ETV Bharat / bharat

ରାଜସ୍ଥାନ ରାଜନୈତିକ ସଙ୍କଟ: ବୈଠକ ପରେ ଗୁପ୍ତ ସ୍ଥାନକୁ ଗଲେ 106 ବିଧାୟକ - ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ

ରାଜସ୍ଥାନ ରାଜନୀତିରେ ରୋଚକ ପରିସ୍ଥିତି ଜାରି ରହିଛି । କଂଗ୍ରେସ ବିଧାୟକ ଦଳ ବୈଠକ ପରେ ବିଧାୟକମାନଙ୍କୁ ଏକ ଗୁପ୍ତ ସ୍ଥାନକୁ ନିଆଯାଇଛି । ଅଧିକ ପଢନ୍ତୁ...

ରାଜସ୍ଥାନ ରାଜନୈତିକ ସଂକଟ: ବିଧାୟକ ଦଳ ବୈଠକ ପରେ ଗୁପ୍ତ ସ୍ଥାନକୁ ଗଲେ 106 ବିଧାୟକ

author img

By

Published : Jul 13, 2020, 4:50 PM IST

ଜୟପୁର: ରାଜସ୍ଥାନ ରାଜନୀତିରେ ରୋଚକ ପରିସ୍ଥିତି ଜାରି ରହିଛି । କଂଗ୍ରେସ ବିଧାୟକ ଦଳ ବୈଠକ ପରେ ବିଧାୟକମାନଙ୍କୁ ଏକ ଗୁପ୍ତ ସ୍ଥାନକୁ ନିଆଯାଇଛି । ଏହି ବୈଠକରେ ମୋଟ 106 ଜଣ ବିଧାୟକ ଯୋଗ ଦେଇଥିବା ବେଳେ ସମସ୍ତଙ୍କୁ 4ଟି ବସ ଯୋଗେ କୌଣସି ଏକ ଅଜ୍ଞାତ ସ୍ଥାନକୁ ନିଆଯାଇଛି । ଏହି ବସରେ ବିଧାୟକମାନଙ୍କ ସହ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରହିଥିବା ସୂଚନା ମିଳିଛି ।

ରାଜସ୍ଥାନ ରାଜନୈତିକ ସଙ୍କଟ: ବୈଠକ ପରେ ଗୁପ୍ତ ସ୍ଥାନକୁ ଗଲେ 106 ବିଧାୟକ

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଧାୟକ ଦଳ ବୈଠକ ଡକାଯାଇଥିଲା । ଏଥିରେ ମୋଟ 106 ଜଣ କଂଗ୍ରେସ ଏବଂ କଂଗ୍ରେସ ସମର୍ଥିତ ବିଧାୟକ ଏଥିରେ ଯୋଗ ଦେଇଥିଲେ । ଏହି ବୈଠକରେ ଏକ ସଙ୍କଳ୍ପ ପାରିତ ହୋଇଛି । ଏହି ସଙ୍କଳ୍ପରେ ଦର୍ଶାଯାଇଛି ଯେ ଯଦି କୌଣସି କଂଗ୍ରେସ ଅଧିକାରୀ ତଥା କଂଗ୍ରେସ ନେତା କିମ୍ବା ବିଧାୟକ ସରକାରଙ୍କ ବିରୋଧରେ ଷଡଯନ୍ତ୍ର ରଚିଛନ୍ତି ତେବେ ତାଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ବାସ ବ୍ୟକ୍ତ କରି କଂଗ୍ରେସ ବିଧାୟକ ଦଳ ଅଶୋକ ଗେହଲଟଙ୍କୁ ନେତା ଭାବରେ ଗ୍ରହଣ କରିଛି । କଂଗ୍ରେସ ବିଧାୟକ ବୈଠକରେ ସଂକଳ୍ପ ପାରିତ କରାଯାଇ ବିଜେପିର ଷଡଯନ୍ତ୍ରକାରୀ ଉଦ୍ଦେଶ୍ୟ ପୂରଣ ହେବାକୁ ଦିଆଯିବ ନାହିଁ ବୋଲି ଏଥିରେ କୁହାଯାଇଛି । ବସ ଛାଡିବା ସମୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଜୟ ସଙ୍କେତ ଦେଖାଇ କହିଛନ୍ତି, ରାଜସ୍ଥାନରେ ସରକାର ସ୍ଥିର ରହିଛି । ବିରୋଧୀ ପକ୍ଷ ସେମାନଙ୍କ ଯୋଜନାରେ ସଫଳ ହେବେ ନାହିଁ ।

ଗତ କିଛିଦିନ ଧରି ରାଜସ୍ଥାନ ରାଜନୀତିରେ ଅଶାନ୍ତି ଦେଖାଦେଇଛି । କଂଗ୍ରେସ ରାଜ୍ୟ ସଭାପତି ତଥା ଡେପୁଟି ସିଏମ ସଚିନ ପାଇଲଟ ବିଦ୍ରୋହୀ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଘଟଣାକ୍ରମେ 30 ଜଣ କଂଗ୍ରେସ ଓ ସ୍ବାଧୀନ ବିଧାୟକ ସଚିନ ପାଇଲଟଙ୍କ ସହ ଯୋଗାଯୋଗରେ ରହିଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି । ସେହିପରି ପାଇଲଟ ଯାହା ନିଷ୍ପତ୍ତି ନେବେ ତାହାକୁ ଏହି ବିଧାୟକମାନେ ସମର୍ଥନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ସୂତ୍ର ପ୍ରକାଶ କରିଛନ୍ତି । ସେବେଠାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାୟକମାନଙ୍କୁ ଏକଜୁଟ କରିବାକୁ ଚେଷ୍ଟା କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.