ETV Bharat / bharat

10 ମହଲା କୋଠାରେ ଲାଗିଲା ନିଆଁ, 100 ଲୋକ ସୁରକ୍ଷିତ ଭାବେ ଉଦ୍ଧାର

10 ମହଲା କୋଠାରେ ଲାଗିଲା ନିଆଁ । ଏହି ଅଘଟଣ ଘଟିଛି ଦିଲ୍ଲୀର ପିତମପୁରା ଅଞ୍ଚଳରେ। ନିଆଁ ଲାଗିବାର କାରଣ ଏବେ ସୁଦ୍ଧା ଜଣାପଡିନଥିଲା ବେଳେ ଏହା ଯୋଗୁଁ କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି।

author img

By

Published : Jun 20, 2019, 11:01 AM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଏଠାକାର ପିତମପୁରା ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ହଠାତ 10 ମହଲା କୋଠାରେ ଲାଗିଛି ନିଆଁ। କେବଳ ଫ୍ଲାଟ୍‌ ନୁହେଁ ଲିଫ୍ଟରେ ମଧ୍ୟରେ ନିଆଁ ଲାଗିଥିଲା । ଆଉ ଧିରେ ଧିରେ ଏହା ସମ୍ପୂର୍ଣ୍ଣ ବିଲ୍ଡିଂର ବ୍ଯାପି ଚାରିଆଡେ ଧୂଆଁ ମୟ ହୋଇ ଯାଇଥିଲା । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିବା ସହ ପାଖାପାଖି 100 ଲୋକଙ୍କୁ ସୁରକ୍ଷିତ ଭାବରେ ବିଲ୍ଡିଂରୁ ବାହାରକୁ ଆଣିଥିବା ଜଣାପଡିଛି ।

କେବଳ ମଣିଷ ନୁହଁନ୍ତି ଜୀବଜନ୍ତୁଙ୍କୁ ମଧ୍ୟ ସୁରକ୍ଷିତ ଭାବରେ ରକ୍ଷା କରିଛି ଦମକଳ ବାହିନୀ। ତେବେ ଏହି ଅଘଟଣରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ରହିଛି । ପ୍ରଥମେ ନିଆଁ ଲାଗିବା ଖବର ମିଳିବା ପରେ 6ଟି ଗାଡି ପଠାଯାଇଥିଲା କିନ୍ତୁ ନିଆଁ ଏତେ ମାତ୍ରାରେ ବଢିଥିଲା ଯେ ଆଉ 7ଟି ଦମକଳ ବାହିନୀ ପଠାଯାଇଥିଲା । ତେବେ ସମୁଦାୟ 13ଟି ଗାଡି ମିଶି ନିଆଁକୁ ଆୟତ୍ତ କରିଥିଲେ । ସ୍ଥାନୀୟ ଲୋକଙ୍କ କହିବାନୁୟାୟୀ ସର୍ଟସର୍କିଟ ବା ଲିଫ୍ଟରେ ସ୍ପାର୍କିଂ ଯୋଗୁଁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି। ହେଲେ ନିଆଁ ଲାଗିବାର ପ୍ରକୃତ କାରଣ ଏବେ ସୁଦ୍ଧା ଜଣାପଡି ନାହିଁ ।

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.