ରାୟପୁର: ଗଣେଶ ପୂଜାକୁ ଆଉ ମାତ୍ର ଅଳ୍ପ ଦିନ ବାକି । ଏନେଇ ସଜେଇ ହେଲାଣି ସମସ୍ତ ପୂଜା ମଣ୍ଡପ ଆଉ ପେଣ୍ଡାଲ । ସେପଟେ କାରିଗର ମାନେ ଲମ୍ବୋଦରଙ୍କ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି । ତେବେ ଗଜାନନଙ୍କ ପ୍ରତିମା ବିଷୟରେ ଜାଣିବା ପାଇଁ ଇଟିଭି ଭାରତର ପ୍ରତିନିଧି ଭେଟିଥିଲେ ଦୀର୍ଘ 6 ବର୍ଷ ଧରି ମୂର୍ତ୍ତି ତିଆରି କରୁଥିବା କଳାକାରଙ୍କୁ ।
ଛତିଶଗଡରେ ପ୍ରତ୍ୟେକ ବର୍ଷ ଗଣେଶ ପୂଜା ଅତି ଧୁମଧାମର ସହକାରେ ପାଳନ କରାଯାଇଥାଏ । ରାଜଧାନୀର ପ୍ରତ୍ୟେକ ଗଳିକନ୍ଦିରେ ଗଣପତି ବିରାଜ ମାନ କରିଥାନ୍ତି । ଯାହାକୁ ନେଇ 6 ରୁ 7 ମାସ ପୂର୍ବରୁ ଗଣେଶଙ୍କ ମୂର୍ତ୍ତି ତିଆରି କରିବା ଆରମ୍ଭ ହୋଇଯାଇଥାଏ ।
ଅନେକ ରୂପରେ ତିଆରି କରାଯାଇଥାଏ ପ୍ରତିମା
କଳାକାରଙ୍କ କହିବାନୂଯାୟୀ, ଏଠାରେ ବିଭିନ୍ନ ସ୍ବରୂପରେ ଗଣପତିଙ୍କର ମୂର୍ତ୍ତି ସବୁ ନିର୍ମାଣ କରାଯାଇଥାଏ । ରାଧା-କୃଷ୍ଣ, ତିରୁପତି ବାଲାଜୀ, ବିଷ୍ଣୁ ଭଗବାନଙ୍କ ଭଳି ଅନେକ ରୂପକୁ ନେଇ ମୂର୍ତ୍ତି ନିର୍ମାଣ କରାଯାଉଛି । ଏହା ସହିତ ଓଡିଶା ଓ କୋଲକତା ରାଜ୍ୟରୁ ମଧ୍ୟ ଏହି ମୂର୍ତ୍ତିକୁ ନିର୍ମାଣ କରିବା ପାଇଁ କଳାକାର ମାନେ ଆସିଥାନ୍ତି । ଏହାକୁ ନିର୍ମାଣ କରିବା ପାଇଁ ଲମ୍ବା ସମୟ ଲାଗିଥାଏ । ସେଥିପାଇଁ 50 ରୁ 70 ମୂର୍ତ୍ତି ହିଁ ତିଆରି ହୋଇଥାଏ ।
ଏହିଭଳି ହୋଇଥାଏ ମୂର୍ତ୍ତିର ନିର୍ମାଣ
ମୂର୍ତ୍ତିକୁ ନିର୍ମାଣ କରିବାପାଇଁ ମାଟି, ବାଉଁଶ, ନଡାର ବ୍ୟବହାର କରାଯାଇଥାଏ । ଏସବୁକୁ ମିଶାଇ ମୂର୍ତ୍ତିର ଆକାର ତିଆରି କରାଯାଇଥାଏ । ତାପରେ ମୂର୍ତ୍ତିରେ ମାଟି ଲଗାଯାଇ ସମ୍ପୂର୍ଣ୍ଣ ରୂପେ ନିର୍ମାଣ କରାଯାଏ । ଏହା ସୁଖିବା ପରେ ପ୍ରଥମେ ପୁଟି ପରେ ମୂର୍ତ୍ତିରେ ରଙ୍ଗ ଦିଆଯାଇଥାଏ । ଶେଷରେ ଆର୍ଟ ଓ୍ବାର୍କ ଓ ଅଳଙ୍କାର ପିନ୍ଧାଇବା ସହ ଭବ୍ୟ ବସ୍ତ୍ରରେ ଆଭୁଷିତ କରାଯାଏ । ଏହାର ନିର୍ମାଣ ପାଇଁ କୌଣସି ରାସାୟନିକ ରଙ୍ଗର ପ୍ରୟୋଗ କରାଯାଏ ନାହିଁ । ଆଉ ମୂର୍ତ୍ତି ଗୁଡିକ ସମ୍ପୂର୍ଣ୍ଣ ଭାବେ ମାଟିରେ ନିର୍ମିତ ହୋଇଥାବା ବେଳେ ଏଥିରେ ଓ୍ବାଟର କଲର ଦିଆଯାଇଥାଏ । ଯାହଦ୍ବାରା ଏହା ବହୁ ସହଜରେ ପାଣିରେ ମିଶିଯିବ । ପୂର୍ବରୁ ଗଣପତିଙ୍କ ପାଇଁ ଅଳଙ୍କାର ମାନ ଏକ ପ୍ରମୁଖ କାଗଜରେ ତିଆରି କରାଯାଉଥିଲା । ଯାହାକୁ କୋଲକତାରୁ ଅଣାଯାଉଥିଲା କିନ୍ତୁ, ଏବେ ଏହାର ମୂଲ୍ୟ ଅଧିକ ହେବାରୁ ଏବେ ମାଟିରେ ସମସ୍ତ ଅଳଙ୍କାର ପ୍ରସ୍ତୁତ କରାଯାଉଛି ।
2 ଫୁଟରୁ 17 ଫୁଟ ଯାଏଁ ନିର୍ମାଣ ହୁଏ ଗଣପତିଙ୍କ ମୂର୍ତ୍ତି
ନିଜର ଶ୍ରଦ୍ଧା ଅନୂଯାୟୀ, ଭିନ୍ନ ଭିନ୍ନ ଆକାରର ଗଣପତି ନିର୍ମାଣ କରିଥାନ୍ତି । 2 ଫୁଟର ଆରମ୍ଭ କରି 17 ଫୁଟ ପର୍ଯ୍ୟନ୍ତ ମୂର୍ତ୍ତି ନିର୍ମାଣ କରାଯାଇଥାଏ । ସେହିଭଳି ମୂର୍ତ୍ତି ଗୁଡିକର ଦାମ ମଧ୍ୟ 2 ହଜାର ଠାରୁ ଆରମ୍ଭ କରି ଏକ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ରହିଛି । ମୂର୍ତ୍ତିର ଉଚ୍ଚତା ଆଉ ତାର କଳାକାରୀଗରୀକୁ ନେଇ ମୂଲ୍ୟ ନିର୍ଦ୍ଧାରିତ ହୋଇଥାଏ ।
କାମ ହିସାବରେ ଦିଆଯାଇଥାଏ ଟଙ୍କା
ମୂର୍ତ୍ତିକାର ମାନଙ୍କୁ ତାଙ୍କ ଡିଜାଇନ,ରଙ୍ଗ ଓ କଳାକୃତିକୁ ଦେଖି ତାଙ୍କୁ ତାଙ୍କ ପାରିଶ୍ରମିକ ବା ମଜୁରୀ ଦିଆଯାଇଥାଏ । ଯେଉଁ କଳକାର ପୁରା ଟ୍ରେଣ୍ଡ ତାଙ୍କୁ ଅଲଗା ଦରମା ଦିଆଯାଇଥାଏ । ଆଉ ଜିଏ ସାଧାରଣ କାମ କରିଥାଏ ତାର ଦରମା ଅଲଗା । ସାମାନ୍ୟ କଳାକାରକୁ ମାସକୁ 30 ରୁ 35 ହଜାର ଦିଆଯାଉଥିବାବେଳେ ଟ୍ରେଣ୍ଡ ବା ପ୍ରଶିକ୍ଷିତ କଳାକାରକୁ 40 ରୁ 50 ହଜାର ଦରମା ଦିଆଯାଇଥାଏ ।
ଅନ୍ୟ ରାଜ୍ୟକୁ ଯାଇଥାଏ ମୂର୍ତ୍ତି
ଛତିଶଗଡର କଳାକାରଙ୍କ ଦ୍ବାରା ନିର୍ମିତ ମୂର୍ତ୍ତି କେବଳ ରାଜ୍ୟରେ ନୁହେଁ ରାଜ୍ୟ ବାହାରକୁ ମଧ୍ୟ ପଠାଯାଇଥାଏ । ବିଶେଷ କରି ଓଡିଶାକୁ ପଠାଯାଇଥାଏ । ଆଉ ଗଣେଶ ପୂଜା ଶେଷ ହେଉ ହେଉ ଆସନ୍ତା ବର୍ଷ ପାଇଁ ପୁଣି ମୂର୍ତ୍ତି ଗଢିବା କାମ ଆରମ୍ଭ ହୋଇଯାଇଥାଏ ।