ETV Bharat / bharat

37 ଘଣ୍ଟା ଧରି ଜଳୁଛି ମୁମ୍ବାଇ ସିଟି ମଲ - ମୁମ୍ବାଇ ସିଟି ମଲରେ ପୁଣି ଅଗ୍ନିକାଣ୍ଡ

ମୁମ୍ବାଇ ସିଟି ମଲରେ ପୁଣି ଅଗ୍ନିକାଣ୍ଡ । ଶୁକ୍ରବାର ନିଆଁକୁ ସାମାନ୍ୟ ଆୟତ୍ତ କରାଯାଇଥିବାବେଳେ ପୁଣି ଥରେ ଅଗ୍ନିକାଣ୍ଡ ଘଟିଛି । ଅଧିକ ପଢନ୍ତୁ...

ମୁମ୍ବାଇ ସିଟି ମଲରେ ପୁଣି ଅଗ୍ନିକାଣ୍ଡ
ମୁମ୍ବାଇ ସିଟି ମଲରେ ପୁଣି ଅଗ୍ନିକାଣ୍ଡ
author img

By

Published : Oct 24, 2020, 12:23 PM IST

ମୁମ୍ବାଇ: ଦୀର୍ଘ 37 ଘଣ୍ଟା ଧରି ଜଳୁଛି ମୁମ୍ବାଇର ସେଣ୍ଟ୍ରାଲ ମଲ । ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଲିଭା କାର୍ଯ୍ୟ ଜାରି ରହିଛି । ଗତ ଗୁରୁବାର ରାତି ପ୍ରାୟ 8 ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଶୁକ୍ରବାର ଅପରାହ୍ନ 3.37 ସମୟରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଆଜି ପୁଣି ଥରେ ମଲରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।

37 ଘଣ୍ଟା ଧରି ଜଳୁଛି ମୁମ୍ବାଇ ସିଟି ମଲ

ମୁମ୍ବାଇର ସେଣ୍ଟ୍ରାଲ ବସ ଷ୍ଟାଣ୍ଡ ନିକଟ ସେଣ୍ଟ୍ରାଲ ମଲରେ ଭୀଷଣ ନିଆଁ ଲାଗିଥିଲା । ଖବର ଜଣାପଡିବା ତୁରନ୍ତ ମୁମ୍ବାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ମୁମ୍ବାଇ ଫାୟାର ବ୍ରିଗେଡ୍ ଏବଂ ମ୍ୟୁନିସିପାଲିଟି ଜରୁରୀକାଳୀନ ପରିଚାଳନା ପକ୍ଷରୁ 37 ଘଣ୍ଟାରୁ ଅଧିକ ସମୟ ଧରି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ 18ଟି ଅଗ୍ନିଶମ ଇଞ୍ଜିନ, 16ଟି ଜମ୍ବୁ ଟ୍ୟାଙ୍କର ଏବଂ 250 ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି ।

ସିଟି ମଲର ଦ୍ବିତୀୟ ମହଲାରେ ପ୍ରଥମେ ନିଆଁ ଲାଗିଥିଲା। ଏହି ଫ୍ଲୋରରେ ମୋବାଇଲ୍, ପ୍ରିଣ୍ଟର୍, ଷ୍ଟେସନାରୀ, ଆସବାବପତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ରହିଥିଲା । ପରେ ପରେ ଅଗ୍ନିକାଣ୍ଡ ତୃତୀୟ ମହଲାରେ ବ୍ୟାପି ଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.