ETV Bharat / bharat

ଦକ୍ଷିଣ-ପୂର୍ବ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ: 5 ମୃତ, 11 ଆହତ - ଜାକିର୍‌ ନଗର ଅଗ୍ନିକାଣ୍ଡ

ଦକ୍ଷିଣ-ପୂର୍ବ ଦିଲ୍ଲୀର ଜାକିର୍‌ ନଗର ଅଞ୍ଚଳରେ ଥିବା ଏକ 4 ମହଲା କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 11 ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର 8ଟି ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ
author img

By

Published : Aug 6, 2019, 8:48 AM IST

Updated : Aug 6, 2019, 1:56 PM IST

ନୂଆଦିଲ୍ଲୀ: ଦକ୍ଷିଣ-ପୂର୍ବ ଦିଲ୍ଲୀର ଜାକିର୍‌ ନଗର ଅଞ୍ଚଳରେ ଥିବା ଏକ 4 ମହଲା କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ 5 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 11 ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ 2 ଜଣ ଶିଶୁ ରହିଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର 8ଟି ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ପାଖପାଖି 20 ଲୋକଙ୍କୁ ନିଆଁ କବଳରୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ସୂଚନାନୁସାରେ, ସୋମବାର ବିଳମ୍ବିତ ରାତିରେ ଜାକିର୍‌ ନଗର ବାଟଲା ହାଉସ୍‌ର ଜୀଗାବାଇର 7 ନମ୍ବର ଗଳିରେ ଥିବା 4 ମହଲା ବିଶିଷ୍ଟ ଏକ କୋଠାରେ ବିସ୍ଫୋରଣ ହୋଇଥିଲା । ସଟ୍‌ସର୍କିଟ୍‌ କାରଣରୁ ଏହି ନିଆଁ ଲାଗିଯାଇଥିଲା । ନିଆଁ ପ୍ରଥମେ ବିଲ୍ଡିଂ ତଳେ ଥିବା ପାର୍କିଂ ଅଞ୍ଚଳରେ ଲାଗିଥିଲା । ଅଧିକାଂଶ ଲୋକ ନିଜକୁ ବଞ୍ଚାଇବାକୁ ଯାଇ ବିଲ୍ଡିଂରୁ ତଳକୁ ଡେଇଁ ଥିଲେ । ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ

ଏହି ଅଗ୍ନିକାଣ୍ଡରେ ପାର୍କିଂ ଜୋନ୍‌ରେ ଥିବା ପାଖାପାଖି 7ଟି କାର୍‌ ଏବଂ 8ଟି ମୋଟରସାଇକେଲ ଜଳିପୋଡି ନଷ୍ଟ ହୋଇଛି। ଉକ୍ତ ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଦୁଃଖ ପ୍ରକାଶ କରିବା ସହ ଆହତଙ୍କୁ 2 ଲକ୍ଷ ଏବଂ ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:बीती रात 2:30 बजे साउथ ईस्ट दिल्ली के जामिया नगर थाना अंतर्गत एक चार मंजिला बिल्डिंग में आग लग गई जिसमें 6 लोगों की जलकर मौत हो गई जबकि 11 लोग जख्मी हो गए आग का कारण शॉर्ट सर्किट बताया जा रहा है दरअसल बिल्डिंग के सामने पार्किंग थी पहले आग पार्किंग में लगी और आग फैल कर चार मंजिला बिल्डिंग में लग गई और फिर ऐ दर्दनाक हादसा हुआ ।Body:बताया जा रहा है कि आग चार मंजिला मकान में लगी थी जिसमें 13 फ्लैट थे और सभी में परिवार रह रही थी आप पहले बिल्डिंग के सामने मौजूद पार्किंग में लगी फिर आग फैल कर बिल्डिंग में पहुंच गई और फिर यह दर्दनाक हादसा हुआ जिसमें 6 लोगों की दर्दनाक मौत हो गई जिनमें दो महिलाएं 2 बच्चे और 2 पुरुष शामिल है इस पूरे घटना में 11 लोग जख्मी हुए हैं पूरी घटना जामिया नगर थाना अंतर्गत की है दरअसल बचाव कार्य मे संकरी गलियों के कारण दिक्कते आई । इस घटना में 6 लोगों की मौत हो चुकी है ।Conclusion:जामिया नगर थाना अंतर्गत बटला हाउस के जोगाबाई के गली नंबर सात के एक मकान में लगी थी बरहाल इस पूरे मामले में आगे की जांच जारी है ।
Last Updated : Aug 6, 2019, 1:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.