ଗାନ୍ଧୀନଗର: ଗୁଜୁରାଟ ଟାଟା କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ୱେଷ୍ଟ ମେଟେରିଆଲ ଥିବା ଗୋଦାମରେ ନିଆଁ ଲାଗିଛି । ଘଟଣାସ୍ଥଳରେ ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରୁଛି ।
ସୂଚନା ଅନୁଯାୟୀ ଗୁଜୁରାଟ ଦ୍ବାରିକା ନଗରର ମିଠାପୁର ସ୍ଥିତ କେମିକାଲ କାରଖାନାରେ ଅପରାହ୍ନରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଗୋଦାମରେ ରଖାଯାଇଥିବା କୋଇଲାରେ ନିଆଁ ଲାଗିଯାଇଥିଲା । ଧୀରେ ଧୀରେ ନିଆଁର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଥିଲା । ଦୁର୍ଭାଗ୍ୟବଶତଃ ଅଗ୍ନିକାଣ୍ଡ ଘଟିଥିଲେ ମଧ୍ୟ କୌଣସି ପ୍ରକାରର ବଡ ଅଘଟଣ ଘଟିନାହିଁ । ତୁରନ୍ତ ଘଟଣାସ୍ଥଳରେ 2 ଟି ଅଗ୍ମିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ