କେନ୍ଦ୍ରାପଡା ଜିଲ୍ଲା ଲାଷ୍ମୀନାରାୟଣ ପୁର ଗାଁର ରତ୍ନାକର ସାହୁ । ପ୍ରାୟ ୨ ବର୍ଷ ଧରି ଚିକିତ୍ସିତ ହେଉଥିଲେ ସୁଦ୍ଧା ଦିନକୁ ଦିନ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି। ନିଜର ଛୋଟିଆ ପାନ ଦୋକାନରୁ ଗୁଜୁରାଣ ମେଣ୍ଟାଉଥିବା ରତ୍ନାକର ଙ୍କ ପାଇଁ ପ୍ରତି ମାସରେ ଔଷଧ ଖର୍ଚ୍ଚ ମଧ୍ୟ ତୁଲାଇବା ମୁସ୍କିଲ ହୋଇପଡୁଛି।
VO1 - କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଲାଷ୍ମୀନାରାୟଣ ପୁର ଗାଁର ରତ୍ନାକର ସାହୁ। ବୟସ ମାତ୍ର ୩୨ । ଏହି କମ ବୟସରେ ସେ ହରାଇଛନ୍ତି ନିଜର ଦୁଇଟି ଯାକ କିଡ୍ନୀ । ପ୍ରାୟ ୨ ବର୍ଷ ରୁ ଅଧିକ ସମୟ ଧରି ରତ୍ନାକର ଏହି ରୋଗ ଭୋଗୁଛନ୍ତି।  ଅବିବାହିତ ଥିବା ରତ୍ନାକର ର ଗାଁ ଛକ ରେ ଛୋଟିଆ ପାନ ଦୋକାନଟିଏ କରି ବାପା ମାଙ୍କୁ ଚଳାଉଥିଲେ । ହଠାତ୍ ହାତଗୋଡ଼ ଫୁଲିବା ପେଟ ଦରଜ ହେବା ଏବଂ ପରିଶ୍ରା କମ୍ ହେବାରୁ ଡାକ୍ତରଙ୍କୁ ଦେଖାଇଥିଲେ । ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବାରୁ ଜଣା ପଡିଲା ରତ୍ନାକରଙ୍କର ଦୁଇଟି ଯାକ କିଡ୍ନୀ ନଷ୍ଟ ହୋଇଯାଇଛି । ଏବେ ମାସିକ ଔଷଧ ବାବଦକୁ ୭ ରୁ ୮ ହଜାର ଟଙ୍କା ଖର୍ଚ୍ଚ ହେଉଛି । ଅନ୍ୟପକ୍ଷରେ ଅସୁସ୍ଥତା ହେତୁ ଦୋକାନ ପ୍ରାୟ ସମୟ ବନ୍ଦ ରଖୁଛନ୍ତି ସେ । ବାପା କାର୍ତ୍ତିକେଶ୍ୱର ଜଣେ ଚାଷୀ ହୋଇଥିବାରୁ ଆର୍ଥିକ ଅଶ୍ଵଛଳତା ରତ୍ନାକର ଙ୍କ ଚିକିତ୍ସା ରେ ବାଧକ ସାଜିଛି।
Byte 1-ରତ୍ନାକର ସାହୁ(କିଡନୀ ରୋଗରେ ପୀଡିତ ଯୁବକ)
Byte 2 -ସଂଯୁକ୍ତା ସାହୁ(ରତ୍ନାକରଙ୍କ ମା)
VO2-ରତ୍ନାକର ନିଜର ରୋଗର ଚିକିତ୍ସା ପାଇଁ କଟକ ଭୁବନେଶ୍ୱର ର ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲର ଚକ୍କର କାଟି ସାରିଲେଣି । ତାଙ୍କର ଦୁଇଟି ଯାକ କିଡ୍ନୀ ପ୍ରତ୍ୟାରୋପଣ ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ହେଲେ ଏଥିପାଇଁ ୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବା ନେଇ ଆଶଙ୍କା କରୁଛନ୍ତି ରତ୍ନାକର ଙ୍କ ବାପା ମାଆ । ଅନ୍ୟପକ୍ଷରେ ରତ୍ନାକର ଙ୍କୁ ତାଙ୍କ ମା ସଂଯୁକ୍ତା ନିଜର ଗୋଟିଏ କିଡ୍ନୀ ଦାନ କରିବା ପାଇଁ ପ୍ରସ୍ତୁତ ଥିବା ବେଳେ ଅନ୍ୟଏକ କିଡ୍ନୀ ସଂଗ୍ରହ କରିବା ଏବେ କାଠିକର ପାଠ ବୋଲି କହିଛନ୍ତି ପରିବାର ଲୋକେ । ତେବେ ସରକାରୀ ଅଥବା କୌଣସି ବେସରକାରୀ ଅନୁଷ୍ଠାନ ପକ୍ଷରୁ ଆର୍ଥିକ ସହାୟତା ମିଳିଲେ ଏହି ରୋଗର ଚିକିତ୍ସା ହୋଇ ପାରିବ ବୋଲି ରତ୍ନାକର ଙ୍କ ମା କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି ।ଅନ୍ୟପକ୍ଷରେ ଏହି ଯୁବକ ଜଣକ ଯଦି ଆବେଦନ କରନ୍ତି ତେବେ CMRF ରିଲିଫ ଫଣ୍ଡ ରୁ ସହାୟତା ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ।
Byte 3-କାର୍ତ୍ତିକ ସାହୁ(ରତ୍ନାକରଙ୍କ ବାପା
Byte 4-ପ୍ରେମଚନ୍ଦ୍ର ଚୌଧୁରୀ(ଜିଲ୍ଲାପାଳ, କେନ୍ଦ୍ରାପଡ଼ା)
FVO-ରତ୍ନାକର ଙ୍କ କିଡ୍ନୀ ପ୍ରତ୍ୟାରୋପଣ ରେ ବିଳମ୍ବ ହେଲେ ତାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଥିବା ଡାକ୍ତର ସ୍ପଷ୍ଟ କରିଦେଇଛନ୍ତି। ଏବେ ଅନ୍ୟ ସହାୟତା ହିଁ ରତ୍ନାକର ଙ୍କ ଜୀବନ ବଞ୍ଚାଇବା ର ଏକମାତ୍ର ଉପାୟ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.