ଗାନ୍ଧିନଗର: ଗୁଜୁରାଟ ଭଦୋଦରାର ଶ୍ରୀ ଶ୍ରୀ ସୟାଜି ଜେନେରାଲ (ଏସଏସଜି) ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ । ହସ୍ପିଟାଲର ଶିଶୁ ଚକିତ୍ସା ବିଭାଗରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ।
ହସ୍ପିଟାଲରୁ ସମସ୍ତ ଶିଶୁଙ୍କୁ ସୁରକ୍ଷିତ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭା କାମ ଜାରି ରହିଛି । ତେବେ କେଉଁ କାରଣରୁ ନିଆଁ ଲାଗିଛି, ତାହା ଏ ଯାଏ ସ୍ପଷ୍ଟ ହୋଇ ନାହିଁ ।