ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ମସୁଦ ଅହଜରକୁ ରାହୁଲଙ୍କ 'ଜୀ' ସମ୍ବୋଧନ କରିବା ପ୍ରସଙ୍ଗ । ରାହୁଲ ଗାନ୍ଧୀଙ୍କ ନାମରେ ଆସାମର ମୌରିଗାଁ ଥାନାରେ ଏକ ସରକାରୀ ସଂଗଠନ ପକ୍ଷରୁ ଦିଆଯାଇଛି ଏତଲା ।
ସରକାରୀ ସୁତ୍ରାନୁଯାୟୀ, ଗତ ସୋମବାର ରାହୁଲ ଗାନ୍ଧୀ ଦିଲ୍ଲୀରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରିବା ସମୟରେ ଜୈଶ ଆତଙ୍କବାଦୀ ସଂଗଠନର ମୁଖ୍ୟ ମାସୁଦ ଅଜହରଙ୍କୁ ଜୀ ଲଗାଇ ସମ୍ବୋଧନ କରିଥିଲେ । ଯାହାର ଏକ ଭିଡିଓ ସାମ୍ନାକୁ ଆସିବା ପରେ ବିରୋଧୀ ରାହୁଲଙ୍କୁ ଟାର୍ଗେଟ କରିଥିଲେ ।
ଏଥିସହ ଏହି ମନ୍ତବ୍ୟ ପାଇଁ ରାହୁଲଙ୍କୁ ବିରୋଧୀ ଦଳ ପକ୍ଷରୁ କଡା ସମାଲୋଚନା ମଧ୍ୟ କରାଯାଇଛି ।