ETV Bharat / bharat

ଭୋଟ ଦେଲେ ସ୍ବାଧୀନ ଭାରତର ପ୍ରଥମ ଭୋଟର

ସ୍ବାଧୀନ ଭାରତର ପ୍ରଥମ ଭୋଟର ହିମାଚଳ ପ୍ରଦେଶର 103 ବର୍ଷୀୟ ଶ୍ୟାମ ଶରଣ ନେଗି ଆଜି ଭୋଟ ଦେଇଛନ୍ତି ।

author img

By

Published : May 19, 2019, 2:17 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ସିମଲା: ସ୍ବାଧୀନ ଭାରତର ପ୍ରଥମ ଭୋଟର ହିମାଚଳପ୍ରଦେଶର 103 ବର୍ଷୀୟ ଶ୍ୟାମ ଶରଣ ନେଗି ଆଜି ଭୋଟ ଦେଇଛନ୍ତି । ସେ ଏଥର ନିର୍ବାଚନକୁ ମିଶାଇ ମୋଟ 16ଟି ଲୋକସଭା ନିର୍ବାଚନରେ ନିଜ ଗାଁ କଳ୍ପର ପୋଲିଂବୁଥରୁ ଭୋଟଦାନ କରିଛନ୍ତି ।

ସ୍ଥାନୀୟ ପ୍ରଶାସନ ପକ୍ଷରୁ ଶ୍ୟାମ ଶରଣ ନେଗିଙ୍କ ଭୋଟଦାନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ତାଙ୍କ ଘରୁ ପୋଲିଂ ବୁଥ ପ୍ରଥମ ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ନେବା ଆଣିବା ସହ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଙ୍କୁ ନିୟୋଜିତ କରାଯାଇଥିଲା । ବୁଥରେ ଲାଲ କାର୍ପେଟ ବିଛାଯିବା ସହ ସାଜସଜ୍ଜା କରାଯାଇଥିଲା ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସେ କହିଛନ୍ତି, ଯେତେବେଳେ ନିର୍ବାଚନର ସମୟ ଆସେ, ସେ ଖୁସିରେ ଭୋଟ ଦେବାକୁ ଆସନ୍ତି । ପ୍ରଗତି ପାଇଁ ଶହେ ପ୍ରତିଶତ ଭୋଟଦାନ ଜରୁରୀ ହୋଇଥାଏ, ତେଣୁ ସମସ୍ତେ ଭୋଟ ଦିଅନ୍ତୁ ବୋଲି ମତଦାତାଙ୍କ ଉଦ୍ଦେଶ୍ୟରେ ଶ୍ରୀ ନେଗି କହିଛନ୍ତି ।

ଶ୍ରୀ ନେଗି ସ୍ବାଧୀନତା ପରେ 1951 ମସିହାରେ ହୋଇଥିବା ଭାରତର ପ୍ରଥମ ସାଧାରଣ ନିର୍ବାଚନରେ କଳ୍ପର ପ୍ରଥମ ପ୍ରାଥମିକ ବିଦ୍ୟାଳୟରେ ଭାରତର ପ୍ରଥମ ବ୍ୟକ୍ତି ଭାବେ ଭୋଟ ଦେଇଥିଲେ । ତାପରେ ଏ ପର୍ଯ୍ୟନ୍ତ ସେ 16ଟି ଲୋକସଭା ଓ 13ଟି ବିଧାନସଭା ନିର୍ବାଚନରେ ଭୋଟ ଦେଇସାରିଛନ୍ତି ।

Intro:Body:

sdfs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.