ETV Bharat / bharat

ଆଶା କର୍ମୀଙ୍କ ସହ ଗଣ୍ଡଗୋଳ, 5 ଜଣଙ୍କ ନାମରେ ମାମଲା - କର୍ଣ୍ଣାଟକ ଖବର

ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ପରେ କର୍ଣ୍ଣାଟକରେ ସମାନ ଘଟଣା ଘଟିଛି । ବିଜୟପୁରା ସିଣ୍ଡାଗୀ ଅଞ୍ଚଳରେ ସ୍ଥାନୀୟ ଲୋକେ ଆଶା କର୍ମୀଙ୍କୁ ଆକ୍ରମଣ କରିଛନ୍ତି । ଅଧିକ ପଢନ୍ତୁ...

ଆଶା କର୍ମୀଙ୍କ ସହ ଗଣ୍ଡଗୋଳ, 5 ଜଣଙ୍କ ନାମରେ ମାମଲା

author img

By

Published : Apr 30, 2020, 1:09 AM IST

ବେଙ୍ଗାଲୁରୁ: ଦେଶରେ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଲଗାତାର ଆକ୍ରମଣ ବଢିବାରେ ଲାଗିଛି । ଅନେକ ଜାଗାରେ ଲୋକେ ପରୀକ୍ଷା ପାଇଁ ଆସୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଅଧିକ ଆକ୍ରମଣ କରୁଛନ୍ତି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ବି ଏହି ଆକ୍ରମଣ କମୁ ନାହିଁ ।

ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ପରେ କର୍ଣ୍ଣାଟକରେ ସମାନ ଘଟଣା ଘଟିଛି । ବିଜୟପୁରା ସିଣ୍ଡାଗୀ ଅଞ୍ଚଳରେ ସ୍ଥାନୀୟ ଲୋକେ ଏହି ଆକ୍ରମଣ କରିଛନ୍ତି । ଆଶାକର୍ମୀ କୋଭିଡ-19 ସର୍ଭେ ପାଇଁ ସେହି ଅଞ୍ଚଳକୁ ଗସ୍ତ କରିଥିଲେ । ଲୋକଙ୍କ ମଧ୍ୟରେ କୋରୋନା ପଜିଟିଭ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ସେମାନେ ଏକ ସର୍ଭେ ଆୟୋଜନ କରିଥିଲେ ।

ତେବେ ଏହି ସମୟରେ କୌଣସି କାରଣକୁ ନେଇ କିଛି ସ୍ଥାନୀୟ ଲୋକଙ୍କ ସହ ସେମାନଙ୍କ ବଚସା ହୋଇଥିଲା । ଏହାପରେ ଆଶାକର୍ମୀଙ୍କ ଉପରକୁ ସେମାନେ ଆକ୍ରମଣ ମଧ୍ୟ କରିଥିଲେ । ପରେ ଆଶାକର୍ମୀଙ୍କ ଅଭିଯୋଗ ଆଧାରରେ ଉକ୍ତ ଅଞ୍ଚଳର 5 ଜଣଙ୍କ ନାମରେ ପୋଲିସ ମାମଲା ରୁଜୁ କରିଛି । ତେବେ ସେମାନେ ଗିରଫ ଭୟରେ ଫେରାର ଥିବା ଜଣାପଡିଛି । ଘଟଣାର ତଦନ୍ତ କରିବା ସହ ପୋଲିସ 5 ଜଣଙ୍କୁ ଗିରଫ କରିବା ପାଇଁ ଉକ୍ତ ଅଞ୍ଚଳରେ ତଲାସି ଆରମ୍ଭ କରିଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.