ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଥିବା କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟିରେ ଅଗ୍ନିକାଣ୍ଡ । ମେଡିକାଲର ଦ୍ବିତୀୟ ମହଲାର ଲିଫ୍ଟ ପାଖାପାଖି ମେଡିସିନ ଓ ଅର୍ଥୋପେଡିକ ସ୍ଥାନରେ ଏହି ନିଆଁ ଲାଗିଥିଲା ।
ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବାବେଳେ, ସଙ୍ଗେ ସଙ୍ଗେ ସମସ୍ତ ରୋଗୀଙ୍କୁ ସତର୍କତାର ସହ ନିରାପଦରେ ସ୍ଥାନାନ୍ତର କରାଯାଇଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା କହିଛନ୍ତି, ତ୍ରାଉମା ସେଣ୍ଟରର ଚାର୍ଜରେ ଥିବା ଡାକ୍ତର ସନ୍ଦିପ ତିଓ୍ବାରୀ ।
ଚିଫ ଫାୟାର ଅଫିସର(ସିଏଫଓ) ବିଜୟ ସିଂ କହିଛନ୍ତି ଯେ, ନିଆଁ ଲାଗିବାର ଖବର ପାଇ ଘଟଣାସ୍ଥଳରେ 8ଟି ଦମକଳ ଗାଡି ପହଞ୍ଚି ଥିଲା, ଅଧାଘଣ୍ଟାରେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରିଥିଲା । ତେବେ ଏହି ନିଆଁ କିପରି ଲାଗିଥିଲା ତାହା ଜଣାପଡିନାହିଁ ।
@ANI