ETV Bharat / bharat

ଧର୍ମ ଆଧାରରେ ଭୋଟ ମାଗିବା ଅଭିଯୋଗରେ ମିଲିନ୍ଦଙ୍କ ନାଁରେ ଏତଲା

author img

By

Published : Apr 21, 2019, 10:00 PM IST

ଦକ୍ଷିଣ ମୁମ୍ବାଇରେ ପ୍ରଚାରବେଳେ ଏକ ବିଶେଷ ଧାର୍ମିକ ସମ୍ପ୍ରଦାୟକୁ ତାଙ୍କ ବିରୋଧୀଙ୍କୁ ଭୋଟ ନ ଦେବାକୁ ଅପିଲ କରିଥିଲେ । ଏଥିପାଇଁ ଦେୱଡାଙ୍କ ବିରୋଧରେ ଆଇପିସିର ଧାରା 171, 125 ଅନ୍ତର୍ଗତ ଏତଲା ରୁଜୁ ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମୁମ୍ବାଇ: କଂଗ୍ରେସ ବରିଷ୍ଠ ନେତା ମିଲିନ୍ଦ ଦେୱଡାଙ୍କ ବିରୋଧରେ ରୁଜୁ ହେଲା ଏତଲା । ତାଙ୍କ ବିରୋଧରେ ଧର୍ମ ଆଧାରରେ ଭୋଟ ମାଗିବା ଅଭିଯୋଗ ଆସିଛି । ଦକ୍ଷିଣ ମୁମ୍ବାଇରେ ପ୍ରଚାରବେଳେ ଏକ ବିଶେଷ ଧାର୍ମିକ ସମ୍ପ୍ରଦାୟକୁ ତାଙ୍କ ବିରୋଧୀଙ୍କୁ ଭୋଟ ନ ଦେବାକୁ ଅପିଲ କରିଥିଲେ ।

ଏଥିପାଇଁ ଦେୱଡାଙ୍କ ବିରୁଦ୍ଧରେ ଆଇପିସିର ଧାରା 171, 125 ଅନ୍ତର୍ଗତ ଏତଲା ରୁଜୁ ହୋଇଛି । ଏପ୍ରିଲ 2ରେ ସେ ପ୍ରଚାରବେଳେ କହିଥିଲେ ଯେ ଶିବସେନା ଜୈନ ମନ୍ଦିର ଆଗରେ ନନ ଭେଜ ପ୍ରସ୍ତୁତ କରି ଶାକାହାରୀଙ୍କୁ ବିରୋଧ କରିଥିଲେ । ତେଣୁ ଜୈନ ସମ୍ପ୍ରଦାୟ ସେମାନଙ୍କୁ ଉଚିତ ଶିକ୍ଷା ଦିଅନ୍ତୁ ବୋଲି କହିଥିଲେ ।

ମିଲିନ୍ଦ ଦେୱଡା ମୁମ୍ବାଇ କଂଗ୍ରେସର ଅଧ୍ୟକ୍ଷ ଅଛନ୍ତି । ଏହାସହ ଦଳ ତାଙ୍କୁ ଚଳିତ ନିର୍ବାଚନରେ ଦକ୍ଷିଣ ମୁମ୍ବାଇରୁ ପ୍ରାର୍ଥୀ କରିଛି । ବିଗତଦିନରେ ତାଙ୍କ ପାଇଁ ଉଦ୍ୟୋଗପତି ମୁକେଶ ଅମ୍ବାନୀ ଓ ମହେନ୍ଦ୍ରା ବ୍ୟାଙ୍କର ମ୍ୟାନେଜିଂ ଡାଇରେକ୍ଟର ଉଦୟ କୋଟାକ ଭୋଟ ମାଗିଥିଲେ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.