ETV Bharat / bharat

ରାଜସ୍ଥାନରେ ପ୍ରଥମ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ - rajastan news

ରାଜସ୍ଥାନରେ ଜଣେ 73 ବର୍ଷୀୟ ବୃଦ୍ଧ ଭିଲୱାରାରେ ମୃତ୍ୟୁବରଣ କରିଛନ୍ତି । ସେ ବିଭିନ୍ନ ରୋଗରେ ମଧ୍ୟ ପୀଡିତ ଥିଲେ। ଅଧିକ ପଢନ୍ତୁ...

First death from Corona in Rajasthan
ରାଜସ୍ଥାନରେ ପ୍ରଥମ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ
author img

By

Published : Mar 27, 2020, 7:31 AM IST

ଜୟପୁର: କୋରୋନାରେ ରାଜସ୍ଥାନର ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନାନୂସାରେ, ଜଣେ 73 ବର୍ଷୀୟ ବୃଦ୍ଧ ଭିଲୱାରାରେ ମୃତ୍ୟୁବରଣ କରିଛନ୍ତି । ସିଏ ବିଭିନ୍ନ ରୋଗରେ ପୀଡିତ ଥିଲେ ।

ରାଜସ୍ଥାନ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା କହିଛନ୍ତି ଯେ, ଉକ୍ତ ବୃଦ୍ଧଙ୍କର ନିଶ୍ୱାସ ନେବାରେ ଅସୁବିଧା ସହ କିଡନୀ ସମସ୍ୟା ରହିଥିଲା । ସେ ହେମୋଡାୟାଲିସିସରେ ଥିଲେ ଏବଂ ତାଙ୍କର ଷ୍ଟ୍ରୋକ୍ ମଧ୍ୟ ହୋଇଥିଲା। ଏନେଇ ତାଙ୍କୁ ବାଙ୍ଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ମାର୍ଚ୍ଚ 4 ରୁ ମାର୍ଚ୍ଚ 11 ପର୍ଯ୍ୟନ୍ତ ଅନେକ ଡାକ୍ତର ଏବଂ କର୍ମଚାରୀ କୋରୋନା ପଜିଟିଭ୍ ଥିବା ଜଣାପଡିଛି । ତେବେ ବୃଦ୍ଧଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ନହେବାରୁ ତାଙ୍କୁ ଘରକୁ ପଠାଯାଇଥିଲା।

ଶର୍ମା କହିଛନ୍ତି ଯେ, ବାଙ୍ଗଡ ହସ୍ପିଟାଲର ଡକ୍ଟର ଆଲୋକ ମିତ୍ତଲ ଏବଂ ହସ୍ପିଟାଲର ଅନ୍ୟ କର୍ମଚାରୀମାନେ କୋରୋନା ପଜିଟିଭ ଥିବା ଜଣାପଡିଛି । ଏହାପରେ ସେଠାରେ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କୁ ଚିହ୍ନଟ କରାଯାଇ ପରୀକ୍ଷା କରାଯାଇଥିଲା। ସ୍ୱାସ୍ଥ୍ୟ ଅଧିକାରୀମାନେ ମଧ୍ୟ ଉକ୍ତ ବୃଦ୍ଧଙ୍କ ସମ୍ପର୍କରେ ଆସିଥିଲେ ଏବଂ ସେ ମଧ୍ୟ କରୋନା ପଜିଟିଭ୍ ଥିବା ଜଣାପଡିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.