ETV Bharat / bharat

ଭାରତୀୟ ସେନା ପାଇଁ ଉତ୍ସର୍ଗୀକୃତ ଅଟଳ ଟନେଲ: ରାଜନାଥ ସିଂ - ଅକ୍ଟୋବର 3ରେ ହୋଇଥିଲା ଉଦଘାଟିତ

ହିମାଚଳପ୍ରଦେଶର ମନାଲିରେ ଉଦଘାଟିତ ନୂଆ ଅଟଲ ଟନେଲ ଦେଇ ପ୍ରଥମେ ଭାରତୀୟ ସେନାର ସୁରକ୍ଷା ବାହୀନି ଯାତାୟତ ଆରମ୍ଭ କରିଛି । ଏହା ସେନାବାହିନୀ ମଧ୍ୟରେ ଶୀଘ୍ର ଜିନିଷ ପରିବହନରେ ସହାୟକ ହେବ ।

First convoy of Indian Army passes through newly-inaugurated Atal Tunnel
ଅଟଳ ଟନେଲ ଅତିକ୍ରମ କଲା ଭାରତୀୟ ସୁରକ୍ଷା ବାହୀନି
author img

By

Published : Oct 8, 2020, 2:49 PM IST

ସିମଲା: ହିମାଚଳ ପ୍ରଦେଶର ମନାଲିଠାରେ ନୂଆ ଭାବେ ଉଦଘାଟନ ହୋଇଥିବା ଅଟଳ ଟନେଲ ଦେଇ ପ୍ରଥମେ ଭାରତୀୟ ସୁରକ୍ଷାବାହିନୀ ପଥ ଅତିକ୍ରମ କରିଛି । ଏହି ଟନେଲ ଭାରତୀୟ ସେନାଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ରୋହତାଙ୍ଗରେ ଉଦଘାଟିତ ହୋଇଥିବା ଏହି ଟନେଲର ଉଚ୍ଚତା ରହିଛି 3ହଜାର ମିଟର । ଉଦଘାଟନ ପରେ ପ୍ରଥମେ ଭାରତୀୟ ସେନା ଏହି ଟନେଲ ଦେଇ ଗତି କରିଛି । ଏହା ବିଶ୍ବର ସର୍ବୋଚ୍ଚ ଟନେଲ । ଏହି ଟନେଲ ଯୋଗୁଁ ମନାଲି ଓ ଲେହର 45କିଲୋମିଟର ଦୂରତା ହ୍ରାସ କରିବା ସହ 4ରୁ 5ଘଣ୍ଟା ସମୟ ସଞ୍ଚୟ କରିବ । ଏହି ଟନେଲର ମୁଖ୍ୟ କାମ ହେଲା ଶୀଘ୍ର ପରିବହନ କରିବା । ସାମରିକ ଦୃଷ୍ଟି କୋଣରୁ ଏହି ଟନେଲର ଗୁରୁତ୍ବ ରହିଛି । ଯେପରି ସେନା ବାହୀନିଙ୍କ ମଧ୍ୟରେ ଖାଦ୍ୟ ସାମଗ୍ରୀ,ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ ଜିନିଷକୁ ଜଲଦି ପହଞ୍ଚାଇବାରେ ସହାୟକ ହେବ ।

ଏହି ଟନେଲରେ ଦୈନିକ ତିନି ହଜାର କାର ଓ 1500 ଟ୍ରକ ଯାତାୟତ କରିପାରିବ । ଏଥିରେ ଯାନଗୁଡିକର ସର୍ବାଧିକ ଗତି ଘଣ୍ଟା ପ୍ରତି 80କିଲୋମିଟର ରହିବ । ବର୍ତ୍ତମାନ ଯାତାୟତ ପାଇଁ ବର୍ଷ ସାରା ଖୋଲା ରହିବ । 2010ଜୁନରୁ ଆରମ୍ଭ ହୋଇଥିବା ଏହି ଟନେଲକୁ ଆକ୍ଟୋବର 3 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପିତ କରିଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.