ETV Bharat / bharat

ଭାରତ-ନେପାଳ ସୀମାରେ ଗୁଳିକାଣ୍ଡ: ଜଣେ ମୃତ, 4 ଆହତ

author img

By

Published : Jun 12, 2020, 3:57 PM IST

ନେପାଳ ସୀମାକୁ ଲାଗିରହିଥିବା ବିହାରର ସୀତାମାଢି ଜିଲ୍ଲାରେ ନେପାଳ ପୋଲିସ ଆତର୍କିତ ଗୁଳିଚାଳନା କରିଥିଲା । ଏହି ଗୁଳିକାଣ୍ଡରେ ଜଣେ ଭାରତୀୟ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ 4 ଜଣ ଆହତ ହୋଇଛନ୍ତି ।

nepal boarder
firing

ପାଟନା: ଭାରତ-ନେପାଳ ମଧ୍ୟରେ ଜାରି ରହିଥିବା ବିବାଦ ମଧ୍ୟରେ ଶୁକ୍ରବାର ସୀମାରେ ଗୁଳିଚାଳନା ହୋଇଛି । ନେପାଳ ସୀମାକୁ ଲାଗିରହିଥିବା ବିହାରର ସୀତାମାଢି ଜିଲ୍ଲାରେ ନେପାଳ ପୋଲିସ ଆତର୍କିତ ଗୁଳିଚାଳନା କରିଥିଲା । ଏହି ଗୁଳିକାଣ୍ଡରେ ଜଣେ ଭାରତୀୟ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ 4 ଜଣ ଆହତ ହୋଇଛନ୍ତି । ସେପଟେ ଆହତ ହୋଇଥିବା ଜଣେ ଶ୍ରମିକଙ୍କୁ ନେପାଳ ପୋଲିସ ହେପାଜତକୁ ନେଇଥିବା ସ୍ଥାନୀୟ ଲୋକ ଦାବି କରିଛନ୍ତି ।

ସୂଚନା ମୁତାବକ, ଘଟଣାଟି ସୋନବାରସା ପୋଲିସ ଷ୍ଟେସନ ଜାନକୀ ଗ୍ରାମ ନିକଟରେ ଘଟିଥିଲା ​​। 5 ରୁ 6 ଜଣ ଶ୍ରମିକ ଲାଲବନ୍ଧୀ ଜାନକିନଗର ସୀମାରେ କାର୍ଯ୍ୟ କରୁଥିବା ବେଳେ ନେପାଳ ପୋଲିସ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ମୃତ ବ୍ୟକ୍ତି ଜଣକ ବିକାଶ କୁମାର ବୋଲି ଜଣାପଡିଛି । ସେମାନେ ପ୍ରଥମେ ଶ୍ରମିକଙ୍କୁ କାମ ବନ୍ଦ କରିବାକୁ କହିଥିବା ମୃତକଙ୍କ ପିତା ନାଗେଶ୍ବର ରାଓ କହିଛନ୍ତି ।

ତେବେ ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.