ହାଇଦ୍ରାବାଦ: ଆରମ୍ଭ ହୋଇଛି ମାଆଙ୍କ ଶାରଦୀୟ ଦୁର୍ଗାପୂଜା । ଏହି ଉତ୍ସବକୁ ସମଗ୍ର ଦେଶରେ ଦୀର୍ଘ ନଅ ଦିନ ଧରି ପାଳନ କରାଯାଇଥାଏ । ଆଉ ଏହି ନଅ ଦିନରେ ମା' 9ଟି ରୂପରେ ପୂଜା ପାଇଥାନ୍ତି ।
ମା'ଙ୍କ ଏହି ପୂଜାକୁ ଅକାଳ ବୋଧନ, ଶାରଦୀୟ ପୂଜା, ଦୁର୍ଗା ଉତ୍ସବ, ମାହା ପୂଜୋ ଏବଂ ପୁଜୋ ମଧ୍ୟ କୁହାଯାଇଥାଏ । ଏହାସହ ମା' ଏହି ନଅ ଦିନ ନଅ ପ୍ରକାରର ରଙ୍ଗର ଆଭୂଷଣ ପରିଧାନ କରିଥାଆନ୍ତି । ତେବେ ଆଜି ଆମେ ଆପଣଙ୍କୁ କହିବୁ ଏହି ନଅ ଦିନ ମା' କେଉଁଦିନ କେଉଁ ପୋଷାକ ପିନ୍ଧିଥାଆନ୍ତି । ଜାଣିବା ପାଇଁ ପଢନ୍ତୁ...
ଶୈଳପୁତ୍ରୀ
ନବରାତ୍ରୀର ପ୍ରଥମ ଦିନ ମାତା ଶୈଳପୁତ୍ରୀଙ୍କ ରୂପରେ ପୂଜା ପାଆନ୍ତି । ଏହିଦିନ ମା' କମଳା ରଙ୍ଗର ଆଭୂଷଣ ପିନ୍ଧିଥାନ୍ତି । ଏହା ମା'ଙ୍କ ପ୍ରିୟ ରଙ୍ଗ ହୋଇଥାଏ ।

ବ୍ରହ୍ମଚାରିଣୀ
ନବରାତ୍ରୀର ଦ୍ବିତୀୟ ଦିନ ମା' ବ୍ରହ୍ମଚାରିଣୀଙ୍କୁ ପୂଜନ କରାଯାଇଥାଏ । ଏହି ଦିନ ପାଇଁ ଧଳା ରଙ୍ଗକୁ ବଛାଯାଇଛି ।

ଚନ୍ଦ୍ରଘଣ୍ଟା
ନବରାତ୍ରୀ ତୃତୀୟ ଦିନ ମା' ଚନ୍ଦ୍ରଘଣ୍ଟା ପୂଜା ପାଇଥାଆନ୍ତି । ଏହି ଦିନ ମା' ନାଲି ରଙ୍ଗର ପୋଷାକ ପରିଧାନ କରନ୍ତି ।

କୁଷ୍ମାଣ୍ଡ
ଚତୁର୍ଥ ଦିନରେ ମା' କୁଷ୍ମାଣ୍ଡ ଦେବୀଙ୍କୁ ପୂଜା କରାଯାଇଥାଏ । ଏହିଦିନ ମା' ନୀଳ ରଙ୍ଗର ପୋଷାକ ପରିଧାନ କରିଥାଆନ୍ତି ।

ସ୍କନ୍ଧମାତା
ପଞ୍ଚମ ଦିନରେ ମା' ସ୍କନ୍ଦମାତାଙ୍କୁ ପୂଜା କରାଯାଇଥାଏ । ଏହି ଦିନ ମା' ହଳଦି ରଙ୍ଗର ପୋଷାକ ପରିଧାନ କରିଥାଆନ୍ତି ।

କାଳରାତ୍ରୀ
ଷଷ୍ଠ ଦିନ ମା' କାଳରାତ୍ରୀ ପୂଜା ପାଇଥାଆନ୍ତି । ଏହିଦିନ ମା' ସବୁଜ ରଙ୍ଗର ପୋଷାକ ପରିଧାନ କରିଥାଆନ୍ତି ।

କାତ୍ୟାୟନୀ
ମା' କାତ୍ୟାୟନୀ ସପ୍ତମ ଦିନ ପୂଜା ପାଇଥାଆନ୍ତି । ଏହିଦିନ ମା'ଙ୍କୁ ଧୂସର ରଙ୍ଗରେ ଆଭୂଷଣ କରାଯାଇଥାଏ ।

ମହାଗୌରୀ
ଏହିଦିନ ଅର୍ଥାତ ଅଷ୍ଟମ ଦିନ ମା' ମହାଗୌରା ପୂଜା ପାଇଥାଆନ୍ତି । ମା'ଙ୍କୁ ଏହିଦିନ ବାଇଗଣୀ ରଙ୍ଗରେ ଆଭୂଷଣ କରାଯାଇଥାଏ ।

ସିଦ୍ଧିଦାତ୍ରୀ
ଶେଷ ଅର୍ଥାତ ନବମ ଦିନ ମା' ସିଦ୍ଧିଦାତ୍ରୀଙ୍କୁ ଆରାଧନା କରାଯାଇଥାଏ । ଏହିଦିନ ମା'ଙ୍କୁ ମୟୂର ରଙ୍ଗର ପୋଷାକ ପରିଧାନ କରିଥାଆନ୍ତି ।
