ନୂଆଦିଲ୍ଲୀ: ଖୁବଶୀଘ୍ର ମାର୍କେଟକୁ ଆସିବାକୁ ଯାଉଛି ଏକ ଟଙ୍କିଆ ନୋଟ । ଆରବିଆଇ ଦ୍ବାରା ବିଭିନ୍ନ ମୂଲ୍ୟର ନୂଆ ନୋଟ ଆସିବା ପରେ ଏବେ ଆସିବାକୁ ଯାଉଛି ଏକ ଟଙ୍କିଆ ନୋଟ । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଖୁବଶୀଘ୍ର ଏହାକୁ ଜାରି କରିବାକୁ ଯାଉଛନ୍ତି । କେବଳ ଟଙ୍କିକିଆ ନୋଟକୁ ବାଦ ଦେଲେ ବାକି ସବୁ ନୋଟକୁ ଆରବିଆଇ ପକ୍ଷରୁ ଜାରି କରାଯାଇଥାଏ । ଏହି ଟଙ୍କିକିଆ ନୋଟକୁ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଛାପୁଥିବାବେଳେ ଅନ୍ୟ ସବୁ ନୋଟକୁ ଆରବିଆଇ ଛାପୁଥିବା ଜଣାପଡିଛି । ଆସନ୍ତୁ ଜାଣିବା ଏହି ଟଙ୍କିକିଆ ନୂଆ ନୋଟରେ କଣ ରହିଛି ଖାସ ...
- ଏକ ଟଙ୍କିଆ ନୂଆ ନୋଟରେ ଅର୍ଥ ମନ୍ତ୍ରଣାଳୟର ସଚିବ ଅତନୁ ଚକ୍ରବର୍ତ୍ତୀଙ୍କ ଦ୍ବାରା ଦୁଇଟି ଭାଷାରେ ହସ୍ତାକ୍ଷର ରହିବ।
- ନୂଆ ନୋଟରେ 'government of india' ଲେଖା ଉପରେ 'ଭାରତ ସରକାର' ଲେଖା ରହିବ ।
- ଏହି ନୂଆ ଟଙ୍କିକିଆ ନୋଟ ଦେଖିବାକୁ ନୂଆ ଟଙ୍କକିଆ କଏନ ଭଳି ହେବ । ଆଉ ସେଥିରେ ଋପେୟା ସଙ୍କେତ ରହିବା ସହ ସତ୍ୟମେବ ଜୟତେ ଏବଂ ନମ୍ବରିଙ୍ଗ ପ୍ୟାନେଲ ରେ କ୍ୟାପିଟାଲ 'L' ଲେଟର ଛପା ରହିବ ।
- ପ୍ରଥମ ତିନି ଆଲଫା ନ୍ୟୁମେରିକ ନମ୍ବରର ଆକାର ସମାନ ରହିବ ।
- ନୋଟର ପଛଭାଗରେ 'government of india' ଲେଖା ସହ ଭାରତ ସରକାର ଛପା ରହିବ । ଏହାସହ ବର୍ଷ 2020 ଏବଂ ରୁପେୟା 'ଋ' ସଙ୍କେତ ରହିବ ।
- ନୂଆ ନୋଟର ରଙ୍ଗ ଦେଖିବାକୁ ସମ୍ପୂର୍ଣ୍ଣ ରୂପେ ଗୋଲାପି ସବୁଜ ଲାଗିବ ନାହିଁ ।
- ନୂଆ ନୋଟର ଆକାର ଆୟତକାର ରହିବା ସହ ଏହାର ମାପ 9.7x6.3cm ରହିବ ।
- ଏକ ଟଙ୍କିଆ ନୂଆ ନୋଟରେ ମଲ୍ଟି ଟୋନଲ ୱାଟର ମାର୍କ ରହିବ ।