ETV Bharat / bharat

ତକ୍ଷଶୀଳା କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ,20 ଜୀବନ୍ତ ଦଗ୍ଧ - fire brigade

ଗୁଜୁରାଟ ସୁରଟରେ ଅଗ୍ନିକାଣ୍ଡ। ଘଟଣାରେ 20 ମୃତ ଅନେକ ଗୁରୁତର । ବଢିପାରେ ମୃତକଙ୍କ ସଂଖ୍ୟା। କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ।

ଫଟୋ ସୌଜନ୍ୟ : ଏଏନଆଇ
author img

By

Published : May 24, 2019, 6:38 PM IST

Updated : May 24, 2019, 9:37 PM IST

ଗାନ୍ଧୀନଗର: ଗୁଜୁରାଟ ସୁରଟର ତକ୍ଷଶୀଳା କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ। ଘଟଣାରେ 20 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ହୋଇଥିବା ଜଣାପଡିଛି। ହଠାତ କୋଚିଂ ସେଣ୍ଟରର ଦ୍ବିତୀୟ ମହଲରେ ଲାଗିଥିଲା ନିଆଁ । କେହି କିଛି ଜାଣିବା ଆଗରୁ ଲିଭିଯାଇଥିଲା 20 ଜଣଙ୍କ ଜୀବନ ଦୀପ ।

ଭିଡ଼ିଓ ସୌଜନ୍ୟ: ବ୍ୟୁରୋ ଇନପୁଟ

ଖବର ପାଇ ଘଟଣାସ୍ଥଳରେ 18ଟି ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲା । ଏପଟେ ପୋଲିସ ପହଞ୍ଚି ଗୁରୁତଙ୍କୁ ଉଦ୍ଧାର କରିଥିଲା ନିଆଁ ଭିତରୁ ମୃତଦେହ ମଧ୍ୟ ଉଦ୍ଧାର କରିଥିବା ସୂଚନା ଦେଇଛନ୍ତି ସୁରଟର ପୋଲିସ କମିଶନର ସତୀଶ କୁମାର ମିଶ୍ର। କିଛି ଲୋକ ଛାତରୁ ଡେଇଁ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଦେଖାଦେଇଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା 20 ରହିଥିବା ବେଳେ ଆଗକୁ ଏହା ବଢିବାର ସମ୍ଭାବନା ଥିବା କହିଲେ କମିଶନର।

ଅନ୍ୟପଟେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।

Intro:Body:

HDFGH

Conclusion:
Last Updated : May 24, 2019, 9:37 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.