ETV Bharat / bharat

ଗର୍ଭବତୀ ହାତୀକୁ ବାଣ ଭର୍ତ୍ତି ଖାଦ୍ୟ ଖୁଆଇଥିବା ଲୋକଙ୍କ ବିରୁଦ୍ଧରେ ରେ ମାମଲା ରୁଜୁ - ଗର୍ଭୀଣି ହାତୀକୁ ବାଣ ଭର୍ତ୍ତି ଖାଦ୍ୟ ଖୁଆଇଥିବା ଲୋକଙ୍କ ନାଁ ମାମଲା ରୁଜୁ

ଗର୍ଭୀଣି ହାତୀକୁ ବାଣ ଭର୍ତ୍ତି ଖାଦ୍ୟ ଖୁଆଇଥିବା ଅଜଣା ଲୋକଙ୍କ ନାଁରେ ମାମଲା ରୁଜୁ। ଏନେଇ କେରଳର ମାନାର୍କଡ ବନ ଅଧିକାରୀ ବୁଧବାର ସୂଚନା ଦେଇଛନ୍ତି।

ଗର୍ଭୀଣି ହାତୀକୁ ବାଣ ଭର୍ତ୍ତି ଖାଦ୍ୟ ଖୁଆଇଥିବା ଲୋକଙ୍କ ନାଁ ମାମଲା ରୁଜୁ

author img

By

Published : Jun 3, 2020, 3:06 PM IST

ଥିରୁଅନନ୍ତପୁରମ: ଗର୍ଭୀଣି ହାତୀକୁ ବାଣ ଭର୍ତ୍ତି ଖାଦ୍ୟ ଖୁଆଇଥିବା ଅଜଣା ଲୋକଙ୍କ ନାଁରେ ମାମଲା ରୁଜୁ। ଏନେଇ କେରଳର ମାନାର୍କଡ ବନ ଅଧିକାରୀ ବୁଧବାର ସୂଚନା ଦେଇଛନ୍ତି। ଉକ୍ତ ଅଜଣା ବ୍ୟକ୍ତିଙ୍କ ବିରୋଧରେ ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ୍ ଆକ୍ଟର ଅଧୀନରେ ମାମଲା ରୁଜୁ କରାଯାଇଛି। ସେମାନଙ୍କ ପରିଚୟ ମିଳିବା ପରେ କଠୋର ଦଣ୍ଡ ବିଧାନ କରାଯିବ।

ତେବେ ମଙ୍ଗଳବାର ଦିନ ମାଲାପୁରାମ ଜିଲ୍ଲାର ଜଣେ ବନ ଅଧିକାରୀ ତାଙ୍କ ଫେସବୁକ ପେଜରେ ଏହି ଭୟଙ୍କର ଘଟଣାର ବିବରଣୀ ବାଣ୍ଟିବା ପରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।

ଖବର ଥାଉକି, କେରଳର ମାଲାପୁରମ୍ ଜିଲ୍ଲାରେ ଏକ ଗର୍ଭବତୀ ହାତୀକୁ ସପୁରୀ ଭିତରେ ବାଣ ଭର୍ତ୍ତି କରି କିଛି ସ୍ଥାନୀୟ ଲୋକ ଖାଇବାକୁ ଦେଇଥିଲେ। ଏହାକୁ ଖାଇବା ପରେ ହାତୀଟିର ପାଟିରେ ବିସ୍ଫୋରଣ ହେବା ସହ ସେ ମୃତ୍ୟୁ ବରଣ କରିଥିଲା। ତେବେ ଏହି ଭୟଙ୍କର ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ନେଇ ଉଦବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି।

ତେବେ କ୍ରାକର ବିସ୍ଫୋରଣରେ ହାତୀର ଜିଭ ଏବଂ ପାଟିରେ ଗଭୀର ଆଘାତ ଲାଗିଥିଲା। ହେଲେ ଗାଁ ରାସ୍ତାରେ ଯନ୍ତ୍ରଣା ଭୋଗିବା ସମୟରେ ମଧ୍ୟ କୌଣସି ମଣିଷର କିଛି ଅନିଷ୍ଟ କରିନଥିଲା। ସେ ଗୋଟିଏ ଘରକୁ ମଧ୍ୟ ଭାଙ୍ଗି ନଥିଲା। ଯାହା ହାତୀଟିର ଶାନ୍ତ ସ୍ବଭାବକୁ ଦର୍ଶାଇ ଦେଉଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.